Home Breaking News / ତାଜା ଖବର ଆଫଗାନିସ୍ତାନରେ ସ୍ଥିତି ସାଂଘାତିକ, ୮୫ ପ୍ରତିଶତ ଅଂଚଳରେ ତାଲିବାନୀ ଆତଙ୍କୀଙ୍କ ଆଡ୍ଡା

ଆଫଗାନିସ୍ତାନରେ ସ୍ଥିତି ସାଂଘାତିକ, ୮୫ ପ୍ରତିଶତ ଅଂଚଳରେ ତାଲିବାନୀ ଆତଙ୍କୀଙ୍କ ଆଡ୍ଡା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡିବାର ମାସ କେଇଟା ହୋଇନାହିଁ, ଆଫଗାନିସ୍ତାନରେ ସ୍ଥିତି ବିଗିଡିବାରେ ଲାଗିଲାଣି । ସୂଚନା ଅନୁସାରେ ଆଫଗାନିସ୍ତାନରେ ଏବେ ଆଫଗାନ୍ ସୈନ୍ୟ ତାଲିବାନ ଆତଙ୍କୀଙ୍କ ଆଗରେ ଠିଆ ହେବାକୁ ବି ସାହସ ଜୁଟାଇ ପାରୁନାହାନ୍ତି । କାରଣ ଆଫଗାନିସ୍ତାନର ପ୍ରାୟ ୮୫ ପ୍ରତିଶତ ଅଂଶରେ ବର୍ତମାନ ତାଲିବାନ ଆତଙ୍କବାଦୀ ସେମାନଙ୍କ ସ୍ଥାନ ଜମେଇ ସାରିଲେଣି । ଆମେରିକାର ନାଟୋ ସେନା ଆଫଗାନିସ୍ତାନ ଛାଡିବା ପରେ ପରେ ଏପରି ସ୍ଥିତିକୁ ନେଇ ଚିନ୍ତା ପ୍ରକଟ ପାଇଛି । ଆମେରିକା ସୈନ୍ୟ ବଳ ପ୍ରତ୍ୟାହାର କରିନେଇଥିବାରୁ ବର୍ତମାନ ଆଫଗାନିସ୍ତାନ ତାଲିବାନ ଆତଙ୍କୀଙ୍କୁ ମୁକାବିଲା କରିବାକୁ ଭାରତକୁ ସୈନ୍ୟ ସହାୟତା ମାଗି ପାରେ । ବର୍ତମାନ ସୁଦ୍ଧା ଭାରତରେ ଥିବା ଆଫଗାନିସ୍ତାନ ରାଜଦୂତ ଏନେଇ କୌଣସି ଆଲୋଚନା କରିନାହାନ୍ତି । ତେବେ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାରର ଶେଷ ତାରିଖ ସେପ୍ଟେମ୍ୱର ୧୧ ରଖାଯାଇଥିଲେ ମଧ୍ୟ ଅଗଷ୍ଟ ମାସ ୩୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର ଶେଷ କରିବାକୁ ବାଇଡେନ୍ କହିଛନ୍ତି । ଏପରେ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ପରେ ତାଲିବାନ୍ ସେମାନଙ୍କ ଆଡ୍ଡା ଜମେଇବାରେ ଲାଗିଛନ୍ତି । ଏହାକୁ ନେଇ ଏବେ ଆଫଗାନିସ୍ତାନ ବଡ ଅଡୁଆ ସ୍ଥିତିରେ ପଡିଛି । ଆମେରିକର ଏପରି ଆଗୁଆ ସୈନ୍ୟ ପ୍ରତ୍ୟାହାରକୁ ନେଇ ଆଫଗାନିସ୍ତାନ ମଧ୍ୟ ଚିନ୍ତା ଦେଖାଇଛି ।

related posts

1 comment

Deepak Kumar majhi July 10, 2021 - 8:07 am

👍

Reply

Leave a Comment