Home Breaking News / ତାଜା ଖବର କମ ବୟସରେ ଇଣ୍ଡିଆ ବୁକ ରେକର୍ଡ଼ରେ ସ୍ଥାନ ପାଇଲେ ଚିଲିଗୁଡାର ସ୍ୱୟଂ ଶିବ ଯୋଶୀ

କମ ବୟସରେ ଇଣ୍ଡିଆ ବୁକ ରେକର୍ଡ଼ରେ ସ୍ଥାନ ପାଇଲେ ଚିଲିଗୁଡାର ସ୍ୱୟଂ ଶିବ ଯୋଶୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜୁନାଗଡ଼(ରବି ଶଙ୍କର ସୁନାନୀ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମର ସମୀର ରଞ୍ଜନ ଯୋଶୀ ଏବଂ ସାଗରିକା ଯୋଶୀଙ୍କ ସୁପୁତ୍ର ସ୍ୱୟଂ ଶିବ ଯୋଶୀ ମାତ୍ର ୪ ବର୍ଷ ୫ ମାସ ବୟସରେ ୯ ଫୁଟ ବିଶିଷ୍ଟ ୩ ଗୋଟି ଷ୍ଟିଲ ଖମ୍ଭକୁ ମାତ୍ର ୩୭ ସେକେଣ୍ଡରେ ଚଢି ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛନ୍ତି ।ଜେଜେ ବାପା ଶଶୀ ସେନ ଯୋଶୀ ଅବସର ପ୍ରଧାନ ଶିକ୍ଷକଙ୍କ ପ୍ରେରଣାରେ ମାତ୍ର ୩ ବର୍ଷ ବୟସରେ ଖମ୍ବ ଚଢ଼ିବାର ଅଭ୍ୟାସ ବଳରେ ସ୍ୱୟଂ ଶିବ ଏହି ଦକ୍ଷତା ହାସଲ କରିଛନ୍ତି ।ଏହି ସାହାସିକତା ର ପ୍ରମାଣ ସମଗ୍ର କଳାହାଣ୍ଡି ପାଇଁ ଗର୍ବ ଓ ଗୌରବ । ସ୍ବୟଂ ଶିବ ଯୋଶୀ ଭବିଷ୍ୟତରେ ଜଣେ ଲଢୁଆ ସୈନିକ ହେବା ସହ ଅଞ୍ଚଳ ତଥା ଜିଲ୍ଲାର ନାମ କୁ ଗୌରବମୟ କରିବା ଲକ୍ଷ୍ୟ ସେ ରଖିଥିବା ପ୍ରକାଶ କରିଛନ୍ତି ।ତାଙ୍କର ଏହି ରେକର୍ଡ ପାଇଁ ପରିବାର ବର୍ଗ ,ସମ୍ପର୍କୀୟ, ସାଙ୍ଗ ସାଥି ଶୁଭେଛୁ ଓ ଜିଲା ବାସୀ ପ୍ରଶଂସିତ ।ଏଥିପାଇଁ ତାଙ୍କୁ ଅନେକ ମହଲରୁ ଅଭିନନ୍ଦନ ତଥା ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି

related posts

1 comment

Deepak Kumar majhi July 18, 2021 - 6:21 pm

👍👍

Reply

Leave a Comment