Home Breaking News / ତାଜା ଖବର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିଭିନ୍ନ କ୍ଷେତ୍ର ପରିଦର୍ଶନ

ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିଭିନ୍ନ କ୍ଷେତ୍ର ପରିଦର୍ଶନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ରାୟଗଡ ଶ୍ରୀ ସୁଶାନ୍ତ କୁମାର ମଲ୍ଲିକଙ୍କ ଜିଲ୍ଲାର କୋଳନର , ରାମନାଗୁଡ଼ା ବ୍ଲକର ବିଭିନ୍ନ ପ୍ରାନ୍ତରେ ଚାଲିଥିବା କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିଛନ୍ତି । କୋଳନରl ବ୍ଲକର କୁଲଟିଗୁଡା ସ୍ଥିତ କେନ୍ଦ୍ରୀୟ ଚାରା ଉତ୍ପାଦନ ପ୍ରଦର୍ଶନ କରିବା ସହ ଏହାର ସଦପଯୋଗ ନିମନ୍ତେ ଅଭରସିୟର କୃଷ୍ଣ ଚନ୍ଦ୍ର ସେନାପତିଙ୍କ ସହିତ ଆଲୋଚନା କରିଥିଲେ l
ଏହାପରେ ଗଦିଶେଷଖାଳ ଗ୍ରାମ ପଂଚାୟତ ଅନ୍ତର୍ଗତ ଭେଜା ଗ୍ରାମରେ ଚାଲିଥିବା କାଜୁବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପରିଦର୍ଶନ କରିବା ସହ ଗଛ ସୁରକ୍ଷା ସମ୍ବନ୍ଧରେ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ l
ଏହାପରେ କ୍ଷେତ୍ର ପରିଦର୍ଶନରେ ଯାଇ କଲ୍‍ଟିଗୁଡା ଗ୍ରାମରେ ଥିବା ମୃତ୍ତିକା ସଂରକ୍ଷଣ ବିଭାଗର କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଥିଲେ । ଆନନ୍ଦପାଡୁ ଗ୍ରାମରେ ମନରେଗା ଯୋଜନାରେ ଚାଲିଥିବା କାଜୁ ବୃକ୍ଷ ରୋପଣ କାର୍ଯ୍ୟକୁ ଯାଇ ସେଠାରେ କାଜୁ ବୃକ୍ଷ ରୋପଣ କରିବା ସହ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କାରୁବାଇ ଗ୍ରାମରେ ଶ୍ରୀ ଦଶାନୀ କାଣ୍ଡଗୋରିଙ୍କ କାଜୁଚାଶ ପାଇଁ ପ୍ରସ୍ତୁତ କ୍ଷେତ ଅନୁଧ୍ୟାନ କରିଥିଲେ l ସେହିପରି ବାଙ୍କୀଲି କ୍ଷେତ ପୋଖରୀ ପରିଦର୍ଶନ କରିବା ସହ ସମ୍ମନ୍ୱିତ କୃଷି ପଦ୍ଧତି ବିଷୟରେ ଆଲୋଚନା କରିଥିଲେ । ଏହାପରେ ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ପଡାଳପଦର ଠାରେ ଥିବା କେନ୍ଦ୍ରୀୟ ଚାରା ଉପତ୍ପାଦନ କେନ୍ଦ୍ର ପରିଦର୍ଶନ କରିବା ସହ ଚାଷୀ ମାନଙ୍କୁ ବଣ୍ଟନ ନିମନ୍ତେ ଅତିରକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦିଗାମ୍ବର ବିଶ୍ୱାଳ ଏବଂ ଅଭରସିୟର ଜନାର୍ଦ୍ଦନ ଦାଶଙ୍କୁ ପରାମର୍ଶ ଦେଇଥିଲେ l ଏହାପରେ ଏଠାରେ ଥିବା କ୍ଷେତ୍ର ପୋଖରୀ ଅନୁଧ୍ୟାନ କରିବା ସହ ଏହାର ଉନ୍ନତିକରଣ କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ସେହି ପରିସରରେ ଆମ୍ବ ବୃକ୍ଷ ରୋପଣ କରିଥିଲେ l
ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜାଳବିଭlଜିକା ପ୍ରକଳ୍ପ ନିର୍ଦ୍ଦେଶ ଦିଗାମ୍ବର ବିଶ୍ୱାଳ, ଅଭରସିୟର କୃଷ୍ଣ ଚନ୍ଦ୍ର ସେନାପତି,ଜନାର୍ଦ୍ଦନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ଲ

related posts

1 comment

Deepak Kumar majhi July 17, 2021 - 5:18 pm

👍👍

Reply

Leave a Comment