Home Breaking News / ତାଜା ଖବର ଜନନୀ ଯନ୍ତ୍ରଣାର ନଗ୍ନଚିତ୍ର ତିନି କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଜନନୀ ଯନ୍ତ୍ରଣାର ନଗ୍ନଚିତ୍ର ତିନି କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡା ଜିଲା ଦୁର୍ଗମ କାଶୀପୁର ବ୍ଲକରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି। ବାରମ୍ବାର ଖବରକାଗଜ ଗଣମାଧ୍ୟମ ରେ ଖବର ପ୍ରକାଶ ହେବା ପରେ ମଧ୍ୟ ପ୍ରଶାସନ ନିରବ ରହୁଛି ଓ ସାଧାରଣ ମୌଳିକ ସୁବିଧା ପହଞ୍ଚାଇବା ରେ ବିଫଳ ହେଇଛି ।ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ଦଢାଫାସ ଗ୍ରାମରେ । ଦଢାଫାସ ଗ୍ରାମର ଦିବନ ମାଝୀଙ୍କ ସ୍ତ୍ରୀ ଆଶାଇ ମାଝୀ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ।ଦଢାଫାସ ଗ୍ରାମରୁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର ନିମନ୍ତେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯାଗ କରିଥିଲେ। ଆମ୍ବୁଲେନ୍ସ କାଶୀପୁର ଠାରୁ ଆସିଥିଲା ହେଲେ ଏହି ଗ୍ରାମକୁ ରାସ୍ତା ନଥିବାରୁ ଗାଁରୁ ପ୍ରାୟ ୩ କିମି ଦୁରରେ କସମଘାଟି ଠାରେ ଆମ୍ବୁଲାନ୍ୟସ୍ ଅଟକି ରହିଥିଲା।ଫଳରେ ଗର୍ଭବତି ମହିଳାଙ୍କୁ ଖଟିଆ ଯୋଗେ ଆମ୍ବୁଲାନ୍ସ ଚାଳକ ପରୀକ୍ଷିତଙ୍କ ସହ ଆଶା ଦିଦି ଏବଂ ପରିବାର ଲୋକଙ୍କ ସହାୟତାରେ ଖଟିଆରେ ବୁହା ହୋଇ ଅଣାଯାଇଥିଲା।ଏହାପରେ ତାଙ୍କୁ ଡଙ୍ଗାସିଲ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଡଙ୍ଗାସିଲ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ ଗର୍ଭବତି ମହିଳାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଜନନୀ ଯନ୍ତ୍ରଣା ରେ ରାୟଗଡ ଜିଲା ଅନ୍ୟ ଜିଲା ଅପେକ୍ଷା ଅଧିକ ଦେଖିବାକୁ ମିଳିଛି।ଦୁର୍ଗମ ବ୍ଲକ ମାନଙ୍କରେ ଚନ୍ଦ୍ରପୁର,ମୁନିଗୁଡା, କାଶୀପୁର, କଲ୍ୟାଣସିଙ୍ଘପୁର ଗୁଡିକ ଅନ୍ୟତମ ଅଟେ।କିନ୍ତୁ କାଶୀପୁର ଜନନୀ ଯନ୍ତ୍ରଣାରେ ଅଧିକ କାରଣ ଏହି ବ୍ଲକରେ ପ୍ରାୟ ୩ ଶରୁ ଉର୍ଦ୍ଧ ଗ୍ରାମ ରହିଛି କିନ୍ତୁ ଏପର୍ଯ୍ୟନ୍ତ ସାଧାରଣ ମୌଳିକ ସୁବିଧା ପାଇବାରେ ବଂଚିତ ହେଉଥାନ୍ତି ତନ୍ମଧ୍ୟରୁ ଗୋଡିବାଲି ସିରିପାଇ, ମଣ୍ଡି ବିଶି ପଂଚାୟତ ଅନ୍ୟତମ ଅଟେ। ବୁଦ୍ଧିଜୀବୀଙ୍କ ମତ ଏହିକିଯେ ସରକାରୀ ବାବୁ ମାନଙ୍କ ଉଦାସୀନତା ମନୋଭାବ ଯୋଗୁଁ ଏପରି ଘଟଣା ଘଟୁଛି ବୋଲି କହିଛନ୍ତି।

related posts

1 comment

Deepak Kumar majhi July 12, 2021 - 2:09 pm

👍👍

Reply

Leave a Comment