Home Breaking News ପଖାଳ ଖାଇଲେ କରୋନା ଭାଇରସ୍‌ରୁ ମିଳିବ ନିସ୍ତାର!

ପଖାଳ ଖାଇଲେ କରୋନା ଭାଇରସ୍‌ରୁ ମିଳିବ ନିସ୍ତାର!

by Times One Odia
Share with
     
 
 
   

କରୋନା କାଳରେ ଚାରିଆଡ଼େ ଖୋଜା ପଡ଼ିଛି ଇମ୍ୟୁନିଟି, ହେଲେ ଦେଖିଲା ବେଳକୁ ଆମରି ରୋଷେଇ ଘରେ ଥିବା ବାସି ପଖାଳରେ ଇମ୍ୟୁନିଟିର ପୂରା ଗନ୍ତାଘର। ହଁ… ଗାଲୁଗପ ନୁହେଁ, ଇଏ ଗବେଷଣାର କଥା ଜଣାପଡ଼ିଛି, ବାସି ପଖାଳ ଓ ତୋରାଣିରେ ଶରୀରକୁ ଏତେ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ଯୋଗାଏ ଯେ, ଏହା କରୋନାରୁ ବର୍ତ୍ତିବାକୁ ବି ସାହାଯ୍ୟ କରିପାରେ
ଇମ୍ୟୁନିଟିର ପୂରା ଗନ୍ତାଘର ପଖାଳ

ଜାଣିଛନ୍ତି କେତେ ଉପକାର ପଖାଳ?

ଏମ୍ସ ଦେଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ଭୁବନେଶ୍ୱର: ଭାତକୁ ରାତି ସାରା ପାଣିରେ ବତୁରାଇଦେଲେ, ସକାଳୁ ତିଆରି ହୋଇଯାଏ ବାସି ପଖାଳ। କି ଧନୀ, କି ଗରିବ; କାଳ କାଳରୁ ଓଡ଼ିଆଙ୍କ ଅତି ପ୍ରିୟ ଖାଦ୍ୟ। ହେଲେ ଏବେ ଗବେଷଣାରୁ ଜଣା ପଡ଼ିଛି ପଖାଳ ଖାଲି ଆମ ପାଟି ଓ ପେଟକୁ ଖୁସି କରେନି, ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି ବଢ଼ାଇଥାଏ। ଭୁବନେଶ୍ୱର ଏମ୍ସ ପକ୍ଷରୁ ଗତ ୨ ବର୍ଷ ଧରି ବାସି ପଖାଳ ଓ ତୋରାଣି ଉପରେ ଗବେଷଣା କରିବା ପରେ, ବିଶେଷଜ୍ଞ କହିଛନ୍ତି ଏହା କରୋନା ସହ ଲଢ଼ିବାରେ ବି ସହାୟକ ହୋଇପାରେ
କରୋନା କାଳରେ ଚାରିଆଡ଼େ ଖୋଜା ପଡ଼ିଛି ଇମ୍ୟୁନିଟି, ହେଲେ ଦେଖିଲା ବେଳକୁ ଆମରି ରୋଷେଇ ଘରେ ଥିବା ବାସି ପଖାଳରେ ଇମ୍ୟୁନିଟିର ପୂରା ଗନ୍ତାଘର। ହଁ… ଗାଲୁଗପ ନୁହେଁ, ଇଏ ଗବେଷଣାର କଥା ଜଣାପଡ଼ିଛି, ବାସି ପଖାଳ ଓ ତୋରାଣିରେ ଶରୀରକୁ ଏତେ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ଯୋଗାଏ ଯେ, ଏହା କରୋନାରୁ ବର୍ତ୍ତିବାକୁ ବି ସାହାଯ୍ୟ କରିପାରେ। ଏଥିରେ ଥିବା ଅଣୁଜୀବ ଶ୍ୱେତସାରର ସରଳୀକରଣ ଦ୍ୱାରା ସର୍ଟ ଚେନ୍ ଫ୍ୟାଟି ଏସିଡ୍ ତିଆରି କରେ। ଯାହାକି ମଣିଷକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

related posts

1 comment

Deepak Kumar majhi July 10, 2021 - 8:25 am

👍

Reply

Leave a Comment