Home Breaking News / ତାଜା ଖବର ରଥରେ ନୁହେଁ ନାଟମନ୍ଦିରରେ ବିଜେ ଶ୍ରୀ ଜିଉ

ରଥରେ ନୁହେଁ ନାଟମନ୍ଦିରରେ ବିଜେ ଶ୍ରୀ ଜିଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): କୋଭିଡ କଟକଣା ରେ ଝାଉଁଳି ପଡିଛି ୨ୟ ଶ୍ରୀକ୍ଷେତ୍ର ବାରିପଦାର ରଥ ମଉଜ। ତିନି ଠାକୁର ରଥ ବଦଳରେ ନାଟ ମନ୍ଦିରକୁ ପହଣ୍ଡି ବିଜେ କରିଛନ୍ତି। ରଥ ନିର୍ମାଣ ଅଧାପନ୍ତରିଆ ଅବସ୍ଥାରେ ପଡିରହିଥିବା ବେଳେ ନିରାଡମ୍ବର ଭାବରେ ସେହି ନାଟମନ୍ଦିର ରେ ନିତୀକାନ୍ତି ଗ୍ରହଣ କରୁଛନ୍ତି ଶ୍ରୀଶ୍ରୀ ହରିବଳଦେବ ଜିଉ। ଭକ୍ତ ଓ ଭଗବାନ ଙ୍କ ମିଳନ ମଝିରେ ବାଡ ପକାଇଛି କରୋନା ମହାମାରୀ ର ନିତୀନିୟମ। ମନ୍ଦିର ବେଢା ଓ ୨୦୦ ମିଟର ପରିସରରେ ୧୪୪ଧାରା କୁ ପୋଲିସ ଜଗିଛି। କେବଳ ପୂଜାପଣ୍ଡା ଓ ସେବାୟାତ ଙ୍କୁ ଛାଡିଦେଲେ ସମସ୍ତଙ୍କୁ ବଡଦାଣ୍ଡ ଓ ମନ୍ଦିର ମନା। ଯେଉଁଠି ଆଜି ହଜାର ହଜାର ଭକ୍ତ ଙ୍କ ଭିଡ ଲାଗନ୍ତା ସେଇଠି ଆଜି ନୀରବତା ମାଡିବସିଛି। ତେବେ ନ୍ୟାୟାଳୟ ଙ୍କ ନିଷ୍ପତ୍ତି ଓ ସରକାରୀ ନିୟମକୁ ସମ୍ମାନ ଜଣାଇ ପରିସ୍ଥିତି ସହିତ ବୁଝାମଣା କରିଛନ୍ତି ସମସ୍ତେ। ପୁରୀ ରଥ ଯାତ୍ରାକୁ ଏଇଠୁ ଘଣ୍ଟ ବଜାଇ ସ୍ୱାଗତ କରିବା ସହିତ କଟକଣା ମଧ୍ୟରେ ବାରିପଦା ଜଗନ୍ନାଥ ଙ୍କ ନିତିକାନ୍ତି କରାଯାଉଛି ବୋଲି କହିଛନ୍ତି ମୂଖ୍ୟପୂଜା ପଣ୍ଡା ।

related posts

1 comment

Deepak Kumar majhi July 13, 2021 - 6:07 pm

👍

Reply

Leave a Comment