Home Breaking News / ତାଜା ଖବର କାଶୀନଗର ତହସିଲ ଅଧିନରେ ଥିବା ବାଲି ଘାଟ ବିରୁଦ୍ଧରେ ସ୍ଥାନୀୟ କିଛି ବିଜେଡି ନେତାଙ୍କ ପ୍ରେସମିଟ୍

କାଶୀନଗର ତହସିଲ ଅଧିନରେ ଥିବା ବାଲି ଘାଟ ବିରୁଦ୍ଧରେ ସ୍ଥାନୀୟ କିଛି ବିଜେଡି ନେତାଙ୍କ ପ୍ରେସମିଟ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାଶୀନଗର(ପ୍ରଶାନ୍ତ ସାହୁ): ଗଜପତି ଜିଲ୍ଲା।କାଶୀନଗର ତହସିଲ ଅଧିନରେ ଥିବା ଦୁଇଟି ବାଲି ଘାଟର ଦୁଇ ଲୀଜ୍ ଧାରୀ ଉଭୟଙ୍କ ମଧ୍ୟରେ ଆପସ ବୁଝାମଣା ହୋଇ ଗୋଟିଏ ଜାଗାରୁ ବାଲି ଉଠାଣ।ରାତ୍ର ତମାମ ପୋଡଶି ଆନ୍ଧ୍ର ପ୍ରଦେଶକୁ ୧୨,୧୪ଚକିଆ ଶହ ଶହ ଟ୍ରକରେ ବାଲି ଚୋରା ଚାଲାଣ କରିବା ମେସିନ ରେ ବାଲି ଉଠାଇବା ଓ ସ୍ଥାନୀୟ ଲୋକଙ୍କ ଛୋଟମୋଟ କାମ ପାଇଁ ବାଲି ନ ମିଳିବା, ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ରେ ବାଧାବିଘ୍ନ ସୃଷ୍ଟି ହେବା ଓ ବାଲି ଭାରି ଯାନ ଗୁଡ଼ିକ ଗ୍ରାମ୍ୟରାସ୍ତା ଓ NAC ରାସ୍ତା ଖରାପ ହୋଇ ସାରିଲାଣି। ସରକାରଙ୍କ ନିୟମକୁ ଉଲ୍ଲଂଘନ କରାଯାଇଥିବା ଏହି ସବୁ ଅଭିଯୋଗ ସ୍ଥାନୀୟ ତହସିଲଦାର, ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳ ଏବଂ ବିଭିନ୍ନ ବିଭାଗକୁ ପୂର୍ବରୁ ଲିଖିତଭାବେ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି ବିଜେଡି ଦଳର କିଛି ବିଜେଡ଼ି ନେତା K ଆପରାଓ, G ତିରୁପତି ରାଓ, ରଘୁରାମ ସାହୁ ଓ କାଟିକୀ ରାମାରାଓ କାଶୀନଗର ବ୍ଲକର ସାମ୍ବାଦିକଙ୍କ ଗହଣରେ ଅଭିଯୋଗ କରିଥିଲେ। ଏ ସବୁ ଅଭିଯୋଗ ନେଇ ସ୍ଥାନୀୟ ତହସିଲଦାର ନିଜର ମତାମତ ରଖିଥିଲେ ଯେ ସରକାର ନିୟମ ସମସ୍ତଙ୍କ ପାଇଁ ସମାନ। ଯଦି ବାଲି ଲିଜ ଧାରୀ ନିୟମ ନ ମାନି ବେନିୟମ କାର୍ଯ୍ୟ କରନ୍ତି ତାହାହେଲେ ସେମାନଙ୍କ ଉପରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି ତହସିଲଦାର କହିଛନ୍ତି। ପୁର୍ବରୁ ଏମାନେ ଅତ୍ୟଧିକ ବାଲି ଉତ୍ତଳନ କରିଥିବାରୁ ୪ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ଯଦି କୌଣସି ବ୍ୟକ୍ତି ବିନା ରସିଦରେ ବାଲି ଉଠାନ୍ତି ତେବେ ସେମାନଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ତହସିଲଦାର କହିଛନ୍ତି।

related posts

1 comment

Deepak Kumar majhi July 17, 2021 - 5:09 pm

👍👍

Reply

Leave a Comment