Home Breaking News / ତାଜା ଖବର କଟକରେ ଏକ ବଡ ଧରଣର ବେଆଇନ୍ ସୁନାକାରବାର ପର୍ଦ୍ଦାଫାସ କରିଛି ମାଲଗୋଦାମ ଥାନା ପୋଲିସ୍

କଟକରେ ଏକ ବଡ ଧରଣର ବେଆଇନ୍ ସୁନାକାରବାର ପର୍ଦ୍ଦାଫାସ କରିଛି ମାଲଗୋଦାମ ଥାନା ପୋଲିସ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ(ଗୁରୁଦତ୍ତ ମହାନ୍ତି): ପଞ୍ଜାବରୁ ଆସୁଥିଲା ପୁଳା ପୁଳା ସୁନା। ବିକ୍ରି ହେଉଥିଲା କଟକର ବିଭିନ୍ନ ସୁନା ଦୋକାନରେ । ଏଥିନିମନ୍ତେ ଦୋକାନୀଙ୍କୁ କୌଣସି ଜିଏସ୍‌ଟି ତଥା ଟ୍ୟାକ୍ସ ଦେବାକୁ ପଡ଼ୁ ନ ଥିଲା। ଜିଏସ୍‌ଟି ଫାଙ୍କିବା ପାଇଁ ଟ୍ରେନ ସାଜୁଥିଲା ମାଧ୍ୟମ । ଟ୍ରେନରେ କୌଣସି ଧରପଗଡ଼ ନ ଥିବାରୁ ଦୀର୍ଘ ଦିନ ହେବ ସୁରୁଖୁରରେ ଚାଲିଥିବା ଏହି ବ୍ୟବସାୟ।ହେଲେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦୀର୍ଘ ଦିନ ହେବ ଏହି କାରବର ପଛର ମାଷ୍ଟର ମାଇଣ୍ଡକୁ ଧରିବାକୁ ଜାଲ ବିଛାଉଥିଲା କମିଶନରେଟ ପୁଲିସ୍‌ । ଶେଷରେ ଆଜି ଷ୍ଟେଶନ ବଜାର ଅଞ୍ଚଳରୁ ରଞ୍ଜନ ସାହୁଙ୍କ ନିକଟରୁ ଜବତ ହୋଇଛି ୨ କେଜି ୨୯ ଗ୍ରାମ ମିକ୍ସଡ ଗୋଲ୍ଡ ।  ଅମୃତସରରୁ ଗୁରୁଜିତ ସିଂ, ମନପ୍ରିତ ସିଂ ଟ୍ରେନ୍‌ ଯୋଗେ ରଞ୍ଜନଙ୍କୁ ସୁନା ଦେବାକୁ ଆସିଥିବା ବେଳେ ମାଲଗୋଦାମ ଥାନା ପୁଲିସ୍‌ ସେମାନଙ୍କୁ କାବୁ କରିଥିଲା।ଜବତ ସୁନାର ଆନୁମାନିକ ମୂଲ୍ୟ ୫୩ ଲକ୍ଷ ହେବ ଏହାବାଦ ୨୭, ୮୦୦ ଗୋଲଡ ପ୍ଲେଟେଡ ଅଳଙ୍କାର ବି ମିଳିଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ।ଅନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପତୀକ ସିଂ l

related posts

1 comment

Deepak Kumar majhi July 17, 2021 - 4:50 pm

👍

Reply

Leave a Comment