Home Breaking News / ତାଜା ଖବର ରାୟଗଡା ସୁରକ୍ଷା ଚିନ୍ତାରେ ନଗର ଭାଜପା ସଦର ଥାନାଧିକାରୀଙ୍କୁ ଭେଟିଲା

ରାୟଗଡା ସୁରକ୍ଷା ଚିନ୍ତାରେ ନଗର ଭାଜପା ସଦର ଥାନାଧିକାରୀଙ୍କୁ ଭେଟିଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ର ନଗର ଅସୁରକ୍ଷିତ ରହିଥିବା ଅନୁଭବ କଲି ଚିନ୍ତା ବ୍ୟକ୍ତ କରିଛନ୍ତି ଭାରତୀୟ ଜନତା ପାର୍ଟି ର ନଗର ମଣ୍ଡଳ ଟିମ। ରାୟଗଡା ନଗର ର ସୁରକ୍ଷାକୁ ଆଖି ଆଗରେ ରଖି ନଗର ଭାଜପା ତରଫରୁ ଏକ ପ୍ରତିନିଧି ଦଳ ନଗର ଥାନା ଆଇ ଆଇ ସି ଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି । ବିଷୟ ବସ୍ତୁ ହେଲା, ଫେରିବାଲା ନାଁ ରେ କିଛି ଦୁର୍ବୁର୍ତ୍ତ ଅନ୍ୟ ରାଜ୍ୟରୁ ଆସି ମୁଖ୍ୟତଃ ପଶ୍ଚିମବଙ୍ଗ ରୁ ଆସି କିଛି ମନ୍ଦ ବିଚାର ରଖି ରାୟଗଡା ନଗରରେ ନିଜର କାୟା ବିସ୍ତାର କରି ଚାଲିଛନ୍ତି. ଆମେ ସନ୍ଦେହ କରୁଛୁ ଏହା ରାୟଗଡା ନଗର ପାଇଁ ବିପଦଜନକ. ରାୟଗଡା ଥାନା ଆଇ ଆଇ ସି ବିଷୟ ବସ୍ତୁ କୁ ଗମ୍ଭୀର ସହ ନେଲେ ଏବଂ ନଗର ର ପ୍ରତେକ ଫେରିବାଲା ଙ୍କ ପରିଚୟ ପତ୍ର ଯାଞ୍ଚ ତୁରନ୍ତ ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଲେ । ବିଦେଶୀ ଆତଙ୍କ ବାଦୀ ଶକ୍ତି ମନ୍ଦ ଉଦ୍ଦେଶ୍ୟ ରଖି ଓଡିଶାରେ ବିଭ୍ରାଟ ସୃଷ୍ଟି କରି ଓଡିଶା କୁ ଅସ୍ଥିର କରି ଜନମାନସରେ ଭୟ ସୃଷ୍ଟି କରି ନିଜ ଅୟତକୁ ନେଇ ଅରାଜକତା ସୃଷ୍ଟି କରିବା ପାଇଁ ଚେଷ୍ଟା ଚଳାଇ ଆସିଛି। ସାରା ପୃଥିବୀରେ ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବାପାଇଁ ଗୋଟିଏ ହେଲେ ଦେଶ ନାହିଁ କିନ୍ତୁ ଅନ୍ୟ ଧର୍ମାବଲମ୍ବୀ ମାନଙ୍କ ପାଇଁ ୨୫୭ ଦେଶ ରହିଛି ମାତ୍ର ଭାରତ ଏକ ରାଷ୍ଟ୍ର ଅଛି ତା ମଧ୍ୟରେ ଅସ୍ଥିରତା ସୃଷ୍ଟି କରିବା ହେଉଛି ବିଦେଶି ଶକ୍ତିର ଉଦ୍ୟେସ୍ୟ ଅଟେ। ଏହାର ଉଦାହରଣ ହେଲା ପଶ୍ଚିମ ବଙ୍ଗର ଅସ୍ଥିରତା ହେଉଛି ନିଦର୍ଶନ ସେଠାରେ ଗତ ସାତବର୍ଷ ହେଲା ହିନ୍ଦୁ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ହିନ୍ଦୁ ଲଘୁ ସଂଖ୍ୟା ନ ହୋଇ ସୁଦ୍ଧା ଏଭଳି ପରିସ୍ଥିତି ତାହେଲେ ଲଘୁ ସଂଖ୍ୟା ହେଲେ କଣ ହେବ ତାହା ସହଜରେ ଅନୁମେୟ। ଏହି ପରିପ୍ରେକ୍ଷୀରେ ଏକ ର ରାୟଗଡ କୁ ଅହରହ ଅବାଧ ଭାବେ ବୁଲି ବେପାର ନାଁରେ କିଛି ବହୁତ ବଡ଼ ଷଡ଼ଯନ୍ତ୍ର ଚାଲିଥିବା ଅନୁମାନ କରି ଭାଜପା ନେଇଥିବା ପଦକ୍ଷେପ କୁ ସାଧାରଣରେ ମୁଖ୍ୟ ଆଲୋଚ୍ୟ ର ବିଷୟ ପାଲଟିଛି। ରାଜନୈତିକ ଉଦ୍ୟେସ ରୁ ଉର୍ଧକୁ ଉଠି ନିଜ ମାତୃଭୂମି ଓ ସହରରେ ବସବାସ କରୁଥିବା ଲୋକଙ୍କ ସୁରକ୍ଷା ପାଇଁ ଚିନ୍ତା ବ୍ୟକ୍ତ କରିବା ଅତି ପ୍ରସନସନୀୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏହି ଆଲୋଚନାରେ ଭାଗ ନେବା ପାଇଁ ଯାଇଥିବା ଟିମରେ ନଗର ସଭାପତି ଶ୍ୟାମ ଦାସ,ଅଜୟ ଚୁଲେଟ, ମଞ୍ଜୁଳା ମିନିୟକା ଓ ଅନ୍ୟମାନେ ଯାଇଥିଲେ।

related posts

1 comment

Deepak Kumar majhi July 13, 2021 - 6:08 pm

👍

Reply

Leave a Comment