Home Breaking News / ତାଜା ଖବର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର(ଦିନେଶ ପଟ୍ଟନାୟକ): ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ କାର୍ଯାଳୟଠାରେ, ମନୋନୀତ ହୋଇଥିବା ଜିଲ୍ଲା ଓ ରାଜ୍ୟ ସ୍ତରୀୟ ମହିଳାଙ୍କୁ ସମ୍ବର୍ଦ୍ଧନା ନିମନ୍ତେ ଏକ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବ୍ରହ୍ମପୁର ଭାବାନଗର ବିଜୁଜନତା ଦଳ କାର୍ଯ୍ୟାଳୟ ସ୍ଥିତି ଖଟା ମିଠା କଲ୍ୟାଣ ମଣ୍ଡପ ପରିସରରେ ଗଞ୍ଜାମ ଜିଲ୍ଲା ବିଜୁଜନତା ଦଳ ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ରାଜ୍ୟ ଉପାଧ୍ୟକ୍ଷ ଲତିକା ପ୍ରଧାନ,ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ଗଞ୍ଜାମ ସଭାପତି ଉପାଧ୍ୟକ୍ଷ ଏମ. ସୁଜାତା ପାତ୍ର, ଜୋନ ସଭାପତି ମମତା ବିଷୋୟୀ,ରାଜ୍ୟ ଉପସଭାପତି କେ.ମାଧବୀ , ରାଜ୍ୟ ସାଧାରଣ ସମ୍ପାଦକ କଳ୍ପନା ଭୋଳ, ରାଜ୍ୟ ସମ୍ପାଦକ ପ୍ରଜ୍ଞା ପଣ୍ଡା,ମଞ୍ଜୁଶ୍ରୀ ଦଳାଇ ,ଜୟନ୍ତୀ ପଣ୍ଡା ,ରତ୍ନମଣି କଟନ ରାଜ୍ୟ ଶାସକ ସଦସ୍ୟଆଦି ନୂଆ – ମହିଳା ଟିମ୍ କୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ସ୍ୱାଗତ କରିଥିବା ବେଳେ ଭାବାନଗର ସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମନୋନୀତ ହୋଇଥିବା ମହିଲାନେତ୍ରୀଙ୍କୁ ଗଞ୍ଜାମ ଜିଲ୍ଲା ବିଜୁଜନତା ଦଳ ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ସ୍ୱାଗତ କରି ଦଳର ଆଭିମୁଖ୍ୟ ଜଣାଇବା ସହ ମହିଳା ସଙ୍ଗଠନକୁ ଅଧିକ ମଜବୁତ କରିବାକୁ ଆହ୍ବାନ ଦେଇଛନ୍ତି । ନୂତନମହିଳା ନେତ୍ରୀମାନେ ମହିଳାଙ୍କ ନିକଟରେ ପହଞ୍ଚି ମହିଳାଙ୍କ ପାଇଁ ହୋଇଥିବା ସମସ୍ତ ସରକାର ଯୋଜନାକୁ ପହଞ୍ଚାବେ ଏବଂ ସରକାରକୁ ଅଧିକ ଲୋକପ୍ରିୟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ମହାରଣା ,ଆସିକା ସାଂସଦ ପ୍ରମିଳା ବିଷୋୟୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ,ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ,ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ,ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ,ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ଧ,ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ପ୍ରଶାନ୍ତ ପଣ୍ଡା, ଜଗନ୍ନାଥ ସାବତ ,ମନୋଜ ମହାପାତ୍ର,ମୁକୁନ୍ଦ ଗୌଡ଼, ଆର.ମୁରଲୀ ମୋହନ, ସି ଏଚ .ଡିଲେଶ୍ୱର ରେଡି, କମଳା ରେଡି, ସୁକାନ୍ତ ତ୍ରିପାଠୀ, ଟି. ପାତ୍ର, ସୋନାଲି ଗନ୍ତାୟତ,ସସ୍ମିତା ସାହୁ,ଲଷ୍ମୀ ପ୍ରିୟା ପାଢ଼ୀ, ସୁରେନ୍ଦ୍ର ପାତ୍ର, ସୁଜିତ କୁମାର ପାଣିଗ୍ରାହୀ, ଦୁର୍ଗା ପ୍ରସାଦ ପାତ୍ର, ତୁମ୍ବନାଥ ପଣ୍ଡା, ପ୍ରଣୟ ପଟ୍ଟନାୟକ ,ଭିଷ୍ମଚଯ୍ୟ ଚୌଧୁରୀ ,ଅଜିତ କୁମାର ପଣ୍ଡା, ଜ୍ୟୋତି ରଞ୍ଜନ ସାହୁ, ନିଖିଲଙ୍କ ସମେତ ବିଜେଡ଼ି ବହୁ କର୍ମକର୍ତା ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ମନୋନୀତ ହୋଇଥିବା ସମସ୍ତ ମହିଳା ନେତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଦଳକୁ ସୁଦୃଡ଼ କରିବା ପାଇଁ ସମସ୍ତ ଚେଷ୍ଟା କରିବୁ ବୋଲି କହିଛନ୍ତି ।

related posts

Leave a Comment