Home Breaking News / ତାଜା ଖବର ବେଧଡକ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ

ବେଧଡକ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲା ର ଦୁର୍ଗମ ଅଂଚକର ଖବର ଚୋର ଘର ସବୁଦିନ ଅନ୍ଧାର ରୁହେନି । ବେଧଡ଼କ ଗଞ୍ଜେଇ ଚୋରାଚାଲାଣର ପର୍ଦ୍ଦାଫାସ । କୋଟିଏରୁ ଉର୍ଦ୍ଧ ଟଙ୍କାର ଗଞେଇ ଜବତ ହୋଇଛି । ଏହା ୩ ଜଣଙ୍କୁ ଗିରଫ କରିଛି ପୋଲିସ । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ରବିଗୁଡା ଛକ ନିକଟରେ ଗଞେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ବେଳେ ମାଡି ବସିଲା ପୋଲିସ । ଏହି ଚଢାଉ ବେଳେ ୧୧ କ୍ବିଣ୍ଟାଲ ୮୦ କେଜି ଗଞେଇ ଜବତ କରାଯିବା ସହ ୩ଜଣଙ୍କୁ ଗିରଫ କରାଯାଇଛି ।ପୋଲିସର ସୂଚନା ମୁତବକ ଜବତ ଗଞେଇର ଆନୁମାନିକ ମୁଲ୍ୟ ୧ କୋଟିରୁ ଉର୍ଦ୍ଧ ହେବ । ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା । ଗିରଫ ବ୍ୟକ୍ତିମାନେ ହେଲେ ରାମନାଥ ଝିଣ୍ଡ୍ରିଗୁଡିକା, ପ୍ରଜା ଶ୍ରାମୂତିକା ଓ ଇଶା ଦୁର୍ବାକା । ଏହି କଳା ବ୍ୟାପାରରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ତଦନ୍ତ ଚଳାଇଛି ପୋଲିସ । ଅନେକ ଦିନରୁ ଅବକାରୀ ଓ ପୋଲିସ ବିଭାଗ ଦ୍ଵାରା ବାର ବାର ଚଢ଼ାଉ ହେଉଥିଲେ ସୁଦ୍ଧା ଗଂଜେଇ ଚାଲାଣ ନେଇ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ହେଇଚି। ଦୁର୍ଗମ ଅଂଚଳର ସୁଯୋଗ ନେଇ ଏଭକି ଚାଷ ଚାଲି ଆସୁଥିବା ଜଣା ଯାଉଛି ବୋଲି କୁହାଯାଏ ।

related posts

Leave a Comment