Home Breaking News / ତାଜା ଖବର ସ୍ୱାମୀ ସ୍ତ୍ରୀ ବିବାଦରେ ସମାଧାନ ପାର୍ଇ ଆସିଥିଲେ: ଟ୍ରାକ୍ଟର ଚଡ଼ାଇ ଦେଇଥିବା ସ୍ୱାମୀ କୋର୍ଟ ଚାଲାଣ

ସ୍ୱାମୀ ସ୍ତ୍ରୀ ବିବାଦରେ ସମାଧାନ ପାର୍ଇ ଆସିଥିଲେ: ଟ୍ରାକ୍ଟର ଚଡ଼ାଇ ଦେଇଥିବା ସ୍ୱାମୀ କୋର୍ଟ ଚାଲାଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: ଆଜି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉତ୍କଳ କେଶରୀ ଦାଶଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ସାଇନ୍‌ଟିଫିକ୍ ଟିମ, ଓ ବିନିକା ଆଇଆଇସି ପବିତ୍ର ସାହୁ ତଦନ୍ତ କରି ଫେରିବା ପରେ ହତ୍ୟା କରୀ ଆଲ୍ଲା ସତ୍ୟନାରାୟଣ କୁ ବିନିକା ବାହାରୁ ଗିରଫ କରି ଆଜି କୋଟ ଚାଳଣ କରିଥିବା ବିନିକା ପୁଲିସ ସୁତ୍ରରୁ ପ୍ରକାଶ ା ଘଟଣା ସ୍ଥଳରୁ ଏକ ଟ୍ରାକ୍ଟର ଓଡି୧୭ ଏଚ-୮୬୧୭, ଏକ ସ୍କୁଟି ଗାଡ଼ି ଓ ଏକ ଗାମୁଛା ଜପତ କରିଥିବା ପୁଲିସ କହିଛି ା ଅଭିଯୁକ୍ତ ଡ଼ି କାଶି ବିଶ୍ବନାଥଙ୍କ ଉପରେ ଟ୍ରାକ୍ଟର ଚଳାଇ ଦେବାରୁ ମୃତ୍ୟୁ ହୋଇଥିବା ଅଭିଯୁ୍କ୍ତ ସ୍ବିକାର କରିଥିବା ବିନିକା ଆଇଆଇସି ଶ୍ରୀ ସାହୁ କହିବାସହ ଅଧିକ ତଦନ୍ତ ଯାରିରଖି ଥିବା ପ୍ରକାଶ କରିଛନ୍ତି ା ସୁଚନା ଅନୁଶାରେୂ ସ୍ବାମି ସ୍ତ୍ରୀଙ୍କ ଝଗଡାର ସମାଧାନ କରିବାକୁ ଆସି ହତ୍ୟାର ଶିକାର ହୋଇଥିଲେ ଆସିଥିବା ବ୍ୟକ୍ତି ାଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଙ୍କିଘିର୍ଡି ଆନ୍ଧ୍ରାଡେରାରେ ାଟ୍ରାକ୍ଟର ଚଢାଇ ହତ୍ୟାକରି ଫେରାର ମାରିଥିବା ଅଭିଯୁକ୍ତ ଆଲା ସତ୍ୟାନାରାୟଣକୁ ବିନିକା ବାହାରୁ ବିନିକା ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ବିନିକା ପୋଲିସ ପ୍ରକାଶ କରିଛନ୍ତି ା ।ଗତ ୧୪ ତାରିଖରେ ବରଗଡ ଜିଲ୍ଲା ଅତାବିରା ଥାନା ପରମାଣପୁର ଫାର୍ମର ଡି.କାଶି ବିଶ୍ୱନାଥ ଏବଂ ତାଙ୍କ କାକା ଡି. ରାମବାବୁ ଆନ୍ଧ୍ରାଡେରାକୁ ଆସି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ମତାନ୍ତର କୁ ସମାଧାନ କରିବାକୁ ଆସିଥିଲେ ।ହେଲେ ଆନ୍ଧ୍ରାଡେରାରେ ଆଲା ସତ୍ୟନାରାୟଣ ହଠାତ୍ ରାଗିଯାଇ ଉଭୟକଂ ଉପରେ ଓଡି୧୭ଜେ-୦୯୬୭ କେଜ ହୁଇଲ୍ ଟ୍ରାକ୍ଟରଟି ଚଢାଇ ଦେଇଥିଲା ।ଏହାପରେ ଗରୁତର ଅବସ୍ତାରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ ମେଡିକାଲରେ ଭର୍ତି କରାଯାଇଥିଲା ।କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଡି.କାଶି ବିଶ୍ୱନାଥକଂ ମୃତ୍ୟୁ ଘଟିଥିଲା ।ଅଭିଯୁକ୍ତ ଆଲା ସତ୍ୟନାରାୟଣକଂ ପ୍ରଥମ ପତ୍ନୀକଂ ମୃତ୍ୟୁ ହେଲାପରେ ଆନ୍ଧ୍ର ପ୍ରଦେଶର ରାହୁଲପାଲମ ଥାନା ଜନାଡା ଗାଁରେ ଆଲା ପାର୍ବତୀକୁଂ ଦ୍ୱୀତିୟ ବିବାହ କରିଥିଲେ ।ହେଲେ ଦିର୍ଘ ଗୋଟିଏ ବର୍ଷରୁ ଉର୍ଦ୍ଧ ହେଲା ସ୍ତ୍ରୀଙ୍କୁ ସେ ବାପ ଘରେ ଛାଡି ଦେଇଥିଲେ ।କିନ୍ତୁ ସେବେଠୁ ଆଉ ତାକୁଂ ନେବାକୁ ଆସି ନ ଥିଲେ ।ଫଳରେ ସ୍ୱାମୀକଂ ସହ ରହିବା ପାଇଁ ଆନ୍ଧ୍ର ପ୍ରଦେଶରୁ ୮ଜଣ ଓ ଅପରାଧି ଙ୍କ ଦ୍ବିତୀୟ ସ୍ତ୍ରୀ ଆଲ୍ଲା ପାର୍ବତୀ ସହ ତାଙ୍କ ଦୁଇସନ୍ତାନ ଏବଂ ପରମାଣପୁର ଫାର୍ମର ଡି.କାଶି ବିଶ୍ୱନାଥ ଏବଂ ଡି.ରାମବାବୁ ଉଭୟକୁଂ ମିଳାମିଶା କରିବା ପାଇଁ ଏମାନକଂ ସହ ରାତି ୯ ଟାରେ ଆନ୍ଧ୍ରାଡେରାକୁ ଆସିଥିଲେ ।କିନ୍ତୁ ଆଲା ସତ୍ୟନାରାୟଣ ହଠାତ୍ ରାଗିଯାଇ ୧୧ ଜଣଙ୍କ ଉପରେ ଲୁହା ଚକା ଲାଗିଥିବା ଟ୍ରାକ୍ଟର ଚଢାଇ ଦେଇଥିଲା ।ଫଳରେ ଡି.କାଶି ବିଶ୍ୱନାଥକଂ ମୃତ୍ୟ ଘଟିଥିବା ବେଳେ ଜଣେ ସଂଙ୍କଟାପନ୍ନ ଓ ୮ ଜଣ ଗୁରୁତର ଆହତ ହୋଇଥିଲେ

related posts

1 comment

Deepak Kumar majhi July 17, 2021 - 5:18 pm

👍👍👍

Reply

Leave a Comment