Home Breaking News / ତାଜା ଖବର ବଡ଼ମ୍ବା ନରସିଂହପୁରରେ ୨୦ କୋଭିଡ ପଜିଟିଭ ଚିହ୍ନଟ

ବଡ଼ମ୍ବା ନରସିଂହପୁରରେ ୨୦ କୋଭିଡ ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ଆଜି ନରସିଂହପୁରରେ ୧୫ ଜଣ ଓ ବଡମ୍ବାରେ ୫ ଜଣ ସମୁଦାୟ ୨୦ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ନରସିଂହପୁର ଅଞ୍ଚଳ ରେ ବାଲିସାହିର କନାଗୁଡିରୁ ୭ଜଣ , ଜୟମଙ୍ଗଳରୁ ୨ଜଣ ଲେଖାଏଁ ଚିହ୍ନଟ ହେଲାବେଳେ ହରିଚନ୍ଦନପୁର, ପାଇକପଡାପାଟଣା, କମଳାଡିହ, ଘଣ୍ଟପଡା ଓ ଦାଶରଥୀପୁର ଓ ନରସିଂହପୁର ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ବଡମ୍ବା ଅଂଚଳରେ ମାଣିଆବନ୍ଧରୁ ୨ଜଣ କୋଭିଡ ପଜିଟିଭ ଚିହ୍ନଟ ହେଲାବେଳେ ବାକି ତୁଣପୁର ଓ ଦେଉଳିରୁ ଚିହ୍ନଟ ହୋଇଛନ୍ତି।

related posts

Leave a Comment