Home Breaking News / ତାଜା ଖବର ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଦୁଇ ଗୋଟି ଓଭର ବ୍ରିଜ ତିଆରି ପାଇଁ ଯୋଜନା ପ୍ରସ୍ତୁତ

ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଦୁଇ ଗୋଟି ଓଭର ବ୍ରିଜ ତିଆରି ପାଇଁ ଯୋଜନା ପ୍ରସ୍ତୁତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର: ଦିନ କୁ ଦିନ ବ୍ରହ୍ମପୁର ସହରର ଜନସଂଖ୍ୟା ବୃଦ୍ଧି ସହ ରାସ୍ତା ଘାଟରେ ଟ୍ରଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଦୁଇ ଗୋଟି ଓଭର ବ୍ରିଜ ତିଆରି ନିମନ୍ତେ ଯୋଜୋନ ପ୍ରସ୍ତୁତ ହୋଇଛି। ଓଆରଟି ଗେରେଜ ଠାରୁ ଖୋଲିକୋଟ କୋଲେଜକୁ ସଲଗ୍ନ୍ନ କରୁଥିବା ରାସ୍ତା ଓ ଗେଟବଜାର ନିକଟରେ ଓଭର ବ୍ରିଜ ତିଆରି କରିବା ନିମନ୍ତେ ସ୍ଥିର ହୋଇଥିବା ସୂଚନା ମିଳିଛି। ତେଣୁ ଏହି କାର୍ଯ୍ୟ ନିମନ୍ତେ କେତେ ଖର୍ଚ ହେବ ଏବଂ କିପରି ତିଆରି ହେବ ତାହାର ନକ୍ସା ସହ ଅଟକଳ ପ୍ରସ୍ତୁତି ନିମନ୍ତେ ବ୍ରହ୍ମପୁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା PWD ବିଭାଗର ସୁପରିଟେଣ୍ଡଣ୍ଟ, ଏକ୍ସକେଟିଭି ଅଫିସର,ଜେଇ ଓ ଭୁବନେଶ୍ଵରରୁ ବିଭାଗର ଆରଚିଟେକଚର ଆସି ଉକ୍ତ ସ୍ଥାନ ଗୁଡିକ ବୁଲି ଦେଖିବା ସହ ନକ୍ସା ପ୍ରସ୍ତୁତି ସହ ବ୍ୟୟ ଅଟକଳ ପ୍ରସ୍ତୁତି କରି କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ ହେବ ବୋଲି ବିଧାୟକ ସୂଚନା ଦେଇଛନ୍ତି।ଏବଂ ପରେ ବିଭିନ୍ନ ସାହି ପରିଭ୍ରମଣ କରି ସାହି ଗୁଡିକରେ ବର୍ଷା ଦିନ ମାନଙ୍କରେ ନଳା ପଣି ନିଷ୍କାସନ କିପରି ସୂଚାରୁ ରୂପେ ହୋଇପାରିବ ତାହାର ତଦାରଖ କରିଥିଲେ।

related posts

1 comment

Deepak Kumar majhi July 17, 2021 - 4:54 pm

👍👍👍

Reply

Leave a Comment