Home Breaking News / ତାଜା ଖବର ଆପିକଲ୍‍ ପରିଚାଳନା ନିର୍ଦ୍ଦେଶକ ତଥା ନୋଡାଲ ଅଫିସରଙ୍କ ରାୟଗଡ ଜିଲ୍ଲା ଗସ୍ତ

ଆପିକଲ୍‍ ପରିଚାଳନା ନିର୍ଦ୍ଦେଶକ ତଥା ନୋଡାଲ ଅଫିସରଙ୍କ ରାୟଗଡ ଜିଲ୍ଲା ଗସ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ଆପିକଲ୍‍ ପରିଚାଳନା ନିର୍ଦ୍ଦେଶକ ତଥା ନୋଡାଲ ଅଫିସର ରାୟଗଡ ଶ୍ରୀଯୁକ୍ତ ପ୍ରଭାତ କୁମାର ରାଉଳ ଦୁଇ ଦିନିଆ ଗସ୍ତରେ ଆସି ରାୟଗଡ଼ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଚାଲିଥିବା କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିଛନ୍ତି । ଗତ ତା. ୧୪.୦୭.୨୦୨୧ ରିଖରେ ଗୁଡାରୀ ବ୍ଲକ ଅନ୍ତର୍ଗତ ସାନଉମା ପଞ୍ଚାୟତର ଏଲ୍‍ଏଲ୍‍ପୁର ଗ୍ରାମକୁ ଯାଇ ଶ୍ରୀ ପ୍ରଦୀପ କୁମାର ମାଠାଙ୍ଗୀଙ୍କ କ୍ଷେତ ପୋଖରୀ ପରିଦର୍ଶନ କରିବା ସହ ସମ୍ମନ୍ୱିତ କୃଷି ପଦ୍ଧତି ବିଷୟରେ ଗୁରୁତ୍ୱ ଆରୋପ କରିଥିଲେ । ଏହିପରି ସନ୍ୟାସୀ ଗୁଡା ଗ୍ରାମର ଶ୍ରୀ ବାବୁରାଓଙ୍କ କୁକୁଡା ଫ।ର୍ମ ପରିଦର୍ଶନ କରି ତାଙ୍କ ସହ ପୁଙ୍ଖ।ନୁପୁଙ୍ଖ ଭାବରେ କୁକୁଡା ଚାଷ ବିଷୟରେ ଆଲୋଚନା କରିଥିଲେ । ଏହାପରେ କୃଷି ସୂଚନା କେନ୍ଦ୍ର ପରିଦର୍ଶନ କରି ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।
ସେହିପରି ଗତ ତା. ୧୫.୦୭.୨୦୨୧ ରିଖରେ ରାୟଗଡ ଜିଲ୍ଲା ସ୍ଥିତ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପ୍ରାଙ୍ଗଣରେ ପ୍ରଧାନମନ୍ତ୍ରୀ ଫସଲ ବୀମା ରଥକୁ ଉଦ୍‍ଘାଟନ କରିଥିଲେ । ଏହାପରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜଳ ବିଭାଜିକା କାର୍ଯ୍ୟାଳୟରେ ସମ୍ମିଳନୀ କକ୍ଷରେ ଉଦ୍ୟାନକୃଷି ବିଭାଗ କୃଷି ବିଭାଗ ତଥା ମୃତ୍ତିକା ସଂରକ୍ଷଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ ।
ଏହାପରେ କ୍ଷେତ୍ର ପରିଦର୍ଶନରେ ଯାଇ କଲ୍‍ଟିଗୁଡା ଗ୍ରାମରେ ଥିବା ମୃତ୍ତିକା ସଂରକ୍ଷଣ ବିଭାଗର କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଥିଲେ । ଆନନ୍ଦପାଡୁ ଗ୍ରାମରେ ମନରେଗା ଯୋଜନାରେ ଚାଲିଥିବା କାଜୁ ବୃକ୍ଷ ରୋପଣ କାର୍ଯ୍ୟକୁ ଯାଇ ସେଠାରେ କାଜୁ ବୃକ୍ଷ ରୋପଣ କରିବା ସହ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । କତାପେଟା ପଞ୍ଚାୟତ ଅନ୍ତର୍ଗତ ବିରନାରାୟଣ ପୁର ଗ୍ରାମରେ ଥିବା ଶ୍ରୀ କାମେଶ୍ୱର ସାରକାଙ୍କ କ୍ଷେତ ପୋଖରୀ ପରିଦର୍ଶନ କରିବା ସହ ସମ୍ମନ୍ୱିତ କୃଷି ପଦ୍ଧତି ବିଷୟରେ ଆଲୋଚନା କରିଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ଜଳ ବିଭାଜିକା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମଲ୍ଲିକ ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁଃଶାସନ ପ୍ରହରାଜ ଏବଂ ସହକାରୀ ନିର୍ଦ୍ଦେଶକ ଉଦ୍ୟାନ କୃଷି ଜଗନ୍ନାଥ ବିନ୍ଧାଣୀ ଉପସ୍ଥିତ ରହି କାର୍ଯ୍ୟକୁ ସୂଚନାରୁ ରୂପେ ପରିଚାଳନା କରିଥିଲେ ।

related posts

1 comment

Deepak Kumar majhi July 17, 2021 - 5:08 pm

👍👍👍

Reply

Leave a Comment