Home ଜୀବନଚର୍ଯ୍ୟା ଜାଣନ୍ତୁ,ଶ୍ରୀମନ୍ଦିରରେ ଫରାସୀ ଘଣ୍ଟିର ରହସ୍ୟ

ଜାଣନ୍ତୁ,ଶ୍ରୀମନ୍ଦିରରେ ଫରାସୀ ଘଣ୍ଟିର ରହସ୍ୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଶ୍ରୀମନ୍ଦିର ପରିସର ମଧ୍ୟରେ ରହିଛି ଏକ ଆଶ୍ଚର୍ଯ୍ୟ ଘଣ୍ଟି l
ଗୋଟିଏ ଜଳ ଜାହାଜ ଫ୍ରାନ୍ସର ଗୋଟିଏ ବନ୍ଦରରୁ ଗଭୀର ସାଗର ବକ୍ଷରେ ଯାତ୍ରା କରୁଥାଏ ଫ୍ରାନ୍ସ ଉପନିବେଶ ପଣ୍ଡିଚେରୀ ଅଭିମୁଖେ l ଜାହାଜରେ ଯାଉଥାଏ ପଣ୍ଡିଚେରୀର ଏକ ଚର୍ଚ୍ଚ ଉଦ୍ଦେଶ୍ୟରେ ବିରାଟ ଧାତବ ଘଣ୍ଟି l ଜାହାଜରେ କ୍ୟାପଟେନ ଥାଆନ୍ତି ଅଭିଜ୍ଞ ଅଧିନାୟକ କ୍ୟାପଟେନ ବିଟୋ l ତାଙ୍କ ଜୀବନକାଳରେ ସେ ଅତଳସମୁଦ୍ର ମଧ୍ୟରେ ବହୁବାର ବିଭିନ୍ନ ବିପଦର ସଫଳ ମୁକାବିଲା କରି ଆସିଛନ୍ତି l ଜାହାଜ ନିର୍ବିଘ୍ନରେ ସମୁଦ୍ରରେ ଗତି କରୁଥାଏ l କର୍ମଚାରୀମାନେ ବାଇନୋକୁଲାରରେ ସମୁଦ୍ରର ଜଳରାଶିକୁ ନୀରିକ୍ଷଣ ପୂର୍ବକ ଆନନ୍ଦ ଉପଭୋଗ କରୁଥାନ୍ତି l
ହଠାତ ଜଣେ କର୍ମଚାରୀ ଦୂରବିନରେ ଗୋଟିଏ ଦୃଶ୍ୟ ଦେଖି ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିଲେ l ସେ ଦେଖିଲେ ଅଦୂରରେ ଗୋଟିଏ ବିରାଟକାୟ ଜଳଜୀବ ତାଙ୍କ ଜାହାଜ ଆଡ଼କୁ ମାଡ଼ି ଆସୁଛି l ବିପଦ ଆଶଙ୍କା କରି ସେ କ୍ୟାପଟେନ ବିଟୋଙ୍କୁ ଯାଇ ତୁରନ୍ତ ଖବର ଦେଲେ l ବିଟୋ ଆସି ସେ ଦୃଶ୍ୟଟି ଦେଖିଲେ କିନ୍ତୁ ଅଭିଜ୍ଞ କ୍ୟାପଟେନ ବୁଝି ଗଲେ ଏହା କୌଣସି ଜୀବ ନୁହେଁ,ଏହା ଗୋଟିଏ ଭୟଙ୍କର ସାମୁଦ୍ରିକ ଝଡ଼ l ଭୀଷଣ ବିପଦ ମାଡ଼ି ଆସୁଛି l ତାଙ୍କୁ କିଛି ବୁଦ୍ଧିବାଟ ଦିଶୁ ନଥାଏ l ସେ ଜାହାଜଟିକୁ ରକ୍ଷା କରିବା ଚିନ୍ତାରେ ଇତସ୍ତତଃ ବୁଲି ସମସ୍ତଙ୍କୁ ସତର୍କ କରାଇବା ସହ ବିପଦ ଘଣ୍ଟିଟି ବଜାଇ ଦେଲେ l ସମସ୍ତେ ବଡ଼ ଆତଙ୍କିତ ହୋଇ କ’ଣ ହେବ ବୋଲି ଭାବି ହେଉ ଥାଆନ୍ତି l
କୋଳାହଳ ଭିତରେ କ୍ୟାପଟେନ ବିଟୋ ଜାହାଜ ମଧ୍ୟରେ ବୁଲୁ ବୁଲୁ ଦେଖିଲେ ଜଣେ କର୍ମଚାରୀ ସ୍ଥିର ହୋଇ ବସି ଗୋଟିଏ ଫଟୋକୁ ନିରିଖେଇକି ଦେଖୁଛି l ଜଣାପଡୁଥାଏ ସେ ଯେମିତି ଏ ଆସନ୍ନ ବିପଦରେ ଆଦୌ ଆତଙ୍କିତ ନୁହେଁ l କ୍ୟାପଟେନ ଦେଖିଲେ ଲୋକଟି ଦୁଇଟି ଗୋଲାକାର ଚକ୍ଷୁର ଚିତ୍ର ଉପରେ ମନୋନିବେଶ କରିଛି l
