Home Breaking News / ତାଜା ଖବର ଆଦିବାସୀଙ୍କ ନିଆରା ଧରତୀ ପୂଜା, ପରମ୍ପରା ତାଙ୍କର ସଂସ୍କୃତି

ଆଦିବାସୀଙ୍କ ନିଆରା ଧରତୀ ପୂଜା, ପରମ୍ପରା ତାଙ୍କର ସଂସ୍କୃତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ)-ବିଭିନ୍ନ ଜାତି ମଧ୍ୟରେ ଆଦିବାସୀ ଜାତି ଅନ୍ୟତମ। ତନ୍ମଧ୍ୟରୁ ଜନଜାତି ଭିତରେ କନ୍ଧ ଆଦିବାସୀ ଏକ ସ୍ୱତନ୍ତ୍ର ଜାତି ଅଟେ। ତାଙ୍କର ସବୁଠୁ ବଡ଼ ମାନ୍ୟତା ରହିଛି ପୂଜନ କେତେକ ପୂଜନ ମଧ୍ୟରେ ଧରତୀ ଅର୍ଥାତ ମାଟି ମା ର ପୂଜା ସର୍ବ ପ୍ରଥମ ଅଟେ। ଜନ ଜାତି ସମ୍ପ୍ରଦାୟ ମଧ୍ୟରେ ଅନେଜ ପ୍ରକାର ଆଦିବାସୀ ଅଛନ୍ତି ଯେ ଯାହାର ପୂଜନ, ସଂସ୍କୃତି, ସ୍ୱତନ୍ତ୍ର ଅଟେ । ଯେତେ ଜାତି ସେତେ ପୂଜା କରାଯାଏ କିନ୍ତୁ ସମସ୍ତେ ମାତ୍ର ଧରତୀ ପେନୁ କୁ ପୂଜନ କରିବା ଏକ ସାଧାରଣ କଥା ଏହି ପୂଜନ ବିନା ଗାଁ,ଲୋକ, ଗୁହ ପାଳିତ ପଶୁ ମାନେ ସୁଖ ଶାନ୍ତିରେ ରହି ପାରିବେନି ବୋଲି ବିଶ୍ୱାସ ରହିଛି। ସେହିଭଳି ଆଜି ରାୟଗଡ ଜିଲ୍ଲା ସଦର ମହକୁମାର କତାପେଟା ପଞ୍ଚାୟତ ସିଲିଟି ସିଲିଟିଗୁଡା ଗ୍ରାମରେ ଧରତୀ ପେନୁକୁ ଭୋଗ ରାଗ ନୈବେଦ୍ୟ ବେଇ ପୂଜନ କରିଛନ୍ତି। ଆଦିବାସୀ ପରମ୍ପରାରେ ପୁରୁଷ ପୂଜକ ଠାରୁ ମହିଳା ପୂଜାଜ ଅର୍ଥାତ ପେନୁଣି କୁ ଅଧିକ ମହତ୍ଵ ଦିଆଯାଏ। ଧରତୀ ପେନୁ ପାଇଁ ଆଗରୁ ନିର୍ଧାରିତ ଦିନ ଅନୁଯାଇ ସବୁ ଜିନିଷର ଯୋଗାଡ଼ କରି ପୂର୍ବ ଦିନରୁ ପୂଜକ ଓ ମହିଳା ପୂଜକ ଉପବାସ ରହି ହଳଦୀ ଚାଉଳ ନେଇ ବନ୍ଦାପନା କରି ଆବାହନ କରି ଅମୁହାଁ ଘରେ ରହି ତା ଆରଦିନ ସକାଳୁ ପାରମ୍ପରିକ ବାଦ୍ୟର ତାଳେ ତାଳେ ଉଭୟ କାଲିସି ଲାଗି ନାଚି ନାଚି ଝକିରି ପହଂଚି ତାଙ୍କର ଆଦିବାସୀ କର୍ମ କାଣ୍ଡ ଆରମ୍ଭ କରନ୍ତି। ସେଠି ନୂତନ ହାଣ୍ଡିରେ ଭୋଗ ପ୍ରସ୍ତୁତ କରିବା ପାଇଁ ଯାନୀ, ଦିଶରୀ ,ସମତା ଓ ଗ୍ରାମର ମୁଖୁଆ ମାନେ ଜଗି ପ୍ରସାଦ ରନ୍ଧନ କରି ଲାଗି କରିଥାନ୍ତି। ଆଜିବି ବଞ୍ଚି ରହିଛି ପରମ୍ପରା । ଏହିଦିନ ସିଲିଟିଗୁଡା ଗ୍ରାମ ତଥା ଆଖ ପାଖ ଗ୍ରାମର 35 ରୁ ଅଧିକ ମହିଳା ପୁରୁଷ ରାୟଗଡ ବିଶ୍ୱକଲ୍ୟାଣ ସାଧନା ସମିତି ତରଫରୁ ସଂସ୍କାରିତ ହୋଇଥିଲେ । ସୁଧ ପୁତ ଭାବେ ସ୍ନାନାଦି କାର୍ଯ୍ୟ ସାରି ମାର୍ଗ ଦର୍ଶକ ଯୋଗୀଶ୍ରୀ ଚୈତନ୍ୟ ରାମଙ୍କ ସାନିଧ୍ୟରେ ମନ୍ତ୍ର ଜପ ଧ୍ୟାନ କରି ନିଜ ସାଧନା ବିଷୟରେ ଅଭ୍ୟାସ କରିଥିଲେ। ଯୋଗୀଶ୍ରୀ ଙ୍କ ଅନୁଧ୍ୟାନ ପରେ ଭୁଲ ଠିକ ସୁଧାରୀଥିଲେ। ଯୋଗୀଶ୍ରୀ ଙ୍କ କହିବା ଅନୁସାରେ ଅଞ୍ଚଳର ବନବାସୀ ଭାଇ ଭଉଣୀ ମାନେ ହିଂସା, କୁ ସଂସ୍କାର,ଅନ୍ଧ ବିଶ୍ୱାସକୁ ଛାଡି ଭକ୍ତି ମାର୍ଗକୁ ଆସୁଛନ୍ତି ଏବଂ ଅନ୍ୟମାନଙ୍କୁ ପ୍ରବର୍ତଉଛନ୍ତି ବୋଲି ବ୍ୟକ୍ତ କରିଛନ୍ତି। ଅଂଚଳରେ ଶାନ୍ତ ବାତାବରଣ ଓ ସଂସ୍କାର ପାଇଁ ଅଂଚଳର ଜନ ସାଧାରଣ କଲ୍ୟାଣ ସମିତି ଓ ମାର୍ଗ ଦର୍ଶକ ଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିବା ସହ ଏହି ଭଳି କାର୍ଯ୍ୟକ୍ରମ ଜିଲ୍ଲା ସବୁ ଗ୍ରାମକୁ ପହଞ୍ଚାଇବା ପାଇଁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଶ୍ବହିନ୍ଦୁ ସଭାପତି ରାଜେନ୍ଦ୍ର ସାହୁ,ଏଙ୍କାନା ହିମିରିକା,ଉପେନ୍ଦ୍ର ହିମିରିକା, କୃଷ୍ଣ ପୁଲକା,ତ୍ରିନାଥ ସାହୁ, ଆଲୁ ଶଙ୍କର,ହିରୋଧର ନାୟକ,ପି ତ୍ରିନାଥ ସାହୁ, ଇନ୍ଦିରା,ସୁନାମ, ଇନ୍ଦୁ, ଶ୍ରୀୟା ଓ ସିଲିଟିଗୁଡା ହନୁମାନ ମନ୍ଦିର କମିଟି ଓ ଅନ୍ୟ ମାନେ ଯୋଗ ଦେଇଥିଲେ।

related posts

1 comment

Deepak Kumar majhi July 17, 2021 - 5:07 pm

👍👍👍

Reply

Leave a Comment