Home Breaking News / ତାଜା ଖବର ସାମ୍ବାଦିକଙ୍କୁ ମାଡ଼ ମାରିବା ଓ ଗାଳିଗୁଲଜ ଘଟଣାରେ ଜଣେ ବାଲି ମାଫିଆ ଗିରଫ: ଅପରାଧ ଓ ଅପରାଧି କାହାକୁ କ୍ଷମା କରାଯିବ ନାହିଁ

ସାମ୍ବାଦିକଙ୍କୁ ମାଡ଼ ମାରିବା ଓ ଗାଳିଗୁଲଜ ଘଟଣାରେ ଜଣେ ବାଲି ମାଫିଆ ଗିରଫ: ଅପରାଧ ଓ ଅପରାଧି କାହାକୁ କ୍ଷମା କରାଯିବ ନାହିଁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼ା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଗୁଣୁପୁର ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବାଲି ମାଫିଆଙ୍କ ଗୁଣ୍ଡା ରାଜ ବଢ଼ିବା ସହ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଫାଙ୍କି ଚୋରି କରୁଛନ୍ତି ବାଲି ।ଏହାକୁ ରୋକିବା ପ୍ରତିବାଦ ରେ ଗୁଣୁପୁରର କିଛି ସାମ୍ବାଦିକ ଖରର ପ୍ରସାରଣ କରିବା ସହ ବାଲି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଥିଲେ।ଏଭଳି ଖବର ପ୍ରସାରଣ ଯୋଗୁଁ ବାଲି ମାଫିଆର କିଙ୍ଗ ପିନ ସାଜିଥିବା କିଛି ଦୁର୍ବୁତ୍ତ ବିଭିନ୍ନ ସମୟରେ ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇ ଆସୁଥିଲେ । ଗତ ବର୍ଷ ଜଣେ ସାମ୍ବାଦିକ ସଙ୍କେତ ପାତ୍ରଙ୍କୁ ଦୋକାନରେ ପଶି ଚିତ ପାଣିଗ୍ରାହୀ ନାମକ ଦୁର୍ବୁତ୍ତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଏନେଇ ସେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ,କିନ୍ତୁ ଦୁର୍ବୁତ୍ତ ଙ୍କ ବିରୁଦ୍ଧରେ ସେତେବେଳେ କୌଣସି ସଠିକ କାର୍ଯ୍ୟାନୁଷ୍ଠାନ ନହେବାରୁ ତାହାରି ଗୁଣ୍ଡାରାଜ ବଢ଼ି ଚାଲିଥିଲା।ସେହି ଭଳିଗତ ତା୦୭/୦୭/୨୦୨୧ ରିଖ ଦିନ ରାତ୍ରି ପ୍ରାୟ ୮:୩୦ସମୟରେ ଚିତ ପାଣିଗ୍ରାହୀ ନାମକ ଦୁର୍ବୁତ୍ତ ମହିମାନଗର ସ୍ଥିତ ସାମ୍ବାଦିକ ସତ୍ୟନାରାୟଣ ସାହୁ ଙ୍କ ବାସଭବନ ନିକଟକୁ ଯାୟୀ ମଦ୍ୟପାନ କରି ଆସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ମାଡ଼ ମାରିଥିଲା ।ଏନେଇ ସାମ୍ବାଦିକ ଜଣଙ୍କ କିଛି ସାମ୍ବାଦିକ ସହଯୋଗରେ ଗୁଣୁପୁର ଅଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଦିନ କୁ ଦିନ ରାଜ୍ୟର ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଗୁଣୁପୁର ଆରକ୍ଷୀ ଅଧିକାରୀ ଶ୍ରୀ ଅଜୟ କୁମାର ବାରିକ,ଆଇ.ଆଇ.ସି ଶ୍ରୀ ଯଶବନ୍ତ ହିୟାଲ ଓ ଏସ.ଆଇ ଶ୍ରୀ ରବୀନ୍ଦ୍ରନାଥ ଗୌଡ଼ ଙ୍କ ତତ୍ୱବଧାନ ରେ କେସ ନମ୍ବର ୮୩//୨୦୨୧ ରେ ipc ଧାରା ୩୪୧/୩୨୩/୨୯୪/୫୦୬ ଅନୁଯାୟୀ ଅଭିଯୁକ୍ତ କୁ ତୁରନ୍ତ କୋର୍ଟ ଚାଲାଣ କରାଯାଇଥିଲା।କୋର୍ଟରେ ବେଲ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ତିନି ଦିନ ପାଇଁ ଜେଲ କୁପାଠ ଯାଇଛି।ଗୁଣୁପୁର ଅଦର୍ଶ ଥାନାର ଆରକ୍ଷୀ ଅଧିକାରୀ ଶ୍ରୀ ଅଜୟ କୁମାର ବାରି ଓ ଆଇ.ଆଇ.ସି ଶ୍ରୀଯଶବନ୍ତ ହିୟାଲ ଙ୍କ ଏଭଳି ତୁରନ୍ତ ପଦକ୍ଷେପକୁ ସାଧାରଣରେ ସାଧୁବାଦ କରିବା ସହ ବୁଦ୍ଧିଯିବି ମହଲରେ ଖୁବ ପ୍ରଶଂସା କରିଛନ୍ତି ଏବଂ ସାମ୍ବାଦିକ ମହଲରେ ସବୁ ସାମ୍ବାଦିକ ଏଭଳି ମହାନ କାର୍ଯ୍ୟପାଇଁ ଓ ନିଜର କର୍ତ୍ତବ୍ୟ ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

related posts

1 comment

Deepak Kumar majhi July 10, 2021 - 8:08 am

👍

Reply

Leave a Comment