କ୍ୟାପଟେନ ତା କାନ୍ଧରେ ହାତ ପକାଇ କହିଲେ, ଆସନ୍ନ ବିପଦ ପାଈଁ ସମସ୍ତେ ଆତଙ୍କିତ,ଅଥଚ ତୁମେ ନିଶ୍ଚଳ ହୋଇ ବସିଛ, ଏ କ’ଣ କରୁଛ? ଲୋକଟି କହିଲା,ମୁଁ ଜଗନ୍ନାଥଙ୍କ ଭଜନ କରୁଛି l ଆସନ୍ନ ବିପଦରୁ ମହାପ୍ରଭୁ ରକ୍ଷା କରିବେ ଏ ଦୃଢ଼ ବିଶ୍ୱାସ ମୋର ଅଛି l ପୁଣି କହିଲା ଜୀବନରେ ମୁଁ ବହୁବାର ପରୀକ୍ଷା କରି ଦେଖିଛି ତାଙ୍କ ଆଶ୍ରୟ ନେଲେ ବିପଦ ଛାଏଁ ଛାଏଁ ଟଳି ଯାଏ l
କ୍ୟାପଟେନ କର୍ମଚାରୀଟିର ଦୃଢ଼ ବିଶ୍ୱାସ ଦେଖି ଆଶ୍ଚର୍ଯ୍ୟ ହେଲେ l ମନେ ମନେ ଭାବିଲେ,ହଁ ମୁଁ ଜଗନ୍ନାଥଙ୍କ ନାମ ଶୁଣିଛି, ହେଲେ ଥରେ ତାଙ୍କୁ ଦେଖିବାର ସୁଯୋଗ ଲାଭ କରି ନାହିଁ l ବିପଦ ବେଳେ ତାଙ୍କୁ ସ୍ମରଣ କଲେ ସେ ହୁଏତ ସହାୟ ହୋଇ ପାରନ୍ତି l ଖ୍ରୀଷ୍ଟ ଧର୍ମରେ ବିଶ୍ୱାସୀ ବିଟୋଙ୍କ ବିଶ୍ୱାସ ଜଗନ୍ନାଥଙ୍କ ଉପରେ ଦୃଢ଼ ହେଉନଥାଏ l କର୍ମଚାରୀଟିର ଅନୁରୋଧରେ କ୍ୟାପଟେନ ସେହି ଚକାନେତ୍ର ଦୁଇଟିକୁ ଚାହିଁ ବସିଲେ l ତାଙ୍କ ଦେଖା ଦେଖି ସବୁ କର୍ମଚାରୀ ମଧ୍ୟ ସେହି ଫଟୋ ଚିତ୍ରକୁ ଚାହିଁ ଜଗନ୍ନାଥଙ୍କ ଧ୍ୟାନ କରିବାକୁ ଲାଗିଲେ l
ସକଳେ ହୋଇ ଏକ ମୁଖ l
ଡାକିଲେ ନାରାୟଣ ରଖ ll
କ୍ୟାପଟେନ ଚକାନେତ୍ର ଦ୍ୱୟରେ ଚକ୍ଷୁ ମୁଦ୍ରିତକରି ଧ୍ୟାନ ଆବଦ୍ଧ କରି ବସିଥାନ୍ତି l ଏମିତି କିଛି ସମୟ କଟିଗଲା l କ୍ୟାପଟେନ ଚକ୍ଷୁ ଖୋଲି ଦେଖନ୍ତି ତ ଜାହାଜ ଧୀରେ ଧୀରେ ଆଗକୁ ଗତି କରୁଛି l ଭୟଙ୍କର ଝଡ଼ କୁଆଡ଼େ ଉଭେଇ ଯାଇଛି l ଆଉ କିଛି ବିପଦ ନାହିଁ l ଆନନ୍ଦ ଅଧୀର କ୍ୟାପଟେନ ଯାଇ କୁଣ୍ଢାଇ ପକାଇଲେ ଜଗନ୍ନାଥ ଭକ୍ତ ସେହି କର୍ମଚାରୀକୁ l ଗଦ ଗଦ କଣ୍ଠରେ ତାଙ୍କୁ ଜାବୁଡି ଧରି କହିଲେ,ତୁମରି ଯୋଗୁଁ ଆମେ ଏ ଭୟଙ୍କର ବିପଦରୁ ରକ୍ଷା ପାଇଲୁ l ତୁମ ପ୍ରାର୍ଥନାରେ ସନ୍ତୁଷ୍ଟ ମହାପ୍ରଭୁ ଝଡ଼ର ଗତି ବଦଳାଇଦେଲେ l ତେବେ କୁହ ସେ ଜଗନ୍ନାଥ କାହାଁନ୍ତି l କଅଣ ତାଙ୍କୁ ଥରେ ମୁଁ ଦର୍ଶନ କରି ପାରିବିନି l ଏ ପ୍ରଶ୍ନଶୁଣି ସେ ଭକ୍ତ କର୍ମଚାରୀଟି କହିଲା,ମହାପ୍ରଭୁ ଜଗନ୍ନାଥ ଭାରତ ପୂର୍ବ ଉପକୂଳରେ ଶ୍ରୀକ୍ଷେତ୍ର ପୁରୀରେ ନୀଳାଚଳ ଧାମ ଶ୍ରୀମନ୍ଦିରରେ ବିରାଜମାନ କରୁଛନ୍ତି l ସେ ବଡ଼ କରୁଣାମୟ l ତୁମ୍ଭେ ଚାହିଁଲେ ନିଶ୍ଚୟ ତାଙ୍କ ଦର୍ଶନ ଲାଭ କରି ପାରିବ l
