Home Breaking News / ତାଜା ଖବର ପେନାଲଟି ସୁଟ ଆଉଟରେ ୟୁରୋ କପ୍ ଜିତିଲା ଇଟାଲି, ଇଂଲଣ୍ଡର ସ୍ୱପ୍ନ ଧୂଳିସାତ୍‌

ପେନାଲଟି ସୁଟ ଆଉଟରେ ୟୁରୋ କପ୍ ଜିତିଲା ଇଟାଲି, ଇଂଲଣ୍ଡର ସ୍ୱପ୍ନ ଧୂଳିସାତ୍‌

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ୟୁରୋକପର ରୋମାଂଚକର ଫାଇନାଲ ମହାମୁକାବିଲାରେ ଟାଇଟଲ ଜିତିନେଇଛି ଇଟାଲି । ପେନାଲଟି ସୁଟ୍ ଆଉଟରେ ଇଂଲଣ୍ଡକୁ ମାତ୍ ଦେଇ ଟାଇଟଲ ହାତେଇ ନେଲା ଇଟାଲି ଦଳ । ଫଳରେ ଇଂଲଣ୍ଡ ଦଳର ୟୁରୋକପ୍ ଜିତିବା ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି ।
ଚଳିତ ବର୍ଷ ୟୁଏଏଫ୍ ୟୁରୋକପ୍ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଆୟୋଜକ ଇଂଲଣ୍ଡ ଏବଂ ଇଟାଲି । ପ୍ରାୟ ୫୫ ବର୍ଷ ଧରି ୟୁରୋକପ୍ ଜିତିନଥିବା ଇଂଲଣ୍ଡ ଆଶା ରଖିଥିଲା ଏଥର ଟାଇଟଲ ହାସଲ କରିବ । ନିର୍ଦ୍ଦାରିତ ସମୟ ୯୦ ମିନିଟରେ ଖେଳ ୧-୧ ଗୋଲରେ ସରିଲା । ଏହା ପରେ ୬ ମିନିଟ୍ ଅତିରିକ୍ତ ସମ.ୟ ନିଆଯାଇଥିଲ।। ଏଥିରେ କେହି କାହାକୁ ଗୋଲ୍ ଦେବାରେ ସକ୍ଷମ ହୋଇନଥିଲେ । ଏହାପରେ ପେନାଲଟି ସୁଟ୍ ଆଉଟର ସହାୟତା ନିଆଯାଇଥିଲା । ଏଥିରେ ଇଂଲଣ୍ଡକୁ ମାତ୍ ଦେଇ ଇଟାଲି ଟ୍ରଫି ହାତେଇ ନେଇଥିଲା । ଶେଷ ଥର ପାଇଁ ୧୯୬୮ ମସିହାରେ ଇଟାଲି ଜିତିଥିଲା ୟୁରୋକପ୍ । ଏବେ ଏହି ଟାଇଟଲକୁ ପୁଣି ଦୋହରାଇଛି । ତେବେ ୫୫ ବର୍ଷ ଧରି ୟୁରୋକପ୍ ଜିତିବା ଅପେକ୍ଷାରେ ଥିବା ଇଂଲଣ୍ଡର ସ୍ୱପ୍ନ ପୁରା ଚୁରମାର ହୋଇଯାଇଛି ।

related posts

1 comment

Deepak Kumar majhi July 12, 2021 - 2:05 pm

👍

Reply

Leave a Comment