Home Breaking News / ତାଜା ଖବର ରଥାରୁଢ଼ ହେଲେ ନାହିଁ ଚତୁର୍ଦ୍ଧା ବିଗ୍ରହ: ବିନା ଭକ୍ତରେ ରଥଯାତ୍ରା ସମ୍ପଣ୍ଣ, ସମିତି ସେବାୟତରେ ନିତି କାନ୍ତି ସମାପନ

ରଥାରୁଢ଼ ହେଲେ ନାହିଁ ଚତୁର୍ଦ୍ଧା ବିଗ୍ରହ: ବିନା ଭକ୍ତରେ ରଥଯାତ୍ରା ସମ୍ପଣ୍ଣ, ସମିତି ସେବାୟତରେ ନିତି କାନ୍ତି ସମାପନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୀରମହାରାଜପୁର: ପୁରାଣରେ ବଣ୍ଣିତ ହୋଇଛି ଦୋଳେ ତ ଦୋଳଗୋବିନ୍ଦ ଚାପେଚ ମଧୁସୂଦନ ,ରଥେତୁ ବାମନ ଦୃଷ୍ଟା ପୁନର୍ଜନ୍ମ ନେଇଥିଲା ବିଦ୍ୟତେ । ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୋଇନଥାଏ । କିନ୍ତୁ କରୋନା କଟକଣା ଯୋଗୁଁ ଏବର୍ଷ ବୀରମହାରାଜପୁର ଜଗନ୍ନାଥ ମନ୍ଦିରରେ ରଥାରୁଢ଼ ହେଲେ ନାହଁ ଚତୁର୍ଦ୍ଧା ବିଗ୍ରହ । ରଥ ପ୍ରସ୍ତୁତ,ପଥ ପ୍ରସ୍ତୁତ , ସେବାୟତ ମାନେବି ପ୍ରସ୍ତୁତ କିନ୍ତୁ ରଥାରୁଢ଼ ହୋଇପାରିଲେ ନାହିଁ ଠାକୁର । ରବିବାର ଭୋଇ ୩.୩୦ ମିନିଟରେ ଦ୍ବାର ଖୋଲା,୪ଟାରେ ମଙ୍ଗଳ ଆଳତି,୫.୩୦ରେ ସୁର୍ଯ୍ୟ ପୁଜା,ଦଶଦିଗପାଳପୁଜା ସକାଳ ଠାରେ ଅନୁଷ୍ଠିତ ହୋଇଥିଲା ।ଆଠଟାରେ କାନିକା ଭୋଗ ଅର୍ପଣ କରାଯାଇଥିଲା । ଏହାପରେ ଚତୁର୍ଦ୍ଧା ବିଗ୍ରହ ମାନଙ୍କ ବେଶ କରାଯାଇଥିଲା । ଏହାପରେ ଗଜପତିଙ୍କୁ ତିନିଟାରେ ନିମନ୍ତ୍ରଣ କରାଯାଇଥିଲା । ୩.୩୦ ରେ ଗଜପତି ବିଷ୍ଣୁ ଚରଣ ପଣ୍ଡା ଚତୁର୍ଦ୍ଧା ବିଗ୍ରହଙ୍କୁ ଆରତି କଲାପରେ ଚତୁର୍ଦ୍ଧା ବିଗ୍ରହ ଙ୍କ ଧାଡ଼ି ପହଣ୍ଡିରେ ବାହାରିଥିଲେ । ମୁଖ୍ୟ ବାଡ଼ଗ୍ରାହୀ ଭଗବାନ ମିଶ୍ର, ପହଣ୍ଡି କମିଟିର ସଂଯୋଜକ ଦ୍ବିତୀ କୃଷ୍ଣ ପଣ୍ଡା,ସହ ସଂଯୋଜକ ଯୁଗଳ କିଶୋର ମିଶ୍ର, ବରିଷ୍ଠ ସଦସ୍ୟ ଜଗନ୍ନାଥ ମନ୍ଦିର ପୂଜକ ବିଶ୍ଵାମିତ୍ର ଚାନ୍ଦ ଓ ବିମଳା ମନ୍ଦିର ପୁଜକ ଆଚାର୍ଯ୍ୟ ସୁଶାନ୍ତ କୁମାର ପୁରୋହିତ
