Home Breaking News / ତାଜା ଖବର ମୃଦଙ୍ଗ ଓ ଘଣ୍ଟ ବଜାଇ ଏକ ନିଆରା ଢଙ୍ଗରେ ଧାରଣା

ମୃଦଙ୍ଗ ଓ ଘଣ୍ଟ ବଜାଇ ଏକ ନିଆରା ଢଙ୍ଗରେ ଧାରଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନିର୍ବାଚନ ପାଖେଇଗଲେ ସମସ୍ତ ନିରୀହ ନିଷ୍ପେଶିତ ଜନସାଧାରଣଙ୍କୁ ମନେପଡିବ । ସେହିପରି ଆଜକୁ ଦୀର୍ଘ ଦଶଦିନ ହେଲା ରାଜନୈତିକ ନେତାମାନେ ନିଜ ନିଜର ଅଙ୍ଗୁଳି ଦେଖାଇବାରେ ଲାଗନ୍ତି । ଦଶଦିନ ପୂର୍ବରୁ ବିଜେପି କହିଛନ୍ତି ବୁଗୁଡା ବିଜେଡି ପୁରା ଖୋଳ କରି ଦୁର୍ନୀତିର ଗନ୍ତାଘର ସାଜିଯାଇଛି ବୋଲି ଅଭିଯୋଗ ଆଣିଥିବା ବେଳେ ତାହାକୁ ବିଜେଡି ଚାଲେଞ୍ଜ୍ କରି କହିଥିଲେ ଯେ ଯାହା ଦୁର୍ନୀତି ହୋଇଛି ତାହା ଗତ ପାଞ୍ଚବର୍ଷର ବିଜେପି ଶାସନ କାଳରେ ହିଁ ହୋଇଛି । କଂଗ୍ରେସ ଏମାନଙ୍କୁ ଭାଗୁଆଳି ଦଳ ଏବଂ ଟଙ୍କାର ଦୁଇ ପାର୍ଶ୍ବ ବୋଲି କହୁଥିବା ବେଳେ ଆଜି ଭାରତୀୟ ଜାତୀୟ କଂଗ୍ରେସ କମିଟି ପକ୍ଷରୁ ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ସୋନିଆଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରାଯିବା ନେଇ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ତରଫରୁ ବ୍ଳକ ସଭାପତି ଶଙ୍କର୍ଷଣ ବେହେରାଙ୍କ ନେତୃତ୍ବରେ ବ୍ଳକର ଶତାଧିକ କଂଗ୍ରେସ କର୍ମୀ ଆସି ବ୍ଳକ ପରିସରରେ ମୃଦଙ୍ଗ ଓ ଘଣ୍ଟ ବଜାଇ ଏକ ନିଆରା ଢଙ୍ଗରେ ଧାରଣା ଦେଇଥିଲେ । ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ବହୀନ ରାଜନୀତି ଏବଂ ଦୁର୍ନୀତିର ସୀମାରେ ଅତିଷ୍ଠ ହୋଇଥିବା ଯୋଗୁଁ କୁତ୍ସାରଟନା କରି ବିଭିନ୍ନ ଶ୍ଳୋଗାନ ଦେଇଥିବା ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ ।ଏହି ଅବସରରେ କଂଗ୍ରେସର ନଗର ସଭାପତି ଦୁର୍ଗା ମାଧବ ପଣ୍ଡା,ଜାତୀୟ କଂଗ୍ରେସ ସେବା ଦଳର ରାଜ୍ୟ ସମ୍ପାଦକ ଜାନକୀ ବଲ୍ଲଭ ରାଉତ,ହରିଜନ ସେଲ୍ ର ବ୍ଳକ ସଭାପତି ଗନ୍ଧମାର୍ଦ୍ଦନ ସେଠୀ,ମନୋଜ କୁମାର ଗୌଡ, ସୁଜିତ କୁମାର ସ୍ବାଇଁ ଏବଂ ମାନସରଂଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

related posts

1 comment

Deepak Kumar majhi July 10, 2021 - 9:25 am

👍

Reply

Leave a Comment