Home Breaking News / ତାଜା ଖବର ଆଜି ବଡମ୍ବା-ନରସିଂହପୁରରେ ୧୧ କୋଭିଡ ପଜିଟିଭ ଚିହ୍ନଟ

ଆଜି ବଡମ୍ବା-ନରସିଂହପୁରରେ ୧୧ କୋଭିଡ ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ବଡମ୍ବାଗଡ଼ରୁ ୩ଜଣ ଚିହ୍ନଟ ହୋଇଥିବା ବେଳେ ଗୋପପୁର, ରତାପାଟ, ମଝିପାଟଣାର ଜଣେ ଚିହ୍ନଟ ହୋଇଛନ୍ତି। ନରସିଂହପୁର ଅଞ୍ଚଳର ଆତଣ୍ଡା, ଭେଜିଆପଡା, ଗାଲିସିଗାଡ଼ିଆ, ଜୟମଙ୍ଗଳ, ନିଜିଗଡ଼, ପାଇକପଡାପାଟଣାରୁ ଜଣେ ଲେଖାଏଁ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ଅଶ୍ୱିନୀ-ଆଦିତ୍ୟ କେୟାର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବଡ଼ବାରସିଙ୍ଗ ମଙ୍ଗୁଳି ସାହୁଙ୍କ ଜ୍ବାଇଁ ତୈଲୋକ୍ୟ ପୃଷ୍ଟିଙ୍କ ଦୀର୍ଘଦିନ କୋଭିଡ ସହିତ ସଂଗ୍ରାମ କରି ପରଲୋକ ଗମନ କରିଛନ୍ତି। କୋଭିଡ ନିୟମକୁ ଅନୁପାଳନ କରି ସତ୍ୟନଗର ଶ୍ମଶାନରେ ତାଙ୍କ ଶାଳକ ମନୋଜଙ୍କ ଉପସ୍ଥିତିରେ ଦାହ କାର୍ଯ୍ୟ ସଂପନ୍ନ ହୋଇଛି। ତାଙ୍କର ଅବସ୍ଥା ୪/୫ ଦିନ ହେବ ଅବନତି ଘଟୁଥିବାରୁ ତାଙ୍କୁ ECMO m/cର ସହାୟତା ବ୍ୟବସ୍ଥା ପାଇଁ ମଙ୍ଗୁଳି ବାବୁ , ମନୋଜ ବହୁ ଚେଷ୍ଟା କରିଥିଲେ। କିନ୍ତୁ AIIMSରେ m/c installation ପଅରଦିନ ହୋଇଥିଲେ ବି ସୁପରିଟେଣ୍ଡଟ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବିଧାୟକ ଦେବି ମିଶ୍ର ବାରମ୍ବାର ଯୋଗାଯୋଗ କରିଥିଲେ ବି ECMO ର ଡାକ୍ତରୀ ଟିମ ready ହୋଇ ଚାଲିବା ପାଇଁ ଆଉ ୪/୫ ଦିନ ଲାଗିବ। ତା ପରେ ରୋଗୀଙ୍କୁ ରଖି ହେବ ବୋଲି ଆଜି ଅଧିକାରୀ ପ୍ରକାଶ କରିଥିଲେ। ମଙ୍ଗୁଳିବାବୁ, ମନୋଜ ତା ଭଉଣୀ ପରିବାର ସମସ୍ତଙ୍କୁ ଏ ଦୁଃଖ ସହିବାକୁ ଠାକୁରେ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ବିଧାୟକ ମିଶ୍ର |

related posts

1 comment

Deepak Kumar majhi July 18, 2021 - 6:22 pm

👍👍

Reply

Leave a Comment