Home Breaking News / ତାଜା ଖବର ସୀମା ବିବାଦ ଯୋଗୁଁ ସୀମାରେ ଜନନୀ ଯନ୍ତ୍ରଣା, ୩ କିମି ବୁହାହେଲେ ଗର୍ଭବତୀ

ସୀମା ବିବାଦ ଯୋଗୁଁ ସୀମାରେ ଜନନୀ ଯନ୍ତ୍ରଣା, ୩ କିମି ବୁହାହେଲେ ଗର୍ଭବତୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶାଖାପାଟଣା(ଜ୍ୟୋତିନ୍ଦ୍ର ପାଢ଼ୀ): ଆନ୍ଧ୍ର ଓଡ଼ିଶା ସୀମାନ୍ତ ବିଶାଖାପାଟଣା ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଦେଖିବାକୁ ମିଳିଛି ପୁଣି ଜନନୀ ଯନ୍ତ୍ରଣା। ବିଶାଖାପାଟଣା ଜିଲ୍ଲାର ମୁଚିଂପୁଟୁ ଅନ୍ତର୍ଗତ ଭେସିପୁଟ ପଞ୍ଚାୟତର ସୁଲତାନପୁର ଗ୍ରାମର ବାସିନ୍ଦା ହେଉଛନ୍ତି ପାଙ୍ଗି ଚେଲିମ୍ମା, ସେ ଗର୍ଭବତୀ ଥିଲେ ତେବେ ଆଜି ପ୍ରସବ ବେଦନା ହେବାପରେ ଘରଲୋକେ ଗୋଟିଏ ଘରୋଇ ଯାନରେ 15କିଲୋମିଟର ଦୂର ହସ୍ପିଟାଲ ନେବା ପାଇ ଯୋଜନା କରିଥିଲେ। ତେବେ ହସ୍ପିଟାଲ ପହଞ୍ଚିବା ପାଇ ଡି କୁମୁଡ଼ା ଘାଟି ପର ହେବାକୁ ପଡିବ, କିନ୍ତୁ ଲଗାଣ ବର୍ଷା ଓ ଗ୍ରାମକୁ ଠିକ ରାସ୍ତା ନ ଥିବାରୁ ଗାଡ଼ିଟି ଅଧା ରାସ୍ତାରେ କାଦୁଅରେ ଫସି ଯାଇଥିଲା ତେବେ ଏହା ଚେଲିମ୍ମା ଙ୍କ ପ୍ରଥମ ଗର୍ଭ ଥିବାରୁ ସଂପର୍କୀୟ ମାନେ ବିଳମ୍ବ ନ କରି ତାଙ୍କୁ ଟେକି ଟେକି 3 କିଲୋମିଟର ଘାଟି ରାସ୍ତା ଅତିକ୍ରମ କରି ନିକଟ ଡିକୁମୁଡା ଗ୍ରାମରେ ପହଞ୍ଚି ସେଠାରୁ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସ ଦ୍ଵାରା ହସ୍ପିଟାଲ ପହଞ୍ଚିଥିଲେ। ସ୍ୱାଧୀନତାର ୭୪ ବର୍ଷପରେ ମଧ୍ୟ ଆନ୍ଧ୍ର ଓଡ଼ିଶା ସୀମାରେ ବିବାଦ ତୁଟୁ ନଥିବାରୁ ସ୍ୱାଭିମାନ ଅଞ୍ଚଳରେ ରାସ୍ତାର ଅଭାବ ଦେଖାଦେବା ସହ ଉନ୍ନତି ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

related posts

1 comment

Deepak Kumar majhi July 17, 2021 - 5:14 pm

👍👍👍

Reply

Leave a Comment