Home Breaking News ଜାତୀୟ ପକ୍ଷୀ ମୟୂର ଚିକିତ୍ସା ପାଇଁ ନିଜେ ଗଲା ଚିକିତ୍ସାଳୟ

ଜାତୀୟ ପକ୍ଷୀ ମୟୂର ଚିକିତ୍ସା ପାଇଁ ନିଜେ ଗଲା ଚିକିତ୍ସାଳୟ

by Times One Odia
Share with
     
 
 
   

ଆଜି ସକାଳ ସମୟରେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ପରିସର ମଧ୍ୟରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟି ଯାଇଛି । ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟରେ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ସମୟରେ ଏକ ମୟୂର ହଠାତ ଛୋଟେଇ ଛୋଟେଇ ଚିକିତ୍ସାଳୟ ଅଗଣାରେ ଥିବାର ଦେଖି ଉପଖଣ୍ଡ ପ୍ରାଣୀଧନ ଚିକିତ୍ସାଳୟରେ ବ୍ଲକପ୍ରାଣୀ ଚିକିତ୍ସା ଅଧିକାରୀ ଶରତ କୁମାର ପାତ୍ର ଓ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଅଳକାନନ୍ଦ କର ଏବଂ କର୍ମଚାରୀ ମାନେ ମୟୂରଟିକୁ ଧରି ଚିକିତ୍ସା କରିଥିଲେ । ଜାତୀୟ ପକ୍ଷୀ ହୋଇଥିବାରୁ ଉଦଳା ବନବିଭାଗ ର ରେଞ୍ଜରଙ୍କୁ ଖବର ଦେବାରୁ ସେ ସେହି ମୟୂରର ଚିକିତ୍ସା ଅବସ୍ଥାରେ ପହଞ୍ଚି ଥିଲେ ଏବଂ ଚିକିତ୍ସା ପରେ ସେ ମୟୂରଟିକୁ ତାଙ୍କର କାର୍ଯ୍ୟାଳୟକୁ ନେଇ ଅଛନ୍ତି । ମୟୂରଟି ସମ୍ପୁର୍ଣ୍ଣ ଭଲ ହୋଇଗଲେ ତାକୁ ଜଙ୍ଗଲରେ ଛାଡି ଦିଆଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି । ମଣିଷ ରୋଗରୁ ଆରୋଗ୍ୟ ଲାଭ ପାଇଁ ଡାକ୍ତର ପାଖକୁ ଯାଏ ସେହିପରି ପଶୁପକ୍ଷୀ ଆରୋଗ୍ୟ ପାଇଁ ପଶୁ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ନିଆଯାଇ ଥାଏ । ବେଳେବେଳେ ପଶୁପକ୍ଷୀମାନେ ନିଜେ ନିଜର ଚିକିତ୍ସା ପାଇଁ ପଶୁ ଚିକିତ୍ସାଳୟ ପହଞ୍ଚି ଯାଆନ୍ତି । ଆଜିର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଅଛି ଯେ , କଥା କହିପାରୁନଥିବା ମୟୂର ଟି କିପରି ନିଜସ୍ୱ ଚିକିତ୍ସା ପାଇଁ ଆପେ ପଶୁ ଚିକିତ୍ସାଳୟ ରେ ଉପସ୍ଥିତ ହେଲା । ସମସ୍ତେ ମୟୂରଟି ଶିଘ୍ର ଆରୋଗ୍ୟ ହେଉ ଏହି କଥା ଉପସ୍ଥିତ ଲୋକମାନେ କହୁଥିବାର ଦେଖିବାକୁ ମିଳିଛି।

related posts

1 comment

Deepak Kumar majhi July 17, 2021 - 4:17 pm

👍

Reply

Leave a Comment