Home ଜୀବନଚର୍ଯ୍ୟା ଆପଣଙ୍କ ନଖରେ ଅର୍ଦ୍ଧ ଚନ୍ଦ୍ର ଅଛିକି! ତେବେ ଜାଣନ୍ତୁ ଏହା ଆପଣଙ୍କ ଭବିଷ୍ୟତ ଉପରେ କି ପ୍ରଭାବ ପକାଇବ

ଆପଣଙ୍କ ନଖରେ ଅର୍ଦ୍ଧ ଚନ୍ଦ୍ର ଅଛିକି! ତେବେ ଜାଣନ୍ତୁ ଏହା ଆପଣଙ୍କ ଭବିଷ୍ୟତ ଉପରେ କି ପ୍ରଭାବ ପକାଇବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆପଣ ମାନେ କେବେ ଭାବିଛନ୍ତି କି, ଅଧା ଚନ୍ଦ୍ରର ଯେଉଁ ଯେଉଁ ଚିହ୍ନ ରହିଥାଏ ତାହା କଣ ପାଇଁ ରହିଥାଏ ଏବଂ ଏହାର ଅର୍ଥ କଣ ଅଟେ। ଏହି ଚିହ୍ନ ଆପଣଙ୍କ ନଖରେ କଣ ପାଇଁ ରହିଥାଏ? ଏହା ଅନ୍ୟ ମାନଙ୍କ ନଖରେ କଣ ପାଇଁ ରହିନଥାଏ? ଯଦି ଆପଣମାନେ ମଧ୍ୟ ଏପରି ଭାବୁଛନ୍ତି ତେବେ ଆସନ୍ତୁ ଜାଣିବା |
ତେବେ ଶରୀରର ପ୍ରତ୍ୟକ ଅଙ୍ଗତ କିଛି ନାଁ କିଛି କହିଥାଏ। ତା ମଧ୍ୟରୁ ନଖ ହେଉଛି ଅନ୍ୟତମ। ବନ୍ଧୁଗଣ ଆମ ନଖ ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଯାହା ଆମ ଶରୀରର ଦେଡ଼ସେନରେ ତିଆରି ହୋଇଥାଏ। ସେଥିପାଇଁ ତ ଆମେ ଜେବେବି ନଖ କାଟିଥାଉ ଆମକୁ କଷ୍ଟ ହୁଏ ନାହିଁ। ନଖ ଆମ ଶରୀରର ସୁନ୍ଦରତାକୁ ବୃଦ୍ଧି କରିବା ସହିତ ମହିଳା ମାନଙ୍କ ପାଇଁ ତାଙ୍କ ନଖ ବହୁତ ଖାସ ହୋଇଥାଏ। କିନ୍ତୁ ବନ୍ଧୁଗଣ ଆପଣ ଜାଣନ୍ତି କି ନଖ ଉପରେ ଅଧା ଚନ୍ଦ୍ର ପରି ଧଳା ରଙ୍ଗର ରହିଥାଏ। ଏହାର ଅର୍ଥ କଣ ଅଟେ। ଏହାର ରହସ୍ୟ ମଧ୍ୟ ଚମତ୍କାର |
ଆମ ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ତର୍ଜନୀ ଆଙ୍ଗୁଠିର ନଖରେ ଅଧା ଚନ୍ଦ୍ର ପରି ରହିଥାଏ ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ବୋଲି ମାନାଯାଇଥାଏ। ଏହା ସହିତ ଆପଣ ଭାଗ୍ୟଶାଳୀ ମଧ୍ୟ ଅଟନ୍ତି। କାରଣ ହସ୍ତରେଖା ଶାସ୍ତ୍ର ଅନୁସାରେ ଯେଉଁମାନଙ୍କର ତର୍ଜନୀ ଆଙ୍ଗୁଠିର ନଖରେ ଅଧା ଚନ୍ଦ୍ର ଚିହ୍ନ ଭଳି ରହିଥାଏ ସେମାନଙ୍କୁ ବହୁତ ଜଲଦି ସଫଳତା ପ୍ରାପ୍ତ ହୋଇଥାଏ ଏବଂ ଏହିପରି ବ୍ୟକ୍ତିମାନେ ଅଳ୍ପ ପରିଶ୍ରମ କରି ମଧ୍ୟ ବଡ଼ରୁ ବଡ଼ କାର୍ଯ୍ୟକୁ ସରଳତାର ସହିତ ସମ୍ପୂର୍ଣ୍ଣ କରି ଦେଇଥାନ୍ତି।
ଏହା ପରେ ମଧ୍ୟମ ବା ବଡ଼ ଆଙ୍ଗୁଠି ନଖରେ ଯଦି ଅଧା ଚନ୍ଦ୍ର ରହିଥାଏ ବନ୍ଧୁଗଣ ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ମଧ୍ୟମା ଆଙ୍ଗୁଳି ବା ବଡ଼ ଆଙ୍ଗୁଳିର ନଖରେ ଅଧା ଚନ୍ଦ୍ର ପରି ରହିଥାଏ ତେବେ ଏହା ମଧ୍ୟ ବ୍ୟକ୍ତିର କଳା ଏବଂ ପ୍ରତିଷ୍ଠା ଉପରେ ପ୍ରଭାବ ଆଣିଥାଏ। ଏହା ସହିତ ଆମ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ମଧ୍ୟମା ଆଙ୍ଗୁଳି ଶନି ଆଙ୍ଗୁଳି ବୋଲି କୁହାଯାଇଥାଏ। କାରଣ ଏହା ଅନ୍ୟ ଆଙ୍ଗୁଳି ମାନଙ୍କ ଠାରୁ ବଡ଼ ହୋଇଥାଏ। ଯଦି କୌଣସି ବ୍ୟକ୍ତିର ବଡ଼ ଆଙ୍ଗୁଠିର ନଖରେ ଅଧା ଚନ୍ଦ୍ର ପରି ରହିଥାଏ ତେବେ ସେହି ବ୍ୟକ୍ତି ମେସିନାରୀ ବା ଉଦ୍ୟଗ ପ୍ରତି କାର୍ଯ୍ୟରେ ବହୁତଶୀଘ୍ର ସଫଳତା ପ୍ରାପ୍ତି କରିଥାଏ।

related posts

1 comment

Deepak Kumar majhi July 17, 2021 - 4:37 pm

👍👍👍

Reply

Leave a Comment