Home Breaking News / ତାଜା ଖବର ବାଲ୍ୟ ବିବାହକୁ ରୋକିଲା ଚାଇଲ୍ଡ ଲାଇନ

ବାଲ୍ୟ ବିବାହକୁ ରୋକିଲା ଚାଇଲ୍ଡ ଲାଇନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଖଣ୍ଡପଡା(ଅଙ୍କିତା ପ୍ରିୟଦର୍ଶିନୀ): ଖଣ୍ଡପଡ଼ା ବ୍ଳକର‌ ରୟତ ଢୋଲମରା ପଞ୍ଚାୟତ ଅଧୀନ ମଇଁସିବିନ୍ଧା ଗ୍ରାମରେ ଚାଲିଥିବା ଏକ ବାଲ୍ୟ ବିବାହକୁ ନୟାଗଡ଼ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ଓ କୋସକା ଫାଣ୍ଡି ପୋଲିସ ମିଳିତ ଭାବେ ଚଢ଼ାଉକରି ବନ୍ଦକରି ଦେଇଥିବା ବେଳେ ବର ଘରୁ ୧୬ ବର୍ଷ ନାବାଳିକାଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ‌ ହସ୍ତତନ୍ତ କରିଥିବା ଜଣାପଡିଛି।
ମଇଁସିବିନ୍ଧା ଗ୍ରାମର ଦିନବନ୍ଧୁ ପ୍ରଧାନଙ୍କ ପୁଅ ପ୍ରଶାନ୍ତ ପ୍ରଧାନ (୨୭) ଙ୍କ ସହ ଉକ୍ତ ୧୬ବର୍ଷର ନାବାଳିକାର ବିବାହ ଉତ୍ସବ ଅନୁଷ୍ଠିତ ହେଉଥିବା ନେଇ ନୟାଗଡ଼ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ କୈ।ଣସି ସୁତ୍ରରୁ ସୂଚନା ପାଇବା ପରେ ରବିବାର ଦୀନବନ୍ଧୁ ଙ୍କ ଘରେ ଅଚାନକ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ନାବାଳିକାର ବାପା,ମାଆ ଓ ବରପକ୍ଷର ଲୋକମାନେ ଘଟଣାସ୍ଥଳ ଛାଡ଼ି ପଳାଇଯାଇଥିଲେ। ଚାଇଲ୍ଡ ଲାଇନ ପକ୍ଷରୁ ଚନ୍ଦ୍ରଶେଖର ବେହେରା, ସୁଜାତା ବେହେରା,ଖଣ୍ଡପଡା ଆସିଡିଏସ ସୁପରଭାଇଜର ସନ୍ତୋସୀନି ପାଣି ନାବାଳିକାକୁ ଉଦ୍ଧାର କରି ନୟାଗଡ଼ ଓ୍ବାନଷ୍ଟପ କେନ୍ଦ୍ରରେ ରଖାଯାଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି।

related posts

Leave a Comment