Home ଜୀବନଚର୍ଯ୍ୟା ପୁରୁଷଙ୍କୁ ପ୍ରତ୍ୟକ ଦିନ ଖାଇବା ଆବଶ୍ୟକ ଏହି ଜିନିଷ, ବଢିବ ସେକ୍ସ କ୍ଷମତା!

ପୁରୁଷଙ୍କୁ ପ୍ରତ୍ୟକ ଦିନ ଖାଇବା ଆବଶ୍ୟକ ଏହି ଜିନିଷ, ବଢିବ ସେକ୍ସ କ୍ଷମତା!

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦୈନନ୍ଦିନ ଜୀବନରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ କିଛି ଅଧିକ ଓ ଭିନ୍ନ ପୋଷକ ତତ୍ୱର ଆବଶ୍ୟକତା ହୋଇଥାଏ । ଆଉ ଏହି ପୋଷକ ତତ୍ୱ ସବୁ ମଣିଷର ଯୈାନ ଜୀବନ ଉପରେ ବି ପ୍ରଭାବ ପକାଇଥାଏ । ସ୍ୱାସ୍ଥ୍ୟ ବିଶେଷଜଜ୍ଞଙ୍କ କହିବା କଥା କିଛି ଖାଦ୍ୟକୁ ଆମକୁ ଦୈନିକ ଖାଇବା ଆବଶ୍ୟକ । ଏହି ଖାଦ୍ୟ ଗୁଡିକ କୌଣସି ସୁପର ଫୁଡରୁ ବି କମ୍ ନୁହଁ । ଏହା ହିଁ ଆମର ଦୈନନ୍ଦିନ ଜୀବନରେ ଅନେକ ଅଭାବ ପୁରଣ କରିଥାଏ ।
ପାଳଙ୍ଗ– ଆପଣ ଦୈନିକ ଏହାକୁ ଖାଇ ପାରିବେ । ଏହାକୁ ଜୁସ୍ କରି ମଧ୍ୟ ପିଇ ପାରିବେ । ୧୦ରୁ ୯ ଜଣ ପୁରୁଷ ଦୁଇରୁ ଅଧିକ ପନିପରିବା ଖାଇନଥାନ୍ତି । ସେମାନଙ୍କ ଦୈନିକ ଖାଦ୍ୟରେ ଏହା ରହିନଥାଏ । ଏପରି ସମୟରେ ପାଳଙ୍ଗ ଏହାକୁ ପୂରଣ କରିଥାଏ।
ବାଦାମ- ପୁରୁଷଙ୍କୁ ପ୍ରତିଦନ ଭରପୁର ମାତ୍ରାରେ ବାଦାମ ଖାଇବା ଆବଶ୍ୟକ । ଏଥିରେ ପ୍ରଚୁର ମ୍ୟାଗ୍ନେସିୟମ ରହିଛି । ରିସର୍ଚ ଅନୁସାରେ ପୁରୁଷଙ୍କ ଦେହରେ ମ୍ୟାଗ୍ନେସିୟମ ମାତ୍ରା କମିଲେ ଏହା ଟେଷ୍ଟୋଷ୍ଟେରମ୍ ମାତ୍ରା ହ୍ରାସ କରିଦେଇଥାଏ । ବାଦାମ ଶରୀରରେ ରକ୍ତ କୋଷିକା ଗୁଡିକୁ ସଚଳ କରିବା ସହ ଶରୀରରେ ଫୁର୍ତି ଆଣିଥାଏ ।
ଦହି– ଅନେକ ପୁରୁଷ ଭାବିଥାନ୍ତି କ୍ୟାଲସିୟମ୍ କେବଳ ମହିଳାଙ୍କୁ ଆବଶ୍ୟକ । ଏହା ଭୁଲ୍ । ଏହା ମଧ୍ୟ ପୁରୁଷଙ୍କ ପାଇଁ ଆବଶ୍ୟକ ହୋଇଥାଏ । ହଦିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ୍ ରହିଥାଏ । ଏହାକୁ ସେବନ କଲେ ଶରୀରରେ କ୍ୟାଲସିୟମ୍ ମାତ୍ରା ପୂରଣ ହୋଇଥାଏ ।
ଟମାଟୋ- ଟମାଟୋରେ ଅଧିକ ଲାଇକୋପିନ୍ ମିଳିଥାଏ । ହେଲଥ ବିଶେଷଜ୍ଞଙ୍କ କହିବା କଥା ଏହି ଲଇକୋପିନ୍ ପ୍ରୋଟେଷ୍ଟ କ୍ୟାନସରକୁ ପ୍ରତିରୋଧ କରିଥାଏ ।
ଆଳୁ- ଏଥିରେ ଅଧିକ ପରିମାଣରେ ଉର୍ଜା ଭରି ରହିଛି । ଆଳୁରେ କାର୍ବୋହାଇଡ୍ରେଟ୍ ସହିତ କିଛି ମାତ୍ରାରେ ଭିଟାମିନ୍ ସି ଓ ପ୍ରୋଟିନ୍ ବି ରହିଛି ।
ଭଜା ମାଛ ସାଲାଡ—ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ଭରି ରହିଛି । ଏହାକୁ ପୁରୁଷ ମାନେ ଖାଇବା ଦ୍ୱାରା ଶରୀରର ଅନେକ ତତ୍ୱ ପୂରଣ ହୋଇଥାଏ ।
ଭଜା ଚାଉଳ- ଆଜିକାଲି ଏହାକୁ ଅଧିକ କେହି ପସନ୍ଦ କରିନଥାନ୍ତି । ତେବେ ଏଥିରେ ପ୍ରଚୁରମାତ୍ରାରେ ଭିଟାମିନ୍ ଭରି ରହିଛି ।
ତରଭୁଜ—ଏଥିରେ ପ୍ରଚୁରମାତ୍ରାରେ ଲାଇକୋପିନ୍ ଭରି ରହିଛି । ଏହାକୁ ସେବନ କରିବା ପ୍ରତ୍ୟକ ପୁରୁଷଙ୍କ ପାଇଁ ଜରୁରୀ । ଖରାଦିନେ ଏହାକୁ ଅଧିକ ଲୋକ ଗରମରୁ ରକ୍ଷା ପାଇଁ ଥଣ୍ଡା ପାନୀୟ ଭାବେ ବ୍ୟବହାର ବି କରିଥାନ୍ତି ।

related posts

1 comment

Deepak Kumar majhi July 11, 2021 - 12:49 pm

👍

Reply

Leave a Comment