Home Breaking News / ତାଜା ଖବର ଚିକିତ୍ସା ପାଇଁ ମେହୁଲ ଚୋକସିକୁ ଜାମିନ ଦେଲେ ଡୋମିନିକା କୋର୍ଟ

ଚିକିତ୍ସା ପାଇଁ ମେହୁଲ ଚୋକସିକୁ ଜାମିନ ଦେଲେ ଡୋମିନିକା କୋର୍ଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଶେଷରେ ମେହୁଲ ଚୋକସିକୁ ମିଳିଲା ଜାମିନ । ଚିକିତ୍ସା ପାଇଁ ଆମେରିକା ଯିବାକୁ ମେହୁଲ ଚୋକସିଙ୍କ ଓକିଲ କୋର୍ଟରେ ଆବେଦନ ସହ ଦୃଢ ଯୁକ୍ତି ଉପସ୍ଥାପନ କରିବା ପରେ , ଡୋମିନିକା କୋର୍ଟ ତାଙ୍କୁ ଜାମିନ୍ ମଂଜୁର କରିଛନ୍ତି । ୧୩ ହଜାର ୫୦୦ କୋଟି ଟଙ୍କାର ପଂଜାବ ନାସନାଲ୍ ବ୍ୟାଙ୍କ ଠକେଇର ଫ୍ରଡ୍ ମାଷ୍ଟର ମେହୁଲ ଚୋକସି, ଅସୁସ୍ଥ ଥିବା ଦର୍ଶାଇ ସେ ଜାମିନ ଆବେଦନ କରିଥିଲେ । ବେଆଇନ ଭାବେ ଡୋମିନିକାରେ ପ୍ରବେଶ କରିଥିବା ଅଭିଯୋଗରେ ମେ’ ୨୩ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ଜାମିନ ପାଇବା ପରେ ଚିକିତ୍ସା ପାଇଁ ଆଂଟିଗୁଆ ଓ ବରବୁଡ଼ା ଯାଇପାରିବେ ମେହୁଲ । ୨୦୧୮ ମସିହାରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ ହେବା ପରେ ମେହୁଲ ଚୋକସି ଭାରତ ଛାଡି ଚାଲି ଯାଇଥିଲେ । ଆଂଟିଗୁଆର ନାଗରିକତ୍ୱ ଗ୍ରହଣ କରି ସେଠାରେ ରହୁଥିଲେ । ଦୁଇ ମାସ ତଳେ ଆଂଟିଗୁଆରୁ ଡୋମିନିକାକୁ ଚାଲି ଆସିଥିଲେ ମେହୁଲ । ଏହାକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ଡୋମିନିକା ପୁଲିସ ତାଙ୍କୁ ଗିରଫ କରିଥିଲା

related posts

1 comment

Deepak Kumar majhi July 13, 2021 - 6:07 pm

👍

Reply

Leave a Comment