Home Breaking News / ତାଜା ଖବର ଖଣ୍ଡପଡାରେ ସେବା ଉତ୍ସବ

ଖଣ୍ଡପଡାରେ ସେବା ଉତ୍ସବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଖଣ୍ଡପଡା(ଅଙ୍କିତା ପ୍ରିୟଦର୍ଶିନୀ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ 10ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -2021 ଆଜି ଖଣ୍ଡପଡା ବ୍ଲକରେ ଅନୁଷ୍ଠିତ ହୋଇଯାଇଛି l ସେବା ଉତ୍ସବର କର୍ମକର୍ତା ମାନେ ଏହି ଅବସରରେ ନୟାଗଡ଼ ଓ ଖଣ୍ଡପଡ଼ା ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ମାସ୍କ ବଣ୍ଟନ କରିଥିଲେ l ଏହି ଅବସରରେ ଖଣ୍ଡପଡ଼ା ଅଂଚଳର କିଛି ଅସହାୟ ରୋଗୀଙ୍କୁ ସେବା ସମିତି ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା l ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବି ସନ୍ତୋଷ ପ୍ରଧାନ , ସଞ୍ଜୟ ନାୟକ, ସରୋଜ ଚୌଧୁରୀ,ପ୍ରଶାନ୍ତ ପ୍ରଧାନ, ବୃନ୍ଦାବନ ପ୍ରଧାନ,ମହେନ୍ଦ୍ର ବାରିକ, ଜ୍ୟୋତିରଞ୍ଜନ ମହାପାତ୍ର, ସୌମ୍ୟରଞ୍ଜନ ଦାଶ , ସୋମେଶ ପଟନାୟକ , ପରମେଶ୍ୱର ସାହୁ ପ୍ରମୁଖ ସାମିଲ ହୋଇଥିଲେ l ଦେଶର ଯୁବ ପିଢିଙ୍କୁ ସେବା ଧର୍ମରେ ବ୍ରତୀ କରିବା ସହ ଗରିବ ଓ ଅସହାୟଙ୍କୁ ସହାୟତାରେ ହାତ ବଢାଇବା ପାଇଁ ଗତ ଚାରି ବର୍ଷ ଧରି ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ଚଳିତ ବର୍ଷ ମାସ୍କ ଓ ସାନିଟାଇଜର ବଣ୍ଟନ,ବସ୍ତ୍ରଦାନ, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ, ଅଙ୍ଗଦାନ ଶିବିର ଓ ଗରିବ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ ଓ ଅନ୍ତିମ ଦିନ ଭରଚୁଆଲ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ଥ ବ୍ଲକରେ ଆସନ୍ତା 25ତାରିଖ ଯାଏ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସେବା ସମିତି ପକ୍ଷରୁ ସୂଚନା ଦିଆଯାଇଛି।

related posts

1 comment

Deepak Kumar majhi July 17, 2021 - 5:07 pm

👍👍👍

Reply

Leave a Comment