Home Breaking News / ତାଜା ଖବର DGଙ୍କ କନ୍ଧମାଳ ଗସ୍ତ: ମାଓବାଦୀ ଏବଂ ଗଞ୍ଜେଇ ଚାଷ ମୂଳତ୍ପାଟନ ନେଇଁ ସମୀକ୍ଷା

DGଙ୍କ କନ୍ଧମାଳ ଗସ୍ତ: ମାଓବାଦୀ ଏବଂ ଗଞ୍ଜେଇ ଚାଷ ମୂଳତ୍ପାଟନ ନେଇଁ ସମୀକ୍ଷା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ରାଜ୍ୟ ପୋଲିସ ମହାନିର୍ଦେଶକ ଅଭୟ ଏବଂ ବରିଷ୍ଠ ପୋଲିସ ଅଧିକାରୀ ମାନେ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଫୁଲବାଣୀ ସ୍ଥିତ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ କନ୍ଧମାଳ ଜିଲ୍ଲାର ମାଓବାଦୀ ସମସ୍ୟା ଏବଂ ଗଞ୍ଜେଇ ଚାଷ ମୂଳତ୍ପାଟନ ନେଇଁ ସମୀକ୍ଷା କରିଛନ୍ତି !DG ଙ୍କ ସହିତ IG ଅପେରସନ ଅମିତାଭ ଠାକୁର, IG Head quarter ଦେବଦତ୍ତ ସିଂ, Director Intelligence ଲଳିତ ଦାସ ପ୍ରମୁଖ ଏହି ଗସ୍ତରେ ଆସିଥିବା ବେଳେ ସମୀକ୍ଷା ବୈଠକରେ ଦକ୍ଷିଣାଞ୍ଚଳ DIG ସତ୍ୟବ୍ରତ ଭୋଇ, କନ୍ଧମାଳ SP ଭିନୀତ ଅଗ୍ରୱାଲ ଏବଂ କନ୍ଧମାଳ ଜିଲ୍ଲାର ବିଭିନ୍ନ ମାଓ ପ୍ରଭାବିତ ଅଞ୍ଚଳର IIC ମାନେ ଉପସ୍ଥିତ ରହିଥିଲେ !ବିଶେଷ କରି କନ୍ଧମାଳ ଜିଲ୍ଲାରେ ମାଓବାଦୀ ମାନେ ସକ୍ରିୟ ରହିଛନ୍ତି ଏବଂ ସେମାନଙ୍କୁ ଦମନ କରିବା ପାଇଁ ପୋଲିସ ମଧ୍ୟ ସେମାନଙ୍କ ପ୍ରୟାସ ଜାରି ରଖିଛନ୍ତି,ଏଭଳି ସ୍ଥଳେ ମାଓବାଦୀ ମାନେ ଆତ୍ମ ସମର୍ପଣ କରି ବିକାଶ ପଥରେ ସାମିଲ ହୁଅନ୍ତୁ ବୋଲି କହିବା ସହିତ କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚାଷ ନଷ୍ଟ କରିବାରେ ଜିଲ୍ଲା ପୋଲିସ ବହୁତ ଭଲ କାମ କରିଛନ୍ତି ବୋଲି DG କହିଛନ୍ତି !

related posts

1 comment

Deepak Kumar majhi July 18, 2021 - 6:20 pm

👍👍

Reply

Leave a Comment