Home ଜୀବନଚର୍ଯ୍ୟା ହାତରେ ଯଦି ଏମିତି ଚିହ୍ନ ଅଛି,ତାହେଲେ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ

ହାତରେ ଯଦି ଏମିତି ଚିହ୍ନ ଅଛି,ତାହେଲେ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ହସ୍ତ ରେଖା ବିଜ୍ଞାନ ଏକ ବିଶାଳ ବିଦ୍ୟା ଯେଉଁଥିରୁ ମାନବ ଜୀବନର ଅନେକ ଦିଗ ଉପରେ ସୂଚନା ମିଳିଥାଏ । ହସ୍ତ ରେଖା ବିଦ୍ୟାରେ ହାତରେ ଥିବା ତ୍ରିଭୁଜର ମହତ୍ୱ ଖୁବ୍ ବେଶୀ ରହିଛି ।

ହସ୍ତ ରେଖା ବିଜ୍ଞାନରେ ତ୍ରିଭୁଜକୁ ଏକ ସ୍ୱତନ୍ତ୍ର ପ୍ରତୀକ ଭାବରେ ବିବେଚନା କରାଯାଏ । ହାତରେ ତ୍ରିଭୁଜ ନିଜ ସ୍ଥିତି ଅନୁଯାୟୀ ଉଭୟ ଶୁଭ ଓ ଅଶୁଭ ଫଳାଫଳ ଦେଇଥାଏ । ହସ୍ତ ରେଖା ବିଦ୍ୟା ଅନୁଯାୟୀ ଯଦି ତ୍ରିଭୁଜ ଆୟୁ ରେଖା ଉପରେ ଗଠିତ ହୋଇଥାଏ ତାହେଲେ ଏପରି ବ୍ୟକ୍ତି ଦୀର୍ଘ ଜୀବନ ଲାଭ କରିଥାନ୍ତି । ଏମିତି ଲୋକେ ଶତାୟୁ ହୁଅନ୍ତି ।

ଯଦି ମସ୍ତିଷ୍କ ରେଖା ଉପରେ ତ୍ରିଭୁଜ ସୃଷ୍ଟି ହୋଇଥାଏ ତେବେ ଏହା ସେହି ବ୍ୟକ୍ତିଙ୍କୁ ଉଚ୍ଚ ଶିକ୍ଷା ଓ ତୀବ୍ର ବୁଦ୍ଧି ପ୍ରଦାନ କରିଥାଏ । ହୃଦୟ ରେଖା ଉପରେ ଯଦି ତ୍ରିଭୁଜ ଥାଏ ତାହେଲେ ଏହା ସେହି ବ୍ୟକ୍ତିଙ୍କ ବୃଦ୍ଧାବସ୍ଥାରେ ଭାଗ୍ୟର ଉଦୟକୁ ସୂଚିତ କରିଥାଏ । ସ୍ୱାସ୍ଥ୍ୟ ରେଖା ଉପରେ ଥିବା ତ୍ରିଭୁଜ ସେହି ବ୍ୟକ୍ତିଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଦେଇଥାଏ ।

ଯଦି ଏହି ତ୍ରିଭୁଜ ସୂର୍ଯ୍ୟ ରେଖା ଉପରେ ଗଠିତ ହୋଇଏ ତେବେ ଏହା ସେହି ବ୍ୟକ୍ତିଙ୍କୁ ଆନ୍ତର୍ଜାତୀୟ ଖ୍ୟାତି ଓ ସଫଳତା ଦେଇଥାଏ । ହେଲେ ଯଦି ତ୍ରିଭୁଜ ସହିତ ଏହାର ମଧ୍ୟ ଭାଗରେ କୌଣସି ବିଶେଷ ଚିହ୍ନ ଥାଏ, ତେବେ ଏହାର ଫଳ ବଦଳିଯାଏ । ଯଦି ତ୍ରିଭୁଜର ମଝିରେ ଏକ କ୍ରସ୍‌ ଚିହ୍ନ ତିଆରି ହୋଇଥାଏ, ତେବେ ଏପରି ବ୍ୟକ୍ତି ଅନ୍ୟମାନଙ୍କୁ ଦୁଃଖ ଦେଇଥାନ୍ତି । କୁହାଯାଏ ଯେ ମଣିଷର ଭାଗ୍ୟ ତା’ ହାତର ରେଖାରେ ହିଁ ଲେଖାଥାଏ ।

ତ୍ରିଭୁଜ ଭିତରେ ଯଦି ଏକ ତାରକା ଚିହ୍ନ ଥାଏ ତେବେ ଏପରି ବ୍ୟକ୍ତି ପ୍ରେମରେ ବଦନାମ ହୋଇଯାଆନ୍ତି । ଯଦି ତ୍ରିଭୁଜ ଭିତରେ ଯଦି ଏକ ବୃତ୍ତର ଚିହ୍ନ ଥାଏ ତେବେ ସେହି ବ୍ୟକ୍ତି ଜଣକ ନିଜ ପ୍ରେମିକା ବା ପ୍ରେମିକ ଠାରୁ ପ୍ରତାରଣା ମିଳେ । ହାତର ଶନି ପର୍ବତ ଉପରେ ତ୍ରିଭୁଜ ଥିଲେ ସେହି ବ୍ୟକ୍ତି ଜଣକ ତନ୍ତ୍ର-ମନ୍ତ୍ର ପ୍ରତି ଅଧିକ ଆଗ୍ରହୀ ହୋଇଥାନ୍ତି ।

ଯଦି ଏହି ତ୍ରିଭୁଜ ଦୂଷିତ ହୋଇଯାଏ ତେବେ ସେହି ବ୍ୟକ୍ତି ଜଣକ ଠକ ଓ ଧୋଖାବାଜ୍‌ ପ୍ରବୃତ୍ତିର ହୋଇଥାନ୍ତି । ଯଦି ଜଣେ ବ୍ୟକ୍ତିଙ୍କ ହାତର ବୁଧ ପର୍ବତ ଉପରେ ତ୍ରିଭୁଜ ଥାଏ ତେବେ ସେହି ବ୍ୟକ୍ତି ଜଣେ ସଫଳ ବୈଜ୍ଞାନିକ ହୁଅନ୍ତି । ଏମିତି ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ବି ସଫଳତା ପାଇଥାନ୍ତି ।

ଯଦି ହାତର ବୁଧ ପର୍ବତ ଉପରେ ତ୍ରୁଟିପୂର୍ଣ୍ଣ ତ୍ରିଭଜ ଥାଏ ତେବେ ସେହି ବ୍ୟକ୍ତି ନିଜେ ଜମା କରିଥିବା ଅର୍ଥରାଶିକୁ ଶେଷ କରିଦିଅନ୍ତି । ଏମିତି ବ୍ୟକ୍ତି ବ୍ୟବସାୟରେ ଦେବାଳିଆ ହୋଇ ସମାଜରେ ଖରାପ ନାମ ପାଆନ୍ତି ।

related posts

1 comment

Deepak Kumar majhi July 17, 2021 - 4:39 pm

👍👍👍

Reply

Leave a Comment