Home Breaking News / ତାଜା ଖବର ଅଗଷ୍ଟରେ କୋଭିଡ୍ ତୃତୀୟ ଲହର!

ଅଗଷ୍ଟରେ କୋଭିଡ୍ ତୃତୀୟ ଲହର!

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅଗଷ୍ଟ ଶେଷ ସୁଦ୍ଧା ଦେଶରେ କରୋନାର ତୃତୀୟ ଲହର ଆସିବ। ତେବେ ଦ୍ବିତୀୟ ଲହର ପରି ଏହା ଘାତକ ହେବନାହିଁ ଏବଂ ଏହାର ପ୍ରଭାବ ଯଥେଷ୍ଟ କମ୍ ରହିବ। ଆଇସିଏମ୍‌ଆର ଡାକ୍ତର ସମୀରଣ ପଣ୍ଡା ଏକ ଗଣମାଧ୍ୟମ ସଂସ୍ଥାକୁ ଏହା କହିଛନ୍ତି। ସମୀରଣଙ୍କ କହିବା ଅନୁଯାୟୀ ତୃତୀୟ ଲହର ଆସିବାର କିଛି ପ୍ରମୁଖ କାରଣ ରହିଛି। ପ୍ରଥମ ଏବଂ ଦ୍ବିତୀୟ ଲହର ସମୟରେ ଶରୀରରେ ଯେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଯଦି ତାହା କମିଯା‌ଏ ତେବେ ଏହା ତୃତୀୟ ଲହରର କାରଣ ହେବ।
ଦ୍ବିତୀୟରେ କରୋନାର ଏକ ପ୍ରଜାତି ରୋଗ ପ୍ରତିରୋଧକତାରୁ ଖସି ଯାଉଥିବା ଫଳରେ ଏହା ମଧ୍ୟ ତୃତୀୟ ଲହରର କାରଣ ହୋଇପାରେ। କିଛି କ୍ଷେତ୍ରରେ ରୋଗପ୍ରତିରୋଧକତା ନଷ୍ଟ ନହେଲେ ବି କ୍ଷୀପ୍ର ସଂକ୍ରମଣ ଯୋଗୁଁ ସମସ୍ୟା ବଢ଼ିପାରେ। ଚତୁର୍ଥରେ ଯଦି ରାଜ୍ୟମାନେ ସବୁ କଟକଣା ହଟାଇଦେବେ ତା’ହେଲେ ହଠାତ୍ ସଂକ୍ରମଣ ବଢ଼ିଯିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି

related posts

1 comment

Deepak Kumar majhi July 17, 2021 - 4:55 pm

👍👍👍

Reply

Leave a Comment