Home Breaking News / ତାଜା ଖବର ଦରଦାମ୍ ବୃ୍ଦ୍ଧି ପ୍ରତିବାଦରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଦରଦାମ୍ ବୃ୍ଦ୍ଧି ପ୍ରତିବାଦରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଲଗୁଣ୍ଠା(ସୁରେଶ ସୁବୁଦ୍ଧି): ଅପାରଗ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୂର ଦୃଷ୍ଟି ଅଭାବରୁ ପେଟ୍ରୋଲ୍, ଡିଜେଲ୍ ସମେତ ବିଭିନ୍ନ ଖାଉଟି ସାମଗ୍ରୀର ଦରଦାମ୍ ବଢ଼ି ବଢ଼ି ଚାଲିଛି I ଏହାକୁ ନିୟନ୍ତ୍ରଣ କରିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି I ଏହାକୁ ପ୍ରତିବାଦ କରି ଆଜି ଜିଲ୍ଲା କଂଗ୍ରେସ୍ ସଭାପତି ରମେଶ୍ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବେଲଗୁଣ୍ଠା ବ୍ଳକ୍ ରେ କଂଗ୍ରେସ୍ କର୍ମୀ ଓ ନେତାମାନେ ମିଳିତ ଭାବେ ବେଲଗୁଣ୍ଠା ଏବିଡିଓ ପୂର୍ଣ୍ଣ ଚନ୍ଦ୍ର ପାଠୀଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି I ଆଜି ପିସିସି ସଭ୍ୟ ଦେବୀ ବିଷୋୟୀଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକ, ବ୍ଲକ୍ କଂଗ୍ରେସ୍ ସଭାପତି ନୃସିଂହ ସାହୁ, ନଗର ସଭାପତି ସନ୍ତୋଷ ପଟ୍ଟନାୟକ ଓ ବହୁ କଂଗ୍ରେସ୍ କର୍ମୀ ଏକାଠି ହୋଇ ଚାଲି ଚାଲି ଯାଇ ବେଲଗୁଣ୍ଠା ବ୍ଲକ୍ ରେ ସ୍ମାରକ ପତ୍ର ଦେବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇଥିଲେ I ଆଗାମୀ ଦିନରେ ଦରଦାମ୍ ନିୟନ୍ତ୍ରଣକୁ ନ ଆସିଲେ କଂଗ୍ରେସ୍ ପୁଣି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ I

related posts

1 comment

Deepak Kumar majhi July 10, 2021 - 8:27 am

👍

Reply

Leave a Comment