Home Breaking News / ତାଜା ଖବର ଅଭାବନୀୟ ଘଟଣା: ପୁଅ ଝିଅକୁ କୂଅକୁ ଠେଲି ମାର ଆତ୍ମହତ୍ୟା ଉଦ୍ୟମ

ଅଭାବନୀୟ ଘଟଣା: ପୁଅ ଝିଅକୁ କୂଅକୁ ଠେଲି ମାର ଆତ୍ମହତ୍ୟା ଉଦ୍ୟମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କ ନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା
।ଜନ୍ମ କଲା ମା ହତ୍ୟା କଲା ଦୁଇ ପୁଅ ଝିଅ କୁ । ପୁଅ ଝିଅ କୁ ଡାକି ନେଇ ରାଇକିଆ ନିକଟସ୍ତ ଆଲିମା ଅଞ୍ଚଳର ଏକ କୂଅ ରେ ଠେଲି ଦେଇଥିଲା ମା ଭାଗ୍ୟଲଷ୍ମୀ । ସୂଚନା ଅନୁସାରେ ସ୍ୱାମୀ ରାଜେଶ ପାତ୍ର ଏବଂ ସ୍ତ୍ରୀ ଭାଗ୍ୟଲଷ୍ମୀ ପାତ୍ର ରାଇକିଆ ଅଞ୍ଚଳ ଖ୍ରୀଷ୍ଟିୟାନ ସାହିରେ ବସବାସ କରୁଥିଲେ । ଦୀର୍ଘ ଦିନ ହେଲା ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା । ତେବେ ଗତକାଲି କଳହ ଚରମ ସୀମା ରେ ପହଂଚି ଥିଲା l ଫଳରେ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ରାଗିଯାଇ ଅପରାହ୍ନ 4 ଟାବେଳେ ପୁଅ ଏବଂ ଝିଅ କୁ ଧରି ଘରୁ କୁଆଡେ ଚାଲିଯାଇଥିଲେ । ତେବେ ମା ଭାଗ୍ୟଲକ୍ଷ୍ମୀ ପୁଅ ଏବଂ ଝିଅକୁ ଆଲିମା ନିକଟସ୍ତ ଏକ କୂଅକୁ ଠେଲି ନିଜେ କୂଅ କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସୌଭାଗ୍ୟ ବଶତଃ ସ୍ଥାନୀୟ ଲୋକଙ୍କ ସହାୟତରେ ମା କୁ ଉଦ୍ଧାର କରିଥିଲେ ଏବଂ ଦମକଳ ବାହିନୀ ପହଂଚି ଉଭୟ ଛୁଆକୁ ଉଦ୍ଧାର କରିଥିଲେ । ତେବେ ରାଇକିଆ ଡାକ୍ତର ଖାନାରେ ଦୁଇ ଛୁଆକୁ ଡାକ୍ତର ମୃତ ଘୋଷଣ କରିଥିଲେ । ମା କୁ ଚିକିତ୍ସା ପାଇଁ ରାଇକିଆ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି l ରାଇକି ଆ ପୋଲିସ ଘଟଣା ଏନେଇ ମାମଲା ରୁଜୁ କରି ତଦନ୍ତ କରୁଛି । ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

related posts

1 comment

Deepak Kumar majhi July 17, 2021 - 5:10 pm

👍👍

Reply

Leave a Comment