Home Breaking News / ତାଜା ଖବର କାଦୁଅରେ ଲଚ ପଚ ଡହଗାଁ ଗିତକାରପଡା

କାଦୁଅରେ ଲଚ ପଚ ଡହଗାଁ ଗିତକାରପଡା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋକସରା(ଦେବେନ୍ଦ୍ର ସାଗର): କୋକସରା ବ୍ଲକ ଡହଗାଁ ଗୀତକାରପାଡା ରେ ଡ୍ରେନ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ ପାଣି ନିଷ୍କାସନ ହୋଇ ନପାରି ରାସ୍ତା ଉପରେ ଜମି ରହୁଛି ମଇଲା ପାଣି । ଫଳରେ ଲୋକେ ଯିବା ଆସିବା କରିବାବେଳେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏମିତି କି ସାମାନ୍ୟ ବର୍ଷା ହେଲେ ଲୋକମାନଙ୍କ ଘରକୁ ପାଣି ପଶୁଥିବା ଲୋକେ ପ୍ରକାଶ କରିଛନ୍ତି । ଏନେଇ ବିଭିନ୍ନ ସମୟରେ ପଡାବାସୀ ପଞ୍ଚାୟତ କତୃପକ୍ଷ ଙ୍କୁ ଡ୍ରେନ ବ୍ୟବସ୍ଥା କରିବା ପାଇଁ ଜଣାଇ ଆସୁଥିଲେ ବି ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଛନ୍ତି । ବର୍ଷା ମାସ ଆରମ୍ଭ ରୁ ଏହି ରାସ୍ତା ଉପରେ ପାଣି ଜମି ରହିଥିବା ଯୋଗୁଁ ରାସ୍ତାରେ ଏବେ ଆଣ୍ଠୁଏ କାଦୁଅ ଜମି ରହୁଥିବା ଦେଖିବାକୁ ମିଲିଛି । ତେଣୁ ଡ୍ରେନ ବ୍ୟବସ୍ଥା କରିବା ପାଇଁ ଅରୁପାନନ୍ଦ ନାଏକ, ତ୍ରିଲୋଚନ ନାଏକ, ଟୁନୁ ନାଏକ, ଲାବାଣ୍ୟ ନାଏକ, ଗୋବିନ୍ଦ ନାଏକ, ଜୟରାମ ନାଏକ ସମେତ ପଡାବାସୀ ଦାବି କରିଛନ୍ତି । ଏନେଇ ଡହଗାଁ ସରପଞ୍ଚ ପରିମିତା ସିଂ ରାଜପୁତ ଙ୍କ ମତାମତ ନେବାରୁ ଡ୍ରେନ ପାଇଁ ପ୍ରସ୍ତାବ ଦିଆ ସରିଛି ଆଗକୁ ମଞ୍ଜୁର ହେଲାପରେ ନିର୍ମାଣ କରାଯିବ ବୋଲି କହିଛନ୍ତି ।

related posts

1 comment

Deepak Kumar majhi July 17, 2021 - 5:02 pm

👍👍👍

Reply

Leave a Comment