Home Breaking News / ତାଜା ଖବର ଦୁର୍ଗମ ଅଂଚଳ ଏକୁଲ ଗାଁରେ ମ୍ୟାଲେରିଆର ନିରାକରଣ କାର୍ଯ୍ୟକ୍ରମ

ଦୁର୍ଗମ ଅଂଚଳ ଏକୁଲ ଗାଁରେ ମ୍ୟାଲେରିଆର ନିରାକରଣ କାର୍ଯ୍ୟକ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):କଙ୍କଡାହାଡ଼ ବ୍ଲକ କାନ୍ତୁଲ ପଞ୍ଚାୟତ ଆବିବାସୀ ଅଧ୍ୟୁଷିତ ଅଞ୍ଚଳ ଏକୁଲ ଗାଁ ରେ ମ୍ୟାଲେରିଆ ନିରାକରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅଭିନବ ପ୍ରୟାସ ।
ଏକୁଲ ଗାଁର ସମସ୍ତ ଲୋକ ମାନଙ୍କର ମ୍ୟାଲେରିଆ ରକ୍ତ ପରୀକ୍ଷା କରିବାସହ ଗର୍ଭବତୀ , ପ୍ରସୂତି, ଓ ପାଞ୍ଚ ବର୍ଷରୁ କମ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।ଲୋକ ମାନଙ୍କର ଆସୁ ଚିକିତ୍ସା ପ୍ରଦାନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମ୍ୟାଲେରିଆ ପରାମର୍ଶ ଦାତା ତପନ କୁମାର ସାହୁ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମ୍ୟାଲେରିଆ ତଦାରଖକାରୀ ସୁଶାନ୍ତ ପ୍ରଧାନ, ଦୀନବନ୍ଧୁ ସିଂହ, ପବିତ୍ର ମୋହନ ପ୍ରଧାନ, ମାମାଲି ନାୟକ, ଅନାଦି ପ୍ରଧାନ, ଅନନ୍ତ ଚରଣ ବେହେରା ଏବଂ ଆରୋଗ୍ୟ ପ୍ଲସ ଟିମ ର ଡା.ଅଜିତ ମେହେର, ବିକାଶ ଚନ୍ଦ୍ର ପତି ଇତ୍ୟାଦି ଉପସ୍ଥିତ ରହି ଉକ୍ତ ଶିବିର କୁ ପରିଚାଳନା କରିଥିଲେ !ଆସନ୍ତା ସପ୍ତାହ ଏହି କାର୍ଯ୍ୟକ୍ରମ କଙ୍କଡାହାଡ଼ ବ୍ଲକର ଅନ୍ୟାନ ଅପହଞ୍ଚ ଗାଁ ଗୁଡିକରେ ଅନୁଷ୍ଠିତ ହେବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସୂଚନା ମିଳିଛି !

related posts

1 comment

Deepak Kumar majhi July 17, 2021 - 5:17 pm

👍👍👍

Reply

Leave a Comment