Home Breaking News ଗୁରୁ ଶ୍ରୀ ଡ଼ଃ ଦେବପ୍ରସାଦ ଦାସଙ୍କ ୩୫ତମ ଶ୍ରାଦ୍ଧ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଗୁରୁ ଶ୍ରୀ ଡ଼ଃ ଦେବପ୍ରସାଦ ଦାସଙ୍କ ୩୫ତମ ଶ୍ରାଦ୍ଧ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

by Times One Odia
Share with
     
 
 
   

ଓଡ଼ିଶୀ ଶିକ୍ଷାନୁଷ୍ଠାନ ଉତ୍କଳିକା ପକ୍ଷରୁ ଗୁରୁ ଶ୍ରୀ ଡ଼ଃ ଦେବପ୍ରସାଦ ଦାସଙ୍କ ୩୫ତମ ଶ୍ରାଦ୍ଧ ଦିବସ ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ଶେଖର ସୁମନ ମାଝିଙ୍କ ନୃତ୍ୟ ସଂଯୋଜନା ଏବଂ ଗୁରୁ ଅଶୋକ ଦାସଙ୍କ ସ୍ଵର ସଂଯୋଜନା ରେ ଏକ ନୂତନ ଓଡ଼ିଶୀ ନୃତ୍ୟ ଶେଖର ସୁମନ ମାଝିଙ୍କ ଦ୍ଵାରା ଦେବପ୍ରସାଦ ଦାସଙ୍କ ନୃତ୍ୟ ଶୈଳୀରେ ପରିବେଷଣ ହୋଇଥିଲା। ଏନ୍ ସୃଷ୍ଟି ଶ୍ରୀ ମଙ୍ଗଳାଚରଣ ନୃତ୍ୟ, ଅଙ୍କିତ କୁମାର ଦାଶ ପଲ୍ଲବୀ ନୃତ୍ୟ, ଅଭିରାମ ବାରିକ ଅଭିନୟ, ପୂନ୍ୟାଶ୍ରୀ ମିଶ୍ର ସ୍ଥାୟୀ ନୃତ୍ୟ ଏବଂ ଅଙ୍କିତ କୁମାର ଦାଶ ଓ ଅଙ୍କିତା ଦାଶଙ୍କ ଦ୍ଵାରା ମୋକ୍ଷ ନୃତ୍ୟ ପରିବେଷଣ ହୋଇଥିଲା। ଅନୁଷ୍ଠାନର ସଭାପତି ଶ୍ରୀମତୀ ଉଷାରାଣୀ ସାହୁ ଏବଂ ଉପସଭାପତି ଶ୍ରୀ ପୂର୍ଣ୍ଣେନ୍ଦୁ ମିଶ୍ର ଙ୍କ ଦ୍ଵାରା ସମସ୍ତ ନୃତ୍ୟ ଶିଳ୍ପୀଙ୍କୁ ସମ୍ମାନ ପତ୍ର ପ୍ରଦାନ କରିଥିଲେ। ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ଶେଖର ସୁମନ ମାଝିଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରିଥିଲେ।

related posts

1 comment

Deepak Kumar majhi July 17, 2021 - 5:19 pm

👍👍

Reply

Leave a Comment