Home Breaking News / ତାଜା ଖବର ରାୟଗଡ ଭାଜପା ମହିଳା ମୋର୍ଚ୍ଚା ଟିମ ଘୋଷଣା

ରାୟଗଡ ଭାଜପା ମହିଳା ମୋର୍ଚ୍ଚା ଟିମ ଘୋଷଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ର ପୂର୍ଣ୍ଣାଙ୍ଗ ଟିମ ଆଜି ଜିଲା ସଭାପତି ଶିବ ପଟନାୟକ ରାଜ୍ୟର ନିର୍ଦେଶ କ୍ରମେ ଘୋଷଣା କରିଛନ୍ତି। ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ (ସଭାପତି) ରଞ୍ଜନା ଉପାଧ୍ୟାୟ ନେତୃତ୍ୱରେ ଏକ ଏଗାର ଜଣିଆ ଟିମ ଘୋଷଣା କରିଛନ୍ତି। ଉପସଭାପତି ୫ ଜଣ ଭାନୁମତି ମୁଦୁଲି, ଏସ ଲଷ୍ମୀ ପ୍ରସନା, ବି ଈଶ୍ୱରୀ, ବହିସନା ସାମନ୍ତ,ଭାରତୀ ମାଝୀ,ସାଧାରଣ ସମ୍ପାଦିକା ଭାବେ ଲଷ୍ମୀ କୁମାରୀ ସିଂ, ପ୍ରିତିମଇ ମହାପାତ୍ର ,ସମ୍ପାଦକ ଭାବେ ଇନ୍ଦିରା ବାଉରୀ, ଗୀତାଶ୍ରୀ ମହାପାତ୍ର, ପିଙ୍କି ମହାପାତ୍ର,ଓ ଡି ଯଜ୍ଞ ସେନି ପ୍ରମୁଖ ଚୟନ କରାଯାଇଛି। ଗତ ସଭାପତିଙ୍କ କାର୍ଯ୍ୟକାଳ ସମୟରେ ମହିଳା ମୋର୍ଚା ରାୟଗଡ ଜିଲାରେ ବହୁତ ଦୁର୍ବଳ ଥିବା ଲକ୍ଷ କରାଯାଇଥିଲା । କିନ୍ତୁ ଚଳିତ ପାଳିରେ ଶ୍ରୀ ପଟନାୟକ ଓ ତାଙ୍କ ସହଯୋଗୀ ଙ୍କ ନେତୃତ୍ୱରେ ସଂଗଠନ ବଢି ଚାଲିଛି ତେଣୁ ଅନ୍ୟ ରାଜନୈତିକ ଦଳ ମାନେ ପ୍ରମାଦ ଗଣିଲେଣି ଏବେଠାରୁ ପୌର ପରିଷଦ ଓ ପଂଚାୟତ ଏବଂ ବ୍ଲକ ଅଧ୍ୟକ୍ଷ ପଦବୀକୁ ଅକ୍ତିଆର କରିବାକୁ ରଣ ନୀତି ତିଆରି କରିବାରେ ବ୍ୟସ୍ତ। ସେହିଭଳି ପୂର୍ବତନ ସଭାନେତ୍ରୀ ମାନେ ସେତେ ଭଲ ପ୍ରଦର୍ଶନ କରିପାରିନଥିଲେ କାରଣ ମହିଳା ଙ୍କ ବଢି ଚଢି ଭାଗ ନେବାକୁ ଆଗେଇ ଆସୁନଥିଲେ କିନ୍ତୁ ଏବେର ରାଜନୈତିକ ପାଗ ଅନୁକୁଲ ରହିଥିବା ଭଳି ଲାଗୁଚି। ଶ୍ରୀମତୀ ଉପାଧ୍ୟାୟ ଜଣେ ଦକ୍ଷ ସଭାପତି ଅଟନ୍ତି ବହୁ ସଂଗଠନ ସହ ଅନେଜ ସମାଜ ସେବା କରିବାରେ ନିପୁଣ ତେଣୁ ଜିଲା ତଥା ରାଜ୍ୟ ତାଙ୍କ ଉପରେ ଗୁରୁ ଦାଇତ୍ୱ ଦେଇଛି ଆଶା ସେ ଅତି ସୁନ୍ଦର ଭାବେ ନିଜର ଦାଇତ୍ୱ ବହନ କରି ରାଜ୍ୟରେ ଭାରତୀୟ ଜନତା ପାର୍ଟି ରାୟଗଡକୁ ଶୀର୍ଷ ସ୍ଥାନ ରେ ପହଞ୍ଚିବାରେ ସଫଳ ହେବେ ବୋଲି ଜିଲ୍ଲା ଭାଜପା ଓ ଶୁଭେଛୁ ବୃନ୍ଦ ମତ ପ୍ରକାଶ କରିଛନ୍ତି। ଜିଲାର ସମସ୍ତ ବାରିଷ ନେତୃ ବୃନ୍ଦ ମନୋନୀତ ହେଇଥିବା ପଦାଧିକାରୀ ଙ୍କୁ ଶୁଭେଛା ଜଣାଇବା ସହ ଶୁଭକାମନା ଜଣାଇଛନ୍ତି

related posts

1 comment

Deepak Kumar majhi July 11, 2021 - 12:54 pm

👍

Reply

Leave a Comment