Home Breaking News / ତାଜା ଖବର ପୂର୍ବତନ ବ୍ଲକ ଜନତା ଦଳର ସଭାପତିଙ୍କ ବିୟୋଗ

ପୂର୍ବତନ ବ୍ଲକ ଜନତା ଦଳର ସଭାପତିଙ୍କ ବିୟୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ ନାୟକ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକର ପୂର୍ବତନ ଜନତା ଦଳର ସଭାପତି ସଦାଶିବ ପାତ୍ରଙ୍କ ବିୟୋଗରେ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି l ଶନିବାର ରାତି ଏଗାର ଘଂଟିକା ସମୟରେ ବାଲିଗୁଡା ନୂଆସାହିସ୍ଥିତ ବାସ ଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ମୃତ୍ୟୁ ବେଳକୁ ତାଙ୍କୁ 66ବର୍ଷ ବୟସ ହୋଇଥିଲା ସେ ଜଣେ ଶାନ୍ତ, ସରଳ, ମିଷ୍ଟଭାଷୀଓ ପରୋପକାରୀ ବ୍ୟକ୍ତି ଥିଲେ l ସର୍ବଦା ସମାଜ ସେବା ରେ ନିଜକୁ ନିୟୋଜିତ କରିଥିଲେ l ବାଲିଗୁଡା ବ୍ଲକଅଂଚଳ ର ଲୋକଙ୍କ ଉନ୍ନତି ନିମନ୍ତେ ଚେଷ୍ଟା କରିଆସୁ ଥିଲେl ତାଙ୍କରି ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସାନ ଭାଇ ଲଳିତ ପାତ୍ର, ବଡ ପୁଅ ଘାଷୀଦେଉ ପାତ୍ର, ମଝିଆ ପୁଅ ଇନ୍ଦ୍ରମଣି ପାତ୍ର, ସାନ ମଝିଆ ଈଶ୍ୱର ପାତ୍ର ନିରଞ୍ଜନ ପାତ୍ର ଲିପୁନ ରଂଜିତ ଚନ୍ଦନ ସୁଜିତ ଜ୍ବା ଇଁ ସନ୍ତୋଷ ବେହେରଦଳାଇ , ବାଞ୍ଛାନିଧି ସିଂ ଦେଓ ଭଣଜା ମାନସ ଏବଂ ସମସ୍ତ ପୁତ୍ର ବଧୂ ଝିଅ, ଭଉଣୀ ଉପସ୍ଥିତ ଥିଲେ l ତାଙ୍କର ଶେଷ ଦର୍ଶନ ପାଇଁ ବାସଭବନ ରେ ବହୁ ରାଜନେତା ବ୍ୟକ୍ତି ବିଶେଷ ଏବଂ ଗ୍ରାମବାସୀଙ୍କ ସମାଗମ ହୋଇଥିଲା l ଗାଁ ମଶାଣି ରେ ଶବ ସଂସ୍କାର ସମ୍ପନ୍ନ ହୋଇଥିଲା l ବଡ଼ ପୁଅ ଘାଷୀଦେଓ ପାତ୍ର ମୁଖାଗ୍ନି ଦେଇଥିଲେ l

related posts

1 comment

Deepak Kumar majhi July 11, 2021 - 1:37 pm

👍

Reply

Leave a Comment