Home Breaking News / ତାଜା ଖବର ଜଗନାଥ ଶାସ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ବସ୍ତ୍ର ବଣ୍ଟନ

ଜଗନାଥ ଶାସ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ବସ୍ତ୍ର ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ଼ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଦେବଗିରୀ ଶୈବ ପୀଠ ପାଦଦେଶରେ ଥିବା କ୍ରାନ୍ତିକାରୀ ଆଶ୍ରମରେ ଗତ କାଲି ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ କଲ୍ୟାଣ ସମିତି ରାୟଗଡ ର ଆବାହକ ତଥା ମାର୍ଗ ଦର୍ଶକ ଯୋଗୀଶ୍ରୀ ଚୈତନ୍ୟ ରାମ ଙ୍କ ନେତୃତ୍ୱରେ ଏହା ଆୟୋଜନ କରାଯାଇଥିଲା। ରାୟଗଡ ସହରର ଅଂଜିୟା ପେଟା ଗଣେଶ ମନ୍ଦିର ର ପୂଜକ ଭାବେ ବହୁତ ଦିନ ଧରି ଜଗନାଥ ସ୍ୱାସ୍ତ୍ରୀ ପୂଜକ ଥିଲେ । ସେ ଜଣେ ଅତିପ୍ରିୟ, ମିଷ୍ଟ ଭାସି ,ଶାନ୍ତ ସରଳ, ପ୍ରଭୁ ବିଶ୍ୱାସୀ ସହ ଆବାଳ ବୃଦ୍ଧ ବନିତାଙ୍କ ସହ ଭଲ ଭାବେ ପରିଚିତ ହୋଇଯାଇଥିଲେ । ସେ ବିନା ଦକ୍ଷିଣରେ ପୂଜନ କରି ଲୋକଙ୍କ ମଙ୍ଗନ କାମନା କରୁଥିଲେ। ତାଙ୍କର ଦୁଇଜଣ ପୁତ୍ର ସନ୍ତାନ ଓ ଜନେମାତ୍ର ଅଛନ୍ତି ଝିଅ ଓ ପତ୍ନୀ ଅଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ଅଂଚଳ ବସି ଙ୍କ ମନରେ ଶୋକ ଭରିଯାଇଛି। ତାଙ୍କ ପୁଜନ ଶୈଳୀ ଓ ନିସ୍ୱାର୍ଥ ପର ସେବା ପାଇଁ ବିନା ଦକ୍ଷିଣରେ ଲୋକଙ୍କ ମନ ମୋହୁ ଥିଲେ । ତାଙ୍କ ସ୍ୱର୍ଗବାସ ରେ ଜିଲାର କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ତଡିଝୋଲା, ପିଣ୍ଡା ପଦର ଗ୍ରାମକୁ ଯାଇ ପ୍ରାୟ ଏକସହ ପରିବାରକୁ ଶାଢ଼ୀ, ଗାମୁଛା, ଛୋଟ ପିଲାଙ୍କ ଡ୍ରେସ, ବିସ୍କୁଟ, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି ବଣ୍ଟନ କାର୍ଯ୍ୟକ୍ରମରେ କ୍ରାନ୍ତିକାରୀ ଆଶ୍ରମର ପ୍ରତୁଷ୍ଟତା ସତ୍ୟ ସ୍ବରୂପ ନନ୍ଦ ଗିରୀ, ବିଶ୍ବହିନ୍ଦୁ ପରିଷଦ ଜିଲା ସଭାପତି ରାଜେନ୍ଦ୍ର ସାହୁ, ଉପ ସଭାପତି ଆଲୁ ଶଙ୍କର, ଭିନତ ସିଂନା, ବ୍ରଜବଳଭ ନାୟକ, ପୂର୍ଣ୍ଣିମା ସାଧବୀ,ରାଜ କୁମାର ସିନା,ଗଣେଶ ଭାଇ,ଅଗ୍ରୱାଲ ସମାଜର ମୁଖ୍ୟ ପ୍ରେମ ଅଗ୍ରୱାଲ ଓ ଶ୍ରୀ ହରି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

related posts

1 comment

Deepak Kumar majhi July 11, 2021 - 1:04 pm

👍

Reply

Leave a Comment