Home Breaking News / ତାଜା ଖବର କନ୍ଦରପୁର୍ ଦଳିତ ସାହିକୁ ରାସ୍ତା କେବେ?

କନ୍ଦରପୁର୍ ଦଳିତ ସାହିକୁ ରାସ୍ତା କେବେ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେନ୍ଦ୍ରାପଡ଼ା(ସୁନୀଲ ସାହୁ): ସ୍ୱାଧିନତା ର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ୍ ଅନ୍ତର୍ଗତ ପଲେଇ ପଞ୍ଚାୟତ କନ୍ଦରପୁର୍ ଗ୍ରାମର ଦଳିତ ସାହି କୁ ରାସ୍ତା ଖଣ୍ଡେ ହୋଇନପାରିବା ବିକାଶ ପ୍ରତି ଉପହାସ ନୁହେଁ କି?ଯଦିଓ ବର୍ତ୍ତମାନ ର ସରପଞ୍ଚ ୨୦୨୦/୨୧ ଆର୍ଥିକ ବର୍ଷରେ ସେହି ରାସ୍ତା ପାଇଁ ଅନୁଦାନ ଦେଇଥିଲେ ତଥାପି କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି କଂ ଚକ୍ରାନ୍ତ ଯୋଗୁଁ ରାସ୍ତା କାମ ହୋଇ ନପାରିବାରୁ କନ୍ଦରପୁର୍ ଦଳିତ ସାହିର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଅସରାଏ ବର୍ଷା ହେଲେ ଘରୁ ବାହାରକୁ ବାହାରିବା ସତେ ଯେପରି ମୁସ୍କିଲ୍ ହୋଇପଡୁଛି ସେମାନକୁଂ।ନା ପିଲାମାନେ ପାଠ ପଢିବା ପାଇଁ ଅଂଗନବାଡି, ସ୍କୁଲ୍ କୁ ଯାଇପାରୁଛନ୍ତି ନା ସେମାନଙ୍କ ସାହି ନିକଟକୁ ଜରୁରୀକାଳୀନ ସେବା ୧୦୮ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି ଯାଇପାରୁଛି।ରୋଗିକୁ ମେଡିକାଲ୍ ନେବାକୁ ହେଲେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବାଉଁଶ ଭାରରେ ଆଣିବାକୁ ପଡୁଛି ବୋଲି ଦୁଃଖର ସହ କୁହନ୍ତି ସାହିଲୋକେ।ସରକାର ଅନେକ ଯୋଜନା କରୁଛନ୍ତି ,ବିକାଶର କଥା କହୁଛନ୍ତି ହେଲେ ସମସ୍ତ ଯୋଜନା କ’ଣ କେବଳ ବଡବଡିଆ ମାନକଂ ପାଇଁ ,ଆମେ ଦଳିତ ବୋଲି କ’ଣ ଆମକଥା ସରକାର ଶୁଣୁନି ବୋଲି ପ୍ରଶ୍ନ କରିଛନ୍ତି।ଯଦି ସରକାର ତୁରନ୍ତ ସାହି ମଧ୍ୟକୁ ପକ୍କା ରାସ୍ତା ନିର୍ମାଣ ନକରନ୍ତି ତେବେ ଆଗାମୀ ଦିନରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି କନ୍ଦରପୁର୍ ଦଳିତ ସାହିର ଲୋକେ ।

related posts

1 comment

Deepak Kumar majhi July 17, 2021 - 5:08 pm

👍👍👍

Reply

Leave a Comment