Home Breaking News / ତାଜା ଖବର ଜାମ୍ମୁ ଓ ସାଂବାରେ ପୁଣି ଉଡିଲା ଡ୍ରୋନ

ଜାମ୍ମୁ ଓ ସାଂବାରେ ପୁଣି ଉଡିଲା ଡ୍ରୋନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜମ୍ମୁ ଓ କଶ୍ମୀରରେ ଭାରତୀୟ ସୀମା ଭିତରକୁ ପାକିସ୍ତାନୀ ଡ୍ରୋନଗୁଡ଼ିକର ଅନୁପ୍ରବେଶ ମାମଲା ବଢିଚାଲିଛି । ଶୁକ୍ରବାର ଦିନ ଜମ୍ମୁ ଓ ସାମ୍ବା ଆଦି ଅଞ୍ଚଳରେ ଉଡ଼ୁଥିବା ୪ଟି ସଂଦିଗ୍ଧ ଡ୍ରୋନକୁ ସୁରକ୍ଷା ବାହିନୀ ପକ୍ଷରୁ ଠାବ କରାଯାଇଛି । ଗତକାଲି ଜମ୍ମୁ ବାୟୁସେନା ଘାଟି ଉପରେ ଉଡ଼ୁଥିବା ଏକ ଡ୍ରୋନକୁ ସୁରକ୍ଷାବାହିନୀ ଗୁଳିକରି ଖସାଇବା ଆଜି ଏହି ଘଟଣା ସୁରକ୍ଷାବାହିନୀର ଚିନ୍ତା ବଢାଇଦେଇଛି । ଗତ ମାସରେ ପାକିସ୍ତାନୀ ଆତଙ୍କବାଦୀମାନେ ଡ୍ରୋନ ମାଧ୍ୟମରେ ବିସ୍ଫୋରକ ପଠାଇ ଜମ୍ମୁସ୍ଥିତ ବାୟୁସେନା ଘାଟିରେ ବିସ୍ଫୋରଣ କରିଥି୍ଲେ । ଏହି ଘଟଣାରେ ଦୁଇଜଣ ବାୟୁସେନା କର୍ମଚାରୀ ଆହତ ହୋଇଥିଲେ । ସେହିପରି ଗତ ବୁଧବାର ଦିନ ମଧ୍ୟ ସୀମା ନିକଟରେ ଏକ ଡ୍ରୋନ ଉଡ଼ଥିବା ଦେଖାଯିବା ପରେ ବିଏସଏଫ କର୍ମଚାରୀମାନେ ଗୁଳି ଚଳାଇଥିଲେ । ବାୟୁସେନାର କିଲର ଡ୍ରୋନ ସିଷ୍ଟମର ଉପଯୋଗରେ ଡ୍ରୋନଗୁଡିକ ଉପରେ ନଜର ରଖାଯାଇ ସେଗୁଡ଼ିକୁ ଅଚଳ ଓ ନଷ୍ଟ କରିଦିଆଯାଉଛି ।

related posts

1 comment

Deepak Kumar majhi July 17, 2021 - 4:54 pm

👍👍👍

Reply

Leave a Comment