Home Breaking News / ତାଜା ଖବର ଭିଜିଲାନ୍ସ ହାତରେ ଲାଞ୍ଚୁଆ ଆରଆଇ

ଭିଜିଲାନ୍ସ ହାତରେ ଲାଞ୍ଚୁଆ ଆରଆଇ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରୀପଡିଲାଞ୍ଚୁଆ ଆର ଆଇ ଗଲେ ଜେଲ।
ଲାଞ୍ଚୁଆ ଆର ଆଇ ଜଣଙ୍କ ବୌଦ୍ଧ ତହସିଲ ଅଧିନ ଦହ୍ୟା ରାଜସ୍ୱ ନିରିକ୍ଷକ (ଆରଆଇ) ଗଜେନ୍ଦ୍ର ଡିଗଲ।ଗଜେନ୍ଦ୍ର ଦୟ।ସର୍କଲ ଅନ୍ତର୍ଗତ ପୁଡୁଗ ପଥର ଗ୍ରାମର ସୁଶାନ୍ତ ଥାଟି ଙ୍କ ବାପାଙ୍କ ନାମରେ ଥିବା ଜମିର ଡିମାର୍କକେସନଦେବାଲାଗି ୧୫ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ । ଏ ନେଇ ସୁଶାନ୍ତ ଭିଜିଲାନ୍ସ କୁ ଜଣାଇଥିଲେ।
ଆଉ ଲାଞ୍ଚଟଙ୍କା ଦେବାପାଇଁ ଢ଼ାବା ନିକଟରେ
ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଫିସରମାନେ ଲାଞ୍ଚ ନେବାବେଳେ ମାଡିବସି ତାଙ୍କ ନିକଟରୁ ଲାଞ୍ଚଟଙ୍କା ସବୁଜବତ କରିବା ସହ ଗିରଫ କରିଥିବା ଭିଜିଲାନ୍ସ ଅଧିକାରୀ କହିଛନ୍ତି । ଏନେଇ ଏକ ମାମଲା ରୁଜ୍ଜୁ କରିଛି ଭିଜିଲାନ୍ସ I
ସୂଚନାଯୋଗ୍ୟ ଯେ, ଏହି ଲାଞ୍ଚୁ ଆ ବାବୁ ଜଣଙ୍କ ପୂର୍ବରୁ ବଘିଆପଡ଼ା ରାଜସ୍ୱ ନିରିକ୍ଷକ
ଥିବାବେଳେ ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଜେଲ ଯାଇଥିଲେ । ଗଜେନ୍ଦ୍ରଙ୍କୁ ଭିଜିଲାନସ ଗିରଫ କରି ଜେରା କରୁଛି । କନ୍ଧମାଳ ଭି ଜିଲ୍ଲାନ୍ସ ଅଫିସର ଅରୁଣନା ଏକଙ୍କ ନେତୃତ୍ଵରେ ପୋଲସ୍ତି ଛତ୍ରିଆ ,ସୁବୋଧ ମିଶ୍ର ନରେନ୍ଦ୍ର ନାଏକ ଓ କନେଷ୍ଟବଳ ଦିଲିପ ପ୍ରଧାନ ଓ ସନ୍ତୋଷ ସାହୁ ପ୍ରମୁଖ ସାମିଲ ଥିଲେ । ତେବେ ଲାଞ୍ଚୁଆ ବାବୁମାନଙ୍କୁ ସାବାଡ଼ କରିବାଲାଗି ଆଗକୁ ଜିଲ୍ଲାରେ ଚଢ଼ାଉ ଜାରୀ ରହିବ ବୋଲି ଭିଜିଲାନ୍ସଅଧିକାରୀ ଜଣଙ୍କ କହିଛନ୍ତି ।

related posts

Leave a Comment