Home ଜୀବନଚର୍ଯ୍ୟା ଜାଣନ୍ତୁ ବର୍ଷର କେଉଁ ମାସ ମନରେ ସକାରାତ୍ମକ ଭାବ ଆଣେ

ଜାଣନ୍ତୁ ବର୍ଷର କେଉଁ ମାସ ମନରେ ସକାରାତ୍ମକ ଭାବ ଆଣେ

by Times One Odia
Share with
     
 
 
   

ଜୀବନରେ ସକାରତ୍ମକତା ଆଣେ ଆଷାଢ଼ ମାସ, ଭଗବାନ ଶ୍ରୀ ହରିଙ୍କର ମଧ୍ୟ ଏହା ଅତ୍ୟନ୍ତ ପ୍ରିୟ |

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଆଷାଢ଼ ମାସ ବର୍ଷର ଚତୁର୍ଥ ମାସ ଅଟେ। ଏହାକୁ ବର୍ଷା ଋତୁ ମଧ୍ୟ କୁହାଯାଏ । ଆଷାଢ଼ ମାସକୁ ସବୁଠାରୁ ପବିତ୍ର ମାସ ଭାବରେ ବିବେଚନା କରାଯାଏ। ଏହି ମାସ ଭଗବାନ ଶ୍ରୀ ହରି ବିଷ୍ଣୁଙ୍କ ପାଇଁ ଅତ୍ୟନ୍ତ ପ୍ରିୟ । ଏହି ମାସରେ ଅନେକ ପର୍ବ ଏବଂ ପର୍ବପର୍ବାଣୀ ଆୟୋଜିତ ହୋଇଥାଏ । ଏହି ମାସରେ ଦାନର ମହତ୍ତ୍ୱ ବିଷୟରେ କୁହାଯାଇଛି। ବିଶ୍ୱାସ କରାଯାଏ ଯେ ଏହି ମାସ ଜୀବନରେ ସକରାତ୍ମକତା ଆଣିଥାଏ । ଏହି ମାସରେ ଦିଆଯାଇଥିବା ଦାନଗୁଡିକ ବହୁତ ଫଳପ୍ରଦ ବୋଲି ବିବେଚନା କରାଯାଏ ।

ଆଷାଢ଼ ମାସର ମୁଖ୍ୟ ପର୍ବ ମଧ୍ୟରେ ଦେବଶୟଣୀ ଏକାଦଶି ଅନ୍ୟତମ। ଏହି ଦିନଠାରୁ ଦେବତାମାନେ ଚାରିମାସ ଶୋଇବାକୁ ଯାଆନ୍ତି । ଏହାକୁ ଚର୍ତୁମାସ ମଧ୍ୟ କୁହାଯାଏ । ଚାରି ମାସ ପାଇଁ ସମସ୍ତ ମାଙ୍ଗଲିକ୍ କାର୍ଯ୍ୟ ନିଷେଧ କରାଯାଏ। ଚାରି ମାସ ପରେ ଦେବତାମାନେ କାର୍ତ୍ତିକ ଶୁକ୍ଲ ଏକାଦଶୀରେ ଦେବତା ଶୟନରୁ ଉଠନ୍ତି। ଏହାକୁ ଦେବଉଠନି ଏକାଦଶୀ କୁହାଯାଏ।

ଏହି ମାସରେ ଭଗବାନ ଜଗନ୍ନାଥଙ୍କ ରଥ ଯାତ୍ରା ଆୟୋଜିତ ହୋଇଥାଏ। ଆଷାଢ଼ ମାସରେ କୃଷ୍ଣ ପକ୍ଷର ଏକାଦଶୀକୁ ଯୋଗିନୀ ଏକାଦଶୀ କୁହାଯାଏ । ଆଷାଢ଼ ଅମାବାସ୍ୟାକୁ ସ୍ନାନ, ଦାନ ଏବଂ ପୈତୃକ କାର୍ଯ୍ୟ ପାଇଁ ବହୁତ ପୂର୍ଣ୍ଣ୍ୟ ବୋଲି ବିବେଚନା କରାଯାଏ । ଆଷାଢ଼ ଅମାବାସ୍ୟାରେ ଯମଙ୍କୁ ପୂଜା କରାଯାଏ । ଗୁପ୍ତ ନବତ୍ରୀ ମଧ୍ୟ ଆଷାଢ଼ ମାସରେ ପଡ଼ିଥାଏ। ଆଷାଢ଼ ମାସର ପୂର୍ଣ୍ଣିମା ମଧ୍ୟ ବିଶେଷ ମହତ୍ତ୍ୱ ରଖେ ।

ଏହି ପବିତ୍ର ଦିନ ଗୁରୁ ପୂର୍ଣ୍ଣିମା, ବ୍ୟାସ ପୂର୍ଣ୍ଣିମା ଭାବରେ ପାଳନ କରାଯାଏ । ଆଷାଢ଼ ପୁର୍ଣ୍ଣିମାରେ ଦାନ କରିବା ଜରୁରୀ । ଆଷାଢ଼ ମାସରେ ଶୁକ୍ଲ ପକ୍ଷର ସପ୍ତମ ଦିନରେ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରିବା ଉଚିତ୍। ଏହି ଦିନ ପବିତ୍ର ନଦୀରେ ଗାଧୋଇଲେ ଜୀବନରେ ସୁଖ ଆସିଥାଏ ।

related posts

1 comment

Deepak Kumar majhi July 10, 2021 - 8:25 am

👍

Reply

Leave a Comment