Home Breaking News / ତାଜା ଖବର ଡ୍ରୋନ ବ୍ୟବହାର ନେଇ ଶୁବଶୀଘ୍ର ଆସିବ ନୂଆ ନୀତି

ଡ୍ରୋନ ବ୍ୟବହାର ନେଇ ଶୁବଶୀଘ୍ର ଆସିବ ନୂଆ ନୀତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଡ୍ରୋନ ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କ ଚିଠା ନୀତି ପ୍ରସ୍ତୁତ । ବିଶ୍ୱସନୀୟତା, ସ୍ୱୟଂ ପ୍ରମାଣସିଦ୍ଧ ଆଧାରରେ ଡ୍ରୋନ ବ୍ୟବହାର ନେଇ ଏହି ନୀତି ଆସିବ । ଡ୍ରୋନ ନିୟମାବଳୀ ବିଜ୍ଞପ୍ତି ପ୍ରକାଶ ପାଇଲେ ପୂର୍ବରୁ ରହିଥିବା ମାନବବିହୀନ ବିମାନ ବ୍ୟବସ୍ଥା ବା ୟୁଏଏସ ନିୟମାବଳୀ ରଦ୍ଦ ହେବ । ଡ୍ରୋନ ନିୟମାବଳୀ ୨୦୨୧ ଅନୁସାରେ ଏଣିକି ୬ଟି କ୍ଷେତ୍ରରେ ଡ୍ରୋନ ଅପରେଟ କରିବା ଲାଗି ଅନୁମତି ମିଳିବ । ପ୍ରୂ୍ବରୁ ୨୫ଟି କ୍ଷେତ୍ର ଲାଗି ଡ୍ରୋନ ଅନୁମତି ମିଳୁଥିଲା ।
ବିଶ୍ୱସନୀୟତା, ସ୍ବୟଂ ପ୍ରମାଣସିଦ୍ଧ ଓ ଅଣବ୍ୟାଘାତସୃଷ୍ଟି ଭିତ୍ତିରେ ଡ୍ରୋନ ବ୍ୟବହାର ନେଇ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ଚିଠା ନୀତି ଜାରି କରିଛି । ନୂଆ ନୀତି ଯୋଗୁ ଏଣିକି ଗ୍ରୀନ ଜୋନରେ ୪୦୦ ଫୁଟ ଉଚ୍ଚରେ ଏବଂ ବିମାନବନ୍ଦରର ୮ରୁ ୧୨ କିଲୋମିଟର ମଧ୍ୟରେ ୨୦୦ ମିଟର ଉଚ୍ଚରେ ଡ୍ରୋନ ଉଡାଇବା ଲାଗି କୌଣିସ ଉଡାଣ ଅନୁମିତ ଆବଶ୍ୟକ ପଡିବ ନାହିଁ । ୟୁଏଏସ ନିୟମାବଳୀ ୨୦୨୧ ଗତ ମାର୍ଚ୍ଚ ୧୨ ତାରିଖରେ ଆସିଥିଲା । ମାତ୍ର ଡ୍ରୋନ ନିୟମାବଳୀ ୨୦୨୧ ଲାଗୁ ହେବା ପରେ ତାହା ଆଉ ବଳବତ୍ତର ହେବ ନାହିଁ ।
ଏହି ନୂଆ ନିୟମ ଅନୁସାରେ ଏଣିକି ଉତ୍ପାଦ, ସେବା ସଂକ୍ରାନ୍ତ ପ୍ରମାଣପତ୍ର, ରକ୍ଷଣାବେକ୍ଷଣ ପ୍ରମାଣପତ୍ର, ଆମଦାନୀ ସଂକ୍ରାନ୍ତ କ୍ଲିଅରାନ୍ସ, ଅପରେଟର ପରମିଟ, ଗବେଷଣା ଓ ବିକାଶ ସଂଗଠନର ସ୍ବୀକୃତି, ଷ୍ଟୁଡେଣ୍ଟ ରିମୋଟ ପାଇଲଟ ଲାଇସେନ୍ସ ଆଦି ଆବଶ୍ୟକ ପଡିବ ନାହିଁ । ପୂର୍ବର ୟୁଏଏସ ନିୟମାବଳୀ ୨୦୨୧ ଅନୁସାରେ ଏହି ନୂଆ ନୀତି ବେଶ୍ ତାତ୍ପର‌୍ୟ୍ୟପୂର୍ଣ୍ଣ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

related posts

1 comment

Deepak Kumar majhi July 17, 2021 - 4:55 pm

👍👍👍

Reply

Leave a Comment