ଏକଥା ଶୁଣି କ୍ୟାପଟେନ କର୍ମଚାରୀଙ୍କୁ ନିର୍ଦ୍ଧେଶ ଦେଲେ ତୁମେ ବର୍ତ୍ତମାନ ଶ୍ରୀକ୍ଷେତ୍ର ଅଭିମୁଖେ ଜାହାଜ ଚଳାଅ l ଏ ଘଣ୍ଟାକୁ ଆଉ ପଣ୍ଡିଚେରୀରେ ଦେବାର କୌଣସି ଆବଶ୍ୟକତା ନାହିଁ l ଘଣ୍ଟାକୁ ମୁଁ ପ୍ରତ୍ୟକ୍ଷ ଅନୁଭୂତିରେ ଆଣିଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଉପହାର ଦେବି l
ଜାହାଜ ଚାଲିଲା ପୁରୀ ଅଭିମୁଖେ l କ୍ୟାପଟେନ ବିଟୋ ଶ୍ରୀ ମନ୍ଦିରରେ ପହଞ୍ଚି ପତିତପାବନଙ୍କୁ ଦର୍ଶନ କଲେ l କିଛି ଉପହାର ସହିତ ଘଣ୍ଟାଟିକୁ ସମର୍ପଣ କଲେ ମହାପ୍ରଭୁଙ୍କୁl ମହାପ୍ରଭୁଙ୍କ ମହିମା ପ୍ରଚାର କରୁଥିବା ସେହି ଘଣ୍ଟାଟି ଏବେ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ନିକଟରେ ଥିବା ନିଳାଦ୍ରି ବିହାର ମ୍ୟୁଜିୟମ ପରିସରରେ ରଖାଯାଇଛି l ଘଣ୍ଟାରେ ଫ୍ରେଞ୍ଚ ଅକ୍ଷରରେ ଲେଖା ଯାଇଛି,” CANTA BOET PSALLAMIN GEN TIBUS DE FRANCE MF PONDICHERRY 1746,NOMME PIWRRIE ANDRE JF PESSE 900, A PONDICHERRY 1746 IA LIBERALITE DE PEDRO MOUDEN COURT ” l ଏହା ସେହି 1746 ମସିହାର ଘଟଣା l ଘଣ୍ଟା ପାଦଦେଶରେ ସିମେଣ୍ଟ ଫଳକରେ ଘଟଣାଟିର ସଂକ୍ଷିପ୍ତ ବିବରଣୀ ଲେଖା ହୋଇ ରହିଛି l
ସ୍ୱାଧୀନତା ପରେ ଫ୍ରାନ୍ସ ସରକାର ଏହି ଘଣ୍ଟାକୁ ଫେରାଇ ଦେବା ପାଈଁ ଭାରତ ସରକାରଙ୍କ ଠାରେ ଦାବି ରଖିଥିଲେ l ମାତ୍ର ଜଗନ୍ନାଥଙ୍କୁ ଏହା ଭକ୍ତର ଭକ୍ତି ନିବେଦନ ବୋଲି କହି ଏହା ଆଉ ଫେରାଇ ଦିଆ ଯାଇ ନଥିଲା l ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ଯାଉଥିବା ପ୍ରତ୍ୟେକ ଭକ୍ତଙ୍କୁ ନିବେଦନ ଏହି ଅପୂର୍ଵ ଘଣ୍ଟାକୁ ଥରେ ନିଶ୍ଚୟ ଦର୍ଶନ କରିବା ପାଈଁ ଲ

related posts

1 comment

Deepak Kumar majhi July 17, 2021 - 4:35 pm

👍👍👍

Reply

Leave a Comment