Home Breaking News / ତାଜା ଖବର କଟଲାଙ୍ଗରେ ଆଦିବାସୀ ଧର୍ମ ସଭା, ଧର୍ମାନ୍ତରିତ ଆଦିବାସୀଙ୍କୁ ସଂରକ୍ଷିତ ସୁବିଧାରୁ ଉଛେଦ କରାଯାଉ: ଆଦିବାସୀ ମହାସଂଘ ସଭାପତି ଅପଲସ୍ୱାମୀ କାଡ୍ରାକା

କଟଲାଙ୍ଗରେ ଆଦିବାସୀ ଧର୍ମ ସଭା, ଧର୍ମାନ୍ତରିତ ଆଦିବାସୀଙ୍କୁ ସଂରକ୍ଷିତ ସୁବିଧାରୁ ଉଛେଦ କରାଯାଉ: ଆଦିବାସୀ ମହାସଂଘ ସଭାପତି ଅପଲସ୍ୱାମୀ କାଡ୍ରାକା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଅଟେ। ଏଠାରେ ପ୍ରାୟ ଅସି ପ୍ରତିଶତ ଭିନ୍ନ ପ୍ରକାରର ଜନ ଜାତି ରହିଛନ୍ତି। ଆଜି ରାୟଗଡ ଜିଲାର କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ସିକରପାଇ ପଞ୍ଚାୟତ କଟଲାଙ୍ଗ ଗ୍ରାମରେ ଏକ ଆଦିବାସୀ ଧର୍ମ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଆଖ ପାଖ ଗ୍ରାମର ତଥା କଟଲାଙ୍ଗ, ସିକପାଇ, ବିରିଡ଼ା, ଚ୍ଛିଚିମି, ବଳଦିଆ, ଲେଳିବାଡି,ମହେନ୍ଦ୍ର ପୁର ଅଂଚଳର ଜନଜାତି ଗ୍ରାମ ମୁଖିଆ ଙ୍କ ନେତୃତ୍ୱରେ ଆୟୋଜନ କରା ଯାଇଥିଲା।ଏହି ସଭାର ମୁଖ୍ୟ ଉଦ୍ୟେସ୍ୟ ହେଲା କିଛି ବିଦେଶୀ ଧର୍ମାନ୍ତକରଣ ସଂସ୍ଥା ନିରୀହ ସରଳ ଆଦିବାସୀଙ୍କୁ ପ୍ରଲୋଭିତ କରି ଜବରନ ଧର୍ମାନ୍ତ କରଣ କରି ଆଦିବାସୀ ପରମ୍ପରାକୁ ଉପେକ୍ଷା କରୁଥିବାର ପରିଲକ୍ଷିତ ହୋଇଛି। ସେହି ପରିପ୍ରେକ୍ଷୀରେ ନିଜ ବନ୍ଧୁ ସ୍ଵଜନଙ୍କୁ ନିଜ ସଂସ୍କୃତି ଓ ପରମ୍ପରାକୁ ବଞ୍ଚେଇବାକୁ ଓ କାହା ପ୍ରଲୋଭନ ରେ ପଡି ଦେଶଦ୍ରୋହୀ ନ ହେବାକୁ ଆଦିବାସୀ ମହାସଂଘର ସଭାପତି ଅପଲସ୍ୱାମୀ କଡ୍ରକା କହିଛନ୍ତି । ଯିଏ ଭୁଲରେ ଚାଲି ଯାଇଛନ୍ତି ସେମାନଙ୍କୁ ଆଦର ସହ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ଯିଏ ନ ମାନିବ ତାକୁ ସାବଧାନ କରି ଦିଆଯାଉଛି କି ଆମର ପାରମ୍ପରିକ ଦେବା ଦେବୀ ଙ୍କୁ ଅପମାନିତ କଲେ ବରଦାସ୍ତ କରଜୀବନି ବୋଲି ଚେତାବନୀ ଦେଇଛନ୍ତି। କହିଛନ୍ତିକି ଆବହମାନ କାଳରୁ ଧରତି ପେନୁ( ଗ୍ରାମ ଦେବତୀ) କୁ ସେବା ଓ ପ୍ରକୃତିକୁ ଉପାସନା କରୁଥିବା ନିରୀହଙ୍କୁ ପ୍ରଲୋଭିତ ପ୍ରତାରଣା, ବିଭାଜନ ନୀତିକୁ ମହାସଂଘ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ଆହ୍ୱାନ ଦେଇଛନ୍ତି। ଯେଉଁମାନେଜନ ଜାତି ମାନେ ଧର୍ମ ତ୍ୟାଗ କରି ଅଣ ହିନ୍ଦୁ ହେଉଛନ୍ତି ସେମାନଙ୍କୁ ଜନଜାତି ସଂରକ୍ଷଣ ନେବାକୁ କୌଣସି ଅଧିକାର ନାହିଁ ତେଣୁ ଏହାକୁ ଉଛେଦ କରାଯାଇ ମାତ୍ର ଯିଏ ଆଦିବାସୀ ପରମ୍ପରା ଓ ଭାରତୀୟ ଜନଜାତି ବର୍ଗରେ ରହିବ ତାକୁହିଁ ଏହି ସୁବିଧା ମିଳିବା ଦରକାର ନେଚେତ କିଛି ଛଦ୍ମବେସୀ ଅନ ହିନ୍ଦୁ ଏହାର ଲାଭ ଉଠାଇ ପ୍ରକୃତ ହିତାଧିକାରୀଙ୍କୁ ସୁବିଧାରୁ ବଂଚିତ ହେବାକୁ ପଡୁଛି । ଏନେଇ ରାଜ୍ୟ ତଥା କେନ୍ଦ୍ର ଜନଜାତି କମିଶନଙ୍କୁ ଏକ ଦାବିପତ୍ର ମହାସଂଘ ପ୍ରଦାନ କରିବ ଏଥିପ୍ରତି ବିଚାର କରାଯାଇ ଉଚିତ ପଦକ୍ଷେପ ନେବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି। ଯଦି ଅବଶ୍ୟଜ ପଡେ ରାଜ୍ୟର ସବୁ ଜନଜାତି ସଂଘକୁ ଏକତ୍ରିତ କରି ଏହାର ଉଛେଦ ପାଇଁ ଆନ୍ଦୋଳନ କରାଯିବ ବୋଲି ମହାସଙ୍ଗ ର ସଭାପତି ଶ୍ରୀ କାଡ୍ରକା ଓ ଆବାହକ ବସନ୍ତ ଉଲକା ଧମକ ଦେଇଛନ୍ତି। ଏହି ସଭାରେ ଆସନ ଅଳଙ୍କୃତ ଅତିଥି ମାନେ ହେଲେ ବ୍ଲକ ଅଧ୍ୟକ୍ଷ ଜିଗେନ୍ଦ୍ର ବାଡକା, ଜିଲାପରିସଦ ବଳରାମ କଡ୍ରକା, ବରିଷ୍ଠ ଆଦିବାସୀ ଇତିହାସ କାରକ ହଳଧର ହିମିରିକା, ଆଦିବାସୀ ନେତା ରାମରାଓ କଡ୍ରକା,ଗୋପୀନାଥ ପେରିଶିକା, ପଗୁ ତିଆକା, ଲୁଲା, ଦଶରୀଆ, କାସ୍ତୁ, ଓ ଅନ୍ୟମାନେ ଯୋଗ ଦେଇଥିଲେ।

related posts

Leave a Comment