ଆଦିତ୍ୟ କୁମାର ପତି, ଦାମୋଦର ମିଶ୍ର, ଦିଲ୍ଲୀପ କୁମାର ମିଶ୍ର, ନରେନ୍ଦ୍ର କୁମାର ଚାନ୍ଦ, ଲଳିତ କୁମାର କର,ସତ୍ୟ ନାରାୟଣ ଚାନ୍ଦ , ବନବିହାରୀ ପଣ୍ଡା, ଭିକାରି ହୋତା, ଅକ୍ଷୟ କୁମାର ଦାସ, ରମାକାନ୍ତ ପୁରୋହିତ, ସୁବାସ ଶତପଥୀ, ବୃନ୍ଦାବନ ପଣ୍ଡା, ସନ୍ୟାସୀ ଶତପଥୀ, ସହଦେବ ଦାସ, ବିପିନ ବିହାରୀ ନନ୍ଦ, ବଳରାମ ପୁରୋହିତ, ମହେନ୍ଦ୍ର ଦାସ , ବନମାଳୀ ପଣ୍ଡା, ମାଗୁଣି ଦାସ,ଲବ ଚାନ୍ଦ, ଆଲୋକ ହୋତା, ପ୍ରେମାନନ୍ଦ ପାଢ଼ୀ, ଶ୍ରୀ ନିବାସ ଚାନ୍ଦ, ଶ୍ରୀ ନିବାସ ରଥ, ବୀଜୟ କୁମାର ତ୍ରିପାଠୀ ଶଙ୍କର୍ଷଣ ପୁଝାରୀ, ଦିନ ବନ୍ଧୁ ପୁଝାରୀ, ସୁଶିଲ କୁମାର ପାଣିଗ୍ରାହୀ, ନିତ୍ୟାନନ୍ଦ ତ୍ରିପାଠୀ ,ସନତ ପୁରୋହିତ, ବିଶ୍ବଜିତ ଚାନ୍ଦ,
ମନ୍ଦିର ପରିଚାଳନା କମିଟି ସମ୍ପାଦକ ସମ୍ଭୁ ପ୍ରସାଦ ହୋତା, ରଞ୍ଜିତ କୁମାର ରଥ,ଭୁଷଣ କୁମାର ପାତ୍ର, ବଳରାମ କାଣ୍ଡ, ଇନ୍ଦ୍ରଜିତ ପରୁଆ ଓ ଅନ୍ୟାନ୍ୟ ସିମିତ ସେବାୟତ ଠାକୁର ମାନଙ୍କ ନିତି କାନ୍ତି ନବଯୌବନ ବେଶ ଓ ନେତ୍ରୋତ୍ସବ ରେ ସହଯୋଗ କରିଥିଲେ । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଠାକୁର ମାନଙ୍କ ନିତି କାନ୍ତି ସମାପନ କରାଯାଇଥିଲା। ସରକାରଙ୍କ କରୋନା କଟକଣା ଯୋଗୁଁ ଚତୁର୍ଦ୍ଧା ବିଗ୍ରହ ଙ୍କୁ ଉଫୁଲା ମାଉସୀ ମନ୍ଦିରକୁ ଯାଇନଥିଲେ ଠାକୁର । ଫଳରେ ମନ୍ଦିର ପରିସରେ ଥିବା ରାଧାକୃଷ୍ଣ କୃଷ୍ଣ ମନ୍ଦିରରେ ମାଉସୀ ମନ୍ଦିର କରାଯାଇଥିଲା ।

related posts

Leave a Comment