Home Breaking News / ତାଜା ଖବର ଆମେରିକାରେ କେଉଁ ସହରରେ ୧୦ ବର୍ଷରୁ ଅଧିକ ଛାତ୍ରଙ୍କୁ ସ୍କୁଲ ଦେବ କଣ୍ଡୋମ, ଜାଣିବା ପାଇଁ ପଢନ୍ତୁ ପୁରା ରିପୋର୍ଟ

ଆମେରିକାରେ କେଉଁ ସହରରେ ୧୦ ବର୍ଷରୁ ଅଧିକ ଛାତ୍ରଙ୍କୁ ସ୍କୁଲ ଦେବ କଣ୍ଡୋମ, ଜାଣିବା ପାଇଁ ପଢନ୍ତୁ ପୁରା ରିପୋର୍ଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆମେରିକାରେ ଲାଗୁ ହେବାକୁ ଯାଉଛି ନୂଆ ଶିକ୍ଷାନୀତି ୨୦୨୦ । ଏହି ଅନୁସାରେ ଚଳିତ ଶିକ୍ଷାବର୍ଷରୁ ଆମେରିକାର ପ୍ରାଥମିକ ବିଦ୍ୟାଳୟରେ ପଂଚମ ଶ୍ରେଣୀରୁ ଛାତ୍ରଙ୍କୁ ସ୍କୁଲ କଣ୍ଡୋମ ଦେବା ବ୍ୟବସ୍ଥା କରିବ । ଫଳରେ ୧୦ ବର୍ଷରୁ ଅଧିକ ବୟସର ଛାତ୍ରଙ୍କୁ ଏହା ମିଳିବା ବ୍ୟବସ୍ଥା ହୋଇଛି । ଆମେରିକାର ଏହି ଶିକ୍ଷାନୀତି ଗତବର୍ଷ ଠାରୁ ଆସିଥିଲେ ମଧ୍ୟ କୋରନା କାରଣରୁ ଲାଗୁ ହୋଇପାରିନଥିଲା । ଏହାକୁ ବର୍ତମାନ ସିକାଗୋ ସହରରେ ଲାଗୁ କରାଯିବାକୁ ନିଷ୍ପତି ହୋଇଛି । ସୂଚନା ଅନୁସାରେ ଆଗାମୀ ମାସରେ ସିକାଗୋରେ ସ୍କୁଲ ଖୋଲିବାକୁ ଯାଉଛି । ଏପରି ସମୟରେ ପ୍ରାଥମିକ ବିଦ୍ୟାଳୟର ଛାତ୍ରଙ୍କୁ କଣ୍ଡୋମ ଦେବା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ସୋସିଆଲ ମିଡିଆରେ ଏହାକୁ ରୋଗୀଣା ମାନସିକତା ବୋଲି ଅନେକ କହିବା ଆରମ୍ଭ କରିଛନ୍ତି । ଆମେରିକାରେ ବନ୍ଧୁକ କଲଚର ଶେଷ କରିବା ବଦଳରେ ୧୦ ବର୍ଷର ଛାତ୍ରଙ୍କୁ କଣ୍ଡୋମ ଯୋଗାଇ ଦେଇ ବାଇଡେନ୍ ସରକାର କଣ କରିବାକୁ ଚାହୁଁଛନ୍ତି ବୋଲି ଅନେକ ଅଭିଯୋଗ ଉଠାଇଛନ୍ତି । ସରକାର ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଯୌନ ସଂପର୍କ, ଯୌନ ସଂକ୍ରାମକ ରୋଗ, ଏଚଆଇଭି ପ୍ରଭୃତି ଠାରୁ ଦୂରେଇ ରହିବା ନେଇ ସତର୍କ ଓ ସଚେତନତା ଆଣିପାରିବେ ବୋଲି ଯୁକ୍ତି ଦର୍ଶାଇଛନ୍ତି । ଏହା ଦ୍ୱାରା ବାଳୁତ ବୟସରେ ଅବାଂଛିତ ଗର୍ଭଧାରଣକୁ ମଧ୍ୟ ଏଡାଇ ହେବ ବୋଲି କୁହାଯାଇଛି । ଆମେରିକାର ସିକାଗୋ ସହରରେ ଏହି ନୂଆ ନିଷ୍ପତିକୁ ଲାଗୁ କରିବା ଆଗରୁ ବଡ ଧରଣର ପ୍ରତିକ୍ରିୟା ପ୍ରକାଶ ପାଇଛି ।

related posts

1 comment

Deepak Kumar majhi July 10, 2021 - 8:05 am

👍

Reply

Leave a Comment