Home Breaking News / ତାଜା ଖବର ସାମୂହିକ ବୃକ୍ଷ ରୋପଣ ଅନୁଷ୍ଠିତ

ସାମୂହିକ ବୃକ୍ଷ ରୋପଣ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର ଉପଖଣ୍ଡ କଙ୍କଡ଼ାହାଡ଼ ବ୍ଲକ ସଦର ମହକୁମାରେ ଅବସ୍ଥିତ କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗତ ଶୁକ୍ରବାର ପୂର୍ବାହ୍ନରେ ସାମୁହିକ ବୃକ୍ଷ ରୋପଣ ଓ ୭୨ ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କ ଦ୍ବାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ କଙ୍କଡ଼ାହାଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କାର୍ତ୍ତିକ ସାହୁ ମୂଖ୍ୟ ଅତିଥି ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଗେଶ୍ବର ପାତ୍ର ସମ୍ମାନିତ ଅତିଥି ଭାବେ ପରିବେଶ ଉପଯୋଗୀ ବୃକ୍ଷ ରୋପଣ କରିଥିଲେ । କଙ୍କଡ଼ାହାଡ଼ ବନପାଳ ଅଜିତ କୁମାର ଦଳେଇ ଓ ତାଙ୍କର ଦୁଇ ସହଯୋଗୀ ଉପସ୍ଥିତ ରହି ବୃକ୍ଷ ରୋପଣ ପ୍ରଣାଳୀ ଅନୁଧ୍ୟାନ କରିବା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଦ୍ଵାରା ୫୦ରୁ ଉର୍ଦ୍ଧ ନିମ୍ବ, ଅଁଳା,ବେଲ, ପିଜୁଳି, ଲେମ୍ବୁ,ବଉଳ,ଜାମୁ, କଦମ୍ବ ଓ ଶିଶୁ ଆଦି ଚାରା ଯୋଗାଇ ଦିଆଯାଇଥିଲା ।କରୋନା କଟକଣା ଦୃଷ୍ଟିରୁ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀଙ୍କ ଅନୁପସ୍ଥିତିରେ ଉଭୟ ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ଯଥାକ୍ରମେ ଅଧ୍ୟାପକ ପ୍ରେମାନନ୍ଦ ନାୟକ ଓ ଲକ୍ଷ୍ମୀକାନ୍ତ ଶତପଥୀ, ମୂଖ୍ୟ କିରାଣୀ ବସନ୍ତ କୁମାର ସାହୁ, କର୍ମଚାରୀ ଅଭୟ କୁମାର ସାହୁ, ନିଳାମ୍ବର ପରିଡ଼ା, ପ୍ରଦୀପ କୁମାର ବେହେରା,ରବି ମହନ୍ତ, ମଣ୍ଟୁ ବାରି ଏବଂ ପୁର୍ବତନ ସ୍ବେଚ୍ଛାସେବୀ ସୂର୍ଯ୍ୟକାନ୍ତ ମହନ୍ତ, ଚିତ୍ରସେନ ମହନ୍ତ ପ୍ରମୁଖ ଚାରାଗଛ ଗୁଡ଼ିକୁ ସଫଳତାର ସହିତ ରୋପଣ ଓ ଜଳ ସିଞ୍ଚନ କରିଥିଲେ ।

related posts

1 comment

Deepak Kumar majhi July 10, 2021 - 9:26 am

👍

Reply

Leave a Comment