Home Breaking News / ତାଜା ଖବର ଗାଧୋଉଥିବା ବେଳେ ବୁଲିଗଲେ…

ଗାଧୋଉଥିବା ବେଳେ ବୁଲିଗଲେ…

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉଦଳା (ଆପଦ ଭଞ୍ଜନ ରାଉତ): ପୋଖରୀରେ ଗାଧେଇବା ବେଳେ ମୋହରରଳଙ୍କ ମୃତ୍ୟୁ ଆଜି ସକାଳୁ ଉଦଳା କଲେଜ ପାଖ ମାଉସୀମା ମନ୍ଦିର ପାଖ ପୋଖରୀରେ ଗାଧୋଇବା ସମୟରେ ଉଦଳା କଚେରୀର କାର୍ଯ୍ୟରତ ମୋହରରଳଙ୍କ ମୃତ୍ୟୁ ହୋଇ ଅଛି । ଘଟଣାରୁ ଜଣାପଡିଛି ଯେ , ମୋହରରଳ ଚାନ୍ଦରାୟ ଟୁଡୁ ସବୁଦିନ ପରି ସେ ସେହି ପୋଖରୀକୁ ଗାଧେଇବା ପାଇଁ ଯାଆନ୍ତି ।ଆଜି ମଧ୍ୟ ଯାଇଥିଲେ କିନ୍ତୁ ହଠାତ ପାଣିରେ ବୁଡ଼ି ଯାଇଥିଲେ । ଏହି ଘଟଣା ପୋଖରୀ ତୁଠରେ ଥିବା ମହିଳା ଜଣକ ଦେଖି ଥିଲେ ।ବହୁତ ସମୟ ପର୍ଯ୍ୟନ୍ତ ସେ ପାଣିରୁ ନବାହାରିବାରୁ ସେଠାରେ ଥିବା ଲୋକଙ୍କୁ ଖବର ଦେଇଥିଲେ । ଏହି ଖବର ଉଦଳା ଅଗ୍ନି ଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପାଣିରୁ ତାଙ୍କର ଶବ ବାହାର କରି ଉଦଳା ଡାକ୍ତରଖାନାକୁ ନେଇ ଥିଲେ । ଚାନ୍ଦରାୟ ଟୁଡୁଙ୍କ ଘର କଲେଜ ପାଖ ଟଣକା ସାହିରେ ଅଟେ । ଶବ ବ୍ୟବଚ୍ଛେଦ ପରେ ତାଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

related posts

1 comment

Deepak Kumar majhi July 13, 2021 - 6:07 pm

👍

Reply

Leave a Comment