Home Breaking News / ତାଜା ଖବର ବାଇକ ଧକ୍କାରେ ଗୁରୁତର ବୃଦ୍ଧଙ୍କ ମେଡିକାଲ ଯିବା ବାଟରେ ମୃତ୍ୟୁ: ବାଇକ ଚାଲକ ଗୁରୁତର

ବାଇକ ଧକ୍କାରେ ଗୁରୁତର ବୃଦ୍ଧଙ୍କ ମେଡିକାଲ ଯିବା ବାଟରେ ମୃତ୍ୟୁ: ବାଇକ ଚାଲକ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋକସରା(ଦେବେନ୍ଦ୍ର ସାଗର)କୋକସରା ବ୍ଲକ ଆମପାଣି ଥାନା ବିଜୁ ଏକ୍ସପ୍ରେସ ୱେ ଭାଳିଆଯୋର ନିକଟରେ ଆଜି ସକାଳେ ଏକ ବାଇକ ଜଣେ ବୃଦ୍ଧ ଙ୍କୁ ଧକ୍କା ଦେଇ ଘୋଷାଡି ନେଇଥିଲା ଫଳରେ ଦୁଇ ଜଣ ଗୁରୁତର ହୋଇ ପଡ଼ିଥିବା ବେଳେ ଆମପାଣି ପୋଲିସ ଦୁଇ ଗୁରୁତର ଙ୍କୁ କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରିଥିଲେ ସେମାନଙ୍କ ମଧ୍ୟରୁ ଭାଳିଆଯୋର ଗାଁ ର ବୃଦ୍ଧ ବିରଞ୍ଚି ନାଏକ(୬୦) ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ୧୦୮ ଆମ୍ବୁଲାନ୍ସ ରେ ଭବାନୀପାଟଣା ହସ୍ପିଟାଲ କୁ ସ୍ଥାନାନ୍ତର କରୁଥିବା ସମୟରେ ଅଧାବାଟ ଜୁନାଗଡ ନିକଟରେ ରେ ତାଙ୍କ ମୃତ୍ୟୁ ହୋଇଛି l ଜୁନାଗଡ ହସ୍ପିଟାଲରେ ତାଙ୍କ ମୃତ ଶବ ଥିବା ବେଳେ ସେଠାରେ ମୃତକ ଙ୍କ ଶବ ବ୍ୟବଚ୍ଛେଦ ହେବାପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯିବ ବୋଲି ଆମପାଣି ପୋଲିସ ସୁଚନା ଦେଇଛି l ଅନ୍ୟପଟେ ବାଇକ ଚାଳକ ଦେବୀ ସିଂ ଧାରୁଆ କୋକସରା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଆମପାଣି ପୋଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଘଟଣା ର ଯାଞ୍ଚ କରୁଥିବା ନେଇ ଏ ଏସ ଆଇ ରାମସଙ୍କର ବାଗ ସୁଚନା ଦେଇଛନ୍ତି

related posts

1 comment

Deepak Kumar majhi July 17, 2021 - 5:03 pm

👍👍👍

Reply

Leave a